ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ପଞ୍ଚଦିନାତ୍ମକ ସଂସ୍କୃତ ସମ୍ଭାଷଣ ଶିବିର ଉଦଘାଟିତ

ବାଲେଶ୍ବର – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡଗରପଡା ସ୍ଥିତ ବିବେକ ଭାରତୀ ସେବା ଶ୍ରମରେ ପଞ୍ଚଦିନାତ୍ମକ ସଂସ୍କୃତ ସମ୍ଭାଷଣ ଶିବିର ଆଶ୍ରମର ମୁଖ୍ୟ ସ୍ବାମୀ ଗଣେଶାନନ୍ଦ ପୁରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନର ପ୍ରଚାରକ ଦୁଲାଲ କୁମାର ମିଶ୍ର ପ୍ରଶିକ୍ଷକ ଭାବେ ଯୋଗଦେଇ ସଂସ୍କୃତର ଆବଶ୍ୟକତା ଏବଂ ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ସେହିପରି ଆଶ୍ରମର ଗୁରୁଜୀ ପରମେଶ୍ବର ଅଗସ୍ତି ମଧ୍ୟ ପିଲାମାନଙ୍କ ମଧ୍ୟରେ ଥିବା ସଂସ୍କୃତର ମହନୀୟତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଗୁରୁମା ଜୟନ୍ତୀ ଅଗସ୍ତି ସଂସ୍କୃତର ପରମ୍ପରା, ଗୁରୁଭକ୍ତି ଓ ସାମାଜିକ ଚଳନିରେ ସଂସ୍କୃତର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଶିବିରରେ ୫୫ ଜଣ ଶିବିରାର୍ଥୀ ଯୋଗଦାନ କରିଥିଲେ । ଆଶ୍ରମର ଗୁରୁଜୀ ଜୟନ୍ତ ମଲ୍ଲିକ, ଗୁରୁମା ଭାଗ୍ଯଶ୍ରୀ ଦଳାଇ, ସଦାନନ୍ଦ ଭାରତ ଶିଅଳ ଏବଂ ଅନ୍ଯମାନେ ଉପସ୍ଥିତ ଥିଲେ । ଶେଷରେ ଅନୁଷ୍ଠାନର କର୍ମକର୍ତ୍ତା ଅଜୟ ପ୍ରଧାନଙ୍କ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚାରୋଟି ସ୍ଥାନରେ ଲାଗିଛି ମାଓ ପୋଷ୍ଟର, ଅଞ୍ଚଳରେ ଭୟର ବାତାବରଣ

Sunil Chandra Nayak

ଭୁବନେଶ୍ୱର ର ଦାୟିତ୍ବ ନେଲେ ଯୁବ ଆଇପିଏସ ପ୍ରତୀକ ସିଂ

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ସାଧବ ବୋହୂ

Sunil Chandra Nayak

Leave a Comment

error: Content is protected !!