ଢେଙ୍କାନାଳ (ମ ନି ସ) ୩୦/୦୯_ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ବରୁଆଁ ଗାଁ ବରୁଆଁ ପଂଚାୟତ ର ପ୍ରମୋଦ ମଲ୍ଲିକ ପିତା-ପ୍ରଭାକର ମଲ୍ଲିକ ,ବୟସ -9ବର୍ଷ ପୋଲିଓ ରୋଗ ରେ ଆକ୍ରାନ୍ତ ଅଟନ୍ତି l ସେ ବାରମ୍ବାର ଏ ଅଫିସ ରୁ ସେ ଅଫିସ ଧାଇଁଲେ ସୁଦ୍ଧା ମଧୁବାବୁ ଭତ୍ତା ରୁ ବଞ୍ଚିତ ଥିଲେ l ଖବର ପାଈ ମହାତ୍ମା ଗାନ୍ଧୀ ଯୁବକ ସଙ୍ଘ ପଣ୍ଡୁଆ ର ସଭାପତି ଚନ୍ଦନ ନାଏକ ଓ ସମ୍ପାଦକ ନିର୍ମଳ ନାଏକ ସଂଘର ସଦସ୍ୟ ପହଂଚି ତାଙ୍କୁ ଜିଲ୍ଲାପାଳ ଙ୍କ ପାଖରେ ପହଞ୍ଚାଇଥିଲେ ଏବଂ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାପାଇଁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ ଯାହାଦ୍ୱାରା ଆସ୍ଵସ୍ଥି ମିଳିଥିଲା ଏବଂ ମହାତ୍ମା ଗାନ୍ଧୀ ଯୁବକ ସଂଘ ପଣ୍ଡୁଆ ର କାର୍ଯ୍ୟଦେଖି ସାଧାରଣ ରେ ଆଲୋଡନ ସୃଷ୍ଟି କରିଥିଲା l
କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍