ସ୍ୱର୍ଗରୁ ସ୍ୱାମୀର ଚିଠି
ଆଦରମଣି ପ୍ରଧାନ
ସ୍ୱର୍ଗରୁ ଚିଠି ଆସିଛି । ଶୁଣିବାକୁ ଟିକେ ଅଡ଼ୁଆ ଲାଗିପାରେ,,କିନ୍ତୁ କଥାଟି ସତ,,, ସେଇ ଚିଠି ସ୍ତ୍ରୀ ପାଖକୁ ସ୍ୱାମୀ ଲେଖିଛି,,,,
ସ୍ନେହର ସୁନ୍ଦରୀ,,,,
ମୋର ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ନେବ । ସ୍ୱର୍ଗରୁ ଚିଠି ଲେଖୁଛି ବୋଲି ତୁମେ ଆଶ୍ଚର୍ଯ୍ୟ ହେଉଥିବ । ମୁଁ ଏବେ ଅନୁତାପର ପ୍ରଚଣ୍ଡ ନିଆଁରେ ଯେତେ ଜଳିଲେବି ସେଥିରୁ ମୁକୁଳି ପାରୁନି,,,,
ଗୋଟେ କଥା ଜାଣିଛ ସୁନ୍ଦରୀ,,, ଏଠିକୁ ଆସିଲା ଦିନଠୁ ,ଆଜି ଯାଏଁ ମୁଁ ଖାଲି ମୋ କଲା କର୍ମର ହିସାବ ହିଁ କରୁଛି । କଣ କଣ ମୁଁ ନ କରିଛି,,,! ଯଦି ସେବେ ଠୁଁ ତମ କଥା ଶୁଣିଥାନ୍ତି,କି ତୁମକୁ ବୁଝିଥାନ୍ତି,ଆଜି ମୋତେ ଏଇ ନର୍କର ଅନ୍ଧ ଗଳିରେ ମୋତେ ଦିନ କାଟିବାକୁ ପଡି ନ ଥାନ୍ତା । ତୁମ ପ୍ରତି କରିଥିବା ଅନ୍ୟାୟ ଓ ଅତ୍ୟାଚାର କଥା ଭାବୁଛି,,,ସତରେ ତମର କେତେ ଧର୍ଯ୍ୟ ଓ ସହନଶୀଳତା,,,! ଆଜି ବହୁତ ମନେ ପଡୁଛ ସୁନ୍ଦରୀ ,,, ଆଜି ସାବିତ୍ରୀ ବ୍ରତ । ତମେ ବହୁତ କାନ୍ଦୁଥିବ,,,ଆଉ ନିଜ ଭାଗ୍ୟକୁ ନିନ୍ଦୁଥିବ,,, କେତେ ଅବିଚାର ତୁମ ପ୍ରତି ମୁଁ କରିଛି,,,ଆଜି ଭାବୁଛି,,,ବାହାଘର ଦିନ ଠୁଁ ମୁଁ ଓ ମୋ ଘର ଲୋକ ତୁମକୁ ବହୁତ କଷ୍ଟ ଦେଇଛୁ,,,। ସତରେ,ମୁଁ ତୁମକୁ କେବେ ଦିନେ ଭଲରେ ବଞ୍ଚିବାକୁ ଦେଇନି,,, ଭଲରେ ମୁଠେ ପେଟ ପୁରା ଖାଇବାକୁ ଦେଇନି,,, କେବେ ଭଲ ଶାଢ଼ୀ ଖଣ୍ଡେ କିଣି ଦେଇନି,,, କେବେ ମୋ ସ୍ତ୍ରୀ ବୋଲି ପ୍ରେମରେ କି ଗର୍ବ ରେ କହିନି,,, ତୁମେ ତୁମ ବାପ ଘରେ କେତେ ଗେଲ୍ହାରେ ବଢି ଥିଲ ,,,ମୁଁ ଶୁଣିଛି, ତୁମକୁ ତୁମ ପରିବାର,ସାଙ୍ଗ ସାଥି,ବନ୍ଧୁ ବାନ୍ଧବ,କେତେ ଭଲ ପାଉଥିଲେ,,,ହେଲେ ଆମ ଘରେ ସବୁ ସୁଖ ସ୍ୱପ୍ନ ତୁମର ହଜି ଗଲା,,,। ମୁଁ ଭାବୁଛି ବୋଧେ,ଆମ ପରିବାରଟିକୁ ଛାଡି ଦେଲେ, ଆମ ଗାଁର ସବୁ ଲୋକ ବି ତୁମକୁ ବହୁତ ଭଲ ପାଆନ୍ତି,ସମ୍ମାନ କରନ୍ତି,,,ସେଇ ସବୁ କଥା ମୁଁ ଏବେ ଭାବୁଛି,,, ଯେ କେତେ କଷ୍ଟରେ ତମେ ଦିନ କଟୁଥିଲ ଆମ ଘରେ,,,,। ମୋତେ କେତେ ଆକଟ କରିଛ,,, ଯେ ଭଲ ବାଟକୁ ଆଣିବାକୁ,,,ମଦ ପିଇ ବାକୁ କେତେ ବାରଣ କରିଛ,,,,ମୁଁ କିନ୍ତୁ ଶୁଣୁନ ଥିଲି,,,ମଦ ପିଇ ସବୁବେଳେ ମୁଁ ନିଶାରେ ରହୁଥିଲି,,,ତମେ କେମିତି ମୋ ସହ ଦିନ କାଟିଥିଲ ,ମୁଁ ଜାଣୁଛି,,,।
ଏଇ,,,,ସୁନ୍ଦରୀ,,,! କେତେ କଷ୍ଟ ମୁଁ ତୁମକୁ ଦେଇଛି,,, କେତେ ମାଡ଼ ମାରିଛି,,, କି କି ଖରାପ ଭାଷାରେ ଗାଳି ଦେଇଛି, ଜଣେ ସ୍ତ୍ରୀ ସବୁ ସହି ପାରେ, ହେଲେ ତା ଚରିତ୍ରରେ କଳଙ୍କ କେବେ ସହି ପାରେ ନି,,, ଯାହା ବିନା ଦୋଷରେ ମୁଁ ତୁମକୁ ଦେଇଛି,,,। ତୁମ ଚରିତ୍ରରେ କଳଙ୍କ ଲଗାଇ କେତେ ମିଥ୍ୟା ପ୍ରଚାର କରିଛି,,,ଯାହାର ଅଭିଶାପ ଆଜି ମୁଁ ଏଇ ନର୍କରେ ପାଉଛି,,,। ତମେ ଦେଇଥିବା ଅଭିଶାପ ଆଜି ମୋର ସବୁ ଗୋଟିଏ ଗୋଟିଏ ହୋଇ ସତ ହେଉଛି । ତମେ କହିଥିଲ ଯେ ସାରା ଜୀବନ ରୋଜଗାର କରିବ,,,ସ୍ତ୍ରୀ ପୁଅକୁ ପେଟ ପୁରା ମୁଠେ ଦାନା ଦେଇପାରିବନି,,,ଆଉ ମୋ ପରିବାରର ଭାଇ ଭଉଣୀ ଙ୍କୁ ମୁଁ କେବେ କିଛି ଦେଇନି,,,ସବୁବେଳେ ଖାଲି ନାହିଁ ନାହିଁ କହି ତାଙ୍କ ଠୁଁ ଆଣିଛି,,, ବାକି ମୋ ବାପା ମା ଙ୍କ କଥା,,ମୋ ବୋଉର ଶରୀର ଢାଙ୍କିବା ପାଇଁ ଖଣ୍ଡେ ଶାଢ଼ୀ କେବେ ମୁଁ କିଣି ଦେଇନି,,,ଯେଉଁ ମା ଛୋଟ ବେଳେ ମୋ ସୁ ସୁ ରେ ତାର ସାରା ପଣତ ଭିଜେଇ ,ସେଇ ଓଦା ପଣତକୁ ଲେଉଟାଇ ଶୋଇଯାଉଥିଲା,,, । ସେଇ ମାଆ, ଯିଏ ତା ଦେହରୁ ରକ୍ତ ନିଗାଡ଼ି ,ଛାତିରୁ ଅମୃତର ରସ ଦେଉଥିଲା ମୋ ଓଠରେ ,,, ମୁଁ ତାର ବି ହୋଇପାରିଲିନି,,,। ମୋ ବାପା ,,,, ଯିଏ ଦିନ ମଜୁରିଆ ଭାବେ କାମ କରି,ପରର ମୁଲ ଲାଗି ମୋତେ ପାଠ ପଢଉଥିଲେ,ମୁଁ ତାଙ୍କୁ କଣ ଦେଇଛି,,,! ତାଙ୍କୁ କେବେ ମେଡ଼ିସିନ ଟିକେ ବି ଦେଇ ପରିନି,,,ତାଙ୍କର ଅସହାୟତା ବେଳେ ବି ପୁଅ ହୋଇ ମୁଁ ଟିକେ ତାଙ୍କୁ ସହଯୋଗର ହାତ ବଢ଼େଇନି,,,,। ସବୁଠୁ ବେଶି ଦୁଃଖ ଲାଗିଲା,ଯେ ମୋ ବାପାଙ୍କର କେତେ ବଡ଼ ମେଜର ଅପରେସନରେ ବି ମୁଁ ତାଙ୍କୁ ରକ୍ତ ବୁନ୍ଦେ ଦେଇ ପରିନି,ତାଙ୍କ ଦିଆ ଏହି ଜୀବନ ,ଏହି ଦେହକୁ ,,,ମୁଁ ତାଙ୍କର ଟିକେ ସେବାରେ ଆସିଲିନି, ଘର ଛାଡ଼ି , ପରିବାର ଛାଡି ,ମୁଁ ବାର ଆଡେ ବୁଲି ବୁଲି,,,,ଆଜି ମୁଁ …।।।।
ମୁଁ ଆଜି ବହୁତ ଅନୁତାପ କରୁଛି ସୁନ୍ଦରୀ,,,, । ଆଉ ଗୋଟେ କଥା ଜାଣିଛ,ମୁଁ ଯେତେବେଳେ ଘର ଛାଡ଼ି ବର୍ଷ ବର୍ଷ ଧରି ବାହାରେ ବୁଲୁଥିଲି,କେବେ ଦିନେ ଚିନ୍ତା କରିନି,ତୁମ ପରିବାରକୁ ଛାଡି ଆସିଲା ପରେ ମୁଁ ହିଁ ତୁମର ରକ୍ଷା କବଚ ଆଉ ସୁରକ୍ଷା ବଳୟ,,,ତୁମର ବାପ ଭାଇ ବହୁତ ଭରଷା କରି ମୋ ହାତରେ ତୁମକୁ ସମର୍ପି ଦେଇଥିଲେ,,,। ପଚିଶ, ଛବିଷ ବର୍ଷ ତୁମେ ତାଙ୍କ ପାଖରେ ବଢ଼ିଲା ପରେ ,କେତେ କଷ୍ଟରେ ସେ ମୋତେ ତୁମକୁ ସମର୍ପି ଥିଲେ,,,ହେଲେ ମୁଁ କଣ କଲି,,,,! ବାହାଘର କେଇଟା ଦିନରୁ ମୁଁ ତୁମ ପ୍ରତି ଶାରୀରିକ ଓ ମାନସିକ କଷ୍ଟ ଦେଇଛି,କେବେ ଭାବିନି,ତମର ବି ମନ ଦେହ, ଶରୀର ଅଛି,,,ଇଛା ଅଛି ,,,ମୋ ଠୁ କିଛି ପାଇବାର ଅଛି,,,, ସବୁ ଭୁଲି ,ମଦ ଆଉ ପର ସ୍ତ୍ରୀ ପ୍ରତି,,,,,,ଛି,,,,ଛି…
ଭାବିଲେ ଆଜି ନିଜକୁ ଲାଜ ଲାଗୁଛି,,,
ତୁମେ କେତେ ସୁନ୍ଦରୀ ବୋଲି,,ମୁଁ ତୁମକୁ ସବୁବେଳେ ସନ୍ଦେହ କରିଛି,,,ବାହାରେ କେବେ ଠିକ୍ ରେ ତୁମକୁ ସମ୍ମାନ ଦେଇନି,କି ଘରେ ତୁମର ଦାୟିତ୍ୱ ନେଇନି ବରଂ ତୁମ ଗହଣା ବିକି ମୁଁ ମଦ ପିଇଛି,,, ତୁମର ଖର୍ଚ୍ଚ ପାଇଁ ତୁମ ବାପ ଭାଇ ଦେଉଥିବା ପଇସାକୁ ମୁଁ ଚୋରାଇ ନେଇଛି,,,,ସତରେ ମୁଁ ତୁମ ପ୍ରତି ବହୁତ ଅନ୍ୟାୟ କରିଛି,,, ।ଦେଖ ,, ଆମର ଗୋଟେ ପୁଅ ,ତାକୁ ବି ଟିକେ ଠିକ୍ ରେ ପଇସା ଖର୍ଚ୍ଚ କରି ମୁଁ ପଢେଇ ପରିନିଲି,,, ଆମ ପୁଅର ବହୁତ ଭଲ ପାଠ ହେଉଥିଲା ବୋଲି ତାର ସବୁ ସାର, ଦିଦି ମାନେ ମୋତେ ଡାକି କୁହନ୍ତି,,,ହେଲେ ମୋର ଅପାରଗତା ଯୋଗୁଁ,,, ସେ ବି ଆଜି…
ମୋତେ ବହୁତ ଦୁଃଖ ଲାଗେ,,,ଯେ ତୁମ ଭାଇ ଭଉଣୀଙ୍କ ପାଇଁ ତୁମ ବାପା ଗର୍ବରେ କୁହନ୍ତି,,,,ଏମାନେ ମୋ ପୁଅ ଝିଅ,,,ଆଉ ମୋ ବାପା ମୋ ପାଇଁ ଆଜି ମୃତ୍ୟୁ ଶଯ୍ୟାରେ,,,,
ଜାଣିଛ ସୁନ୍ଦରୀ, ଗୋଟେ ସତ କଥା, ମୋ କଲା କର୍ମର ନିନ୍ଦା ଅପବାଦକୁ ନେଇ ମୁଁ ପଳାୟନପନ୍ଥୀ ସାଜିଥିବା ବେଳେ,,, ତୁମେ ତୁମର ସବୁ ଦୁଃଖ ଯନ୍ତ୍ରଣାକୁ ଲୁଚେଇ,ସାରସ୍ୱତ ସାଧନାର ସଫଳତାର ଶୀର୍ଷରେ ପହଞ୍ଚୁଥିଲ,,, ଯାହା ମୁଁ ଆଦୌ ସହି ପରି ନ ଥିଲି,,,, ଇର୍ଷାରେ ଜଳି ଯାଉଥିଲି,,,,ଯାହାର ଦଣ୍ଡ ମୋତେ ଏଇ ନର୍କରେ ମିଳୁଛି,,,,।
ତୁମେ କହୁଥିଲ ଯେ,,ଯେଉଁ ଘରେ ନାରୀମାନେ ସର୍ବଦା ମନ ଦୁଃଖରେ ରୁହନ୍ତି ସେ ଘରେ ଲକ୍ଷ୍ମୀ ଛାଡିଯାଏ ,,, ଯେଉଁ ଘରେ ପୁରୁଷ ନାରୀକୁ ନିର୍ଯ୍ୟାତନା ଦିଏ ସେହି ଘର ବିନାଶ ଆଡକୁ ଯାଏ,,,ଯେଉଁ ସ୍ତ୍ରୀ ସର୍ବଦା ନିଜ ସ୍ୱାମୀକୁ କାଟୁବାକ୍ୟ କୁହେ ସେହି ପୁରୁଷ ର ଅଙ୍ଗହାନି ହୁଏ,,,ଯାହା ଆଜି ମୋ ଜୀବନରେ ଘଟିଛି,,,।
ଶେଷରେ ଏତିକି କହିବି,,,ଏହି ଚିଠି ଲେଖିବାର କାରଣ,,,ଆଜି ଯଦି ମୁଁ ସବୁ ସତ କଥା ନ ମାନେ,, ତାହେଲେ ଏଇ ଅସହ୍ୟ ନର୍କ ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବି ନାହିଁ,,,। ମୁଁ ଜାଣେ,,, ଏ ଚିଠି ଟି ପଢ଼ିଲା ପରେ ତୁମେ ବହୁତ ଦୁଃଖୀ ହେବ,,,କାରଣ ତମର ସବୁ ଦୁଃଖ କୁ ଦୋହରାଇ ସବୁ ସତ କଥା ଲେଖିଛି,,,। ଆଉ ଏ କଥା ବି ଜାଣେ ଯେ ତମେ ତମ ଜୀବନରେ କେବେ ମୋତେ କ୍ଷମା କରିବ ନାହିଁ,,, ତଥାପି କ୍ଷମା ଆଶା କରି ରହୁଛି ସୁନ୍ଦରୀ,,,।।
ଇତି
ସ୍ୱର୍ଗରୁ ତମର ସ୍ୱାମୀ