ଜଣାଣ
ମାନଗୋବିନ୍ଦ ସ୍ବାଇଁ
ସକାଳ ହୋଇଲେ ତୁମ ଛବି ଦୃଶ୍ୟ
ମୋ ସମ୍ମୁଖେ ହସି ଉଠେ
ଗୁପ୍ତରେ କହଇ ମନ୍ତ୍ର ପାଠ ସବୁ
ଜପ ହୁଏ ସବୁ ମଠେ।
କିଏ ଗାଇ ହୁଏ ନିଜ ଦୁଃଖ ବାଣୀ
ପ୍ରଭୁ ଜଣା ଆରାଧନା
ମଜି ଯାଇଥାଏ ପ୍ରଭୁଙ୍କ ସେବାରେ
ପାଇବା ନିଜ ସାଧନା।
ପ୍ରଭୁ କହି ରଖେ ଭାବି ଚିନ୍ତି ଚଳ
ସଂଗ୍ରାମ ଆସିଛି ବେଳ
ପ୍ରକୃତି ସହିତ ଅନେକ ସଂର୍ଘଷ
ଭାଗ୍ୟ ହୁଏ ମହାବଳ।
ସବୁ ସେ ଦେଖୁଛି ସବୁ ସେ ଶୁଣୁଛି
ଧର୍ଯ୍ୟକୁ ଦେଇଛି ବଳ
ନିଳାଚଳ ନାଥ ଅନାଦର ନାଥ
ଭାଗ୍ୟର ହୁଏ ସୁଫଳ।
ଜୀବନ ମରଣ ଏକା ସେ ନାବିକ
ବିପଦକୁ କରେ ପାରି
ଦିବସ ରଜନୀ ନଉକା ବାହୁଛି
ସେହି ଏକା ମୋର ହରି ।