ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ରଗୁପ୍ତ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ

କୋକସରା,୨୬/୧୦-  (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ରେଙ୍ଗାଳପାଲି ଗ୍ରାମରେ ଚିତ୍ରଗୁପ୍ତ ଦେବଙ୍କ ପୂଜନୋତ୍ସବ ପାଇଁ ବୁଧବାର କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଧର୍ମଗଡ ଉପଖଣ୍ଡ କୋକସରା ବ୍ଲକ କାୟସ୍ଥ କରଣ ସମାଜ ପକ୍ଷରୁ ରେଙ୍ଗାଳପାଲି ଠାରେ କାୟସ୍ଥ ସମାଜର ଶତାଧିକ ମହିଳା ମାନେ କଳସ ଯାତ୍ରାରେ ସାମିଲ ହୋଇ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପୋଖରୀରୁ ଜଳ ଧାରଣ କରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଚିତ୍ରଗୁପ୍ତ ପୂଜା କର୍ତ୍ତା ଭାବେ ଶ୍ୟାମ ସୁନ୍ଦର ପଟ୍ଟନାୟକ, ଆଲ୍ହାଦିନି ପଟ୍ଟନାୟକ ସପତ୍ନୀକ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇବେ। ଚିତ୍ରଗୁପ୍ତ ପୂଜା କମିଟିର ସଭାପତି ବିକାଶ ପଟ୍ଟନାୟକ, ଉପ ସଭାପତି ସୁବ୍ରତ ପଟ୍ଟନାୟକ, ସମ୍ପାଦକ ଆକାଶ ପଟ୍ଟନାୟକ, ସହ ସମ୍ପାଦକ ସୁଧୀର ପଟ୍ଟନାୟକ, କୋଷାଧ୍ୟକ୍ଷ ଶୁଭେନ୍ଦୁ ପଟ୍ଟନାୟକ ରହିଥିବା ବେଳେ ଉପଦେଷ୍ଟା କମିଟି ରାମକୃଷ୍ଣ ପଟ୍ଟନାୟକ, ଘନଶ୍ୟାମ ପଟ୍ଟନାୟକ, କଳ୍ପବଟ ପଟ୍ଟନାୟକ, ରାଧାକୃଷ୍ଣ ପଟ୍ଟନାୟକ, ମନ ପଟ୍ଟନାୟକ, ମୁରଲୀ ପଟ୍ଟନାୟକ ସମେତ କୋକସରା ବ୍ଲକ କରଣ ସମାଜର ସଭାପତି ସହଦେଵ ପଟ୍ଟନାୟକ ଉପ ସଭାପତି ପିତାମ୍ବର ପଟ୍ଟନାୟକ, ସମ୍ପାଦକ ନାରାୟଣ ପଟ୍ଟନାୟକ, ସହ ସମ୍ପାଦକ ପିତାମ୍ବର ପଟ୍ଟନାୟକ ସମେତ କର୍ମକର୍ତ୍ତା ଓ ରେଙ୍ଗାଳପାଲି ଗ୍ରାମବାସୀ ପ୍ରମୁଖ ଚିତ୍ରଗୁପ୍ତ ପୂଜା ପରିଚାଳନାରେ ସହଯୋଗ କରୁଥିବା ବେଳେ ଗୁରୁବାର ସକାଳ ଠାରୁ ପୂଜା ଆରମ୍ଭ ହେବା ନେଇ କମିଟି ପକ୍ଷରୁ ସୁଚନା ମିଳିଛି।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ହଜ୍‌ବ୍ଯାଣ୍ଡ୍

Sunil Chandra Nayak

କାହା ସ୍ବାର୍ଥରେ ଉଠାଜଳସେଚନ ପ୍ରକଳ୍ପ,କାର୍ଯ୍ଯରେ ଲାଗୁନାହିଁ ଅକାମୀ ଅବସ୍ଥାରେ ପଡିରହିଛି

ଜୟ କୁମାର ମିଶ୍ର ଙ୍କ କବିତା ତିକ୍ତ ସେ ଅନୁଭୂତି

Leave a Comment

error: Content is protected !!