ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ଖିଆ ପିଲା

   ଶାଶ୍‌ଖିଆ ପିଲା

ପିଲାବେଲେଁ ଟିକେ ମୁଇଁ ହେଲେଁକି ଉଦୁର୍‌ଛା 
ଆମର୍‌ ବଡ଼୍‌ଖା କାକୀ ବକି ଦିଅନ୍‌ ପଏର୍ଛା। ୧
“ଶାଶ୍‌ଖିଆ ପିଲା ହେସନ୍‌ କେତେ ଲବାର୍‌
ମୁଡ଼େଁ ନାଇନ ବୁଦ୍ଧି ବନୁଛନ୍‌ ଜାନ୍‌ବାର୍‌।” ୨
ବହ ନାଇଁଢୁକି ଶାଶ୍‌ ପାହିଗଲା ଆଗ୍‌ମିତିରି
କାକୀର୍‌ କହେଲା କଥା ବୁଝ୍‌ମା କେନ୍‌ତାକରି। ୩
ଛୁଆକୁଁ ବିର୍‌ଝାନ୍‌ ଆଘୋ କାକୀ, ମାଈଁମାନେ 
ତାଁକର୍‌ କଥା ଶୁନି ଉସତ୍‌ ଲାଗୁଥିଲା ମନେ। ୪
ଯେଭେଁ ଦେଖିଗଲିଁ ମୁଇଁ ମୋର୍‌ ଲାଗି କନିଆଁ
ଶାଶ୍‌ କୁରି ହେଉଥିଲେ ଧରି ଶିଂଘ୍‌ପାନିଆଁ। ୫
ମୋତେ ଦେଖି କାଏଁଯେ ଦେଲେ ମୁହୁଁ ଧୁଂଦ୍‌ରେଇ
ଅଚାବୁହା ହେଇ ଇ କଥାର୍‌ ଅଁତ୍‌ ନି’ପାଏଲି ମୁଇଁ। ୬
ନୂଆଁ ଜୁଏଁ ପିଲାର୍‌ ମୁହୁଁ ଦେଖି, ଗଲେ କାଏଁ ବିର୍‌ଝି
ହେତୁ ପାଏଲିଁ ପଛେଁ ଶଶୁରର୍‌ ଆନ୍‌ ପଛର୍‌ ମାଏଝି। ୭
ଅସ୍‌ଲି ଶାଶ୍‌ କେନ୍‌ ଯୁଗୁଁ ବୁପ୍‌ରୀ ଯାଇଥିଲେ ପାହି
ଇତାକଁର୍‌ ଶାସନ୍‌ ଚଲୁଛେ ଘରେଁ ଜାନିଗଲି ମୁଇଁ। ୮
ଉପ୍‌ରେଁ ମିଠା କଥା କହି ଭିତ୍‌ରେଁ କାଟନ୍‌ ପେଂଦି
ତାର୍‌ ଚଲନ୍‌ ସେଟା ଉହାତେଁ କାଏଁଯେ ହେମା ଧଂଦି। ୯
ବିହା ସର୍‌ଲା ହେଲେଁ କେଭେଁ ମୁଇଁ ନି’ଯାଏଁ ଶାଶ୍‌ଘର୍‌
ହର୍‌ମିଶା ଉହାତ୍‌ କଥାଥିଁ କିଏ ହେବା ବଜର୍‌ବଜର୍‌। ୧୦
ପଚ୍‌ରାଲିଁ ଦିନେ କାକୀକେ “ଛୁଆବେଲେଁ ମୋତେ
ଶାଶ୍‌ଖିଆ ଟୁରା ବଲି କେନ୍‌ତା କହୁଥିଲ କେତେ। ୧୧
ନାଇନ ମୋର୍‌ ଶାଶ୍‌ ବଲି ତୁମେ ଜାନିଥିଲ କେନ୍‌ତା
ନାଇଁ ଦେଖିଚାହିଁ ଭିଲ୍‌ କିଏ ବତେଇଥିଲା ପତା।” ୧୨
କାକୀ ବଏଲେ “ପୁତା ଆମ୍‌କୁ ଜନାଥିସି କଥା ସବୁ
ମା’ମାନକଁର୍‌ କଥା ଲହେସି ଲହିଗଲା ରେ ବାବୁ। ୧୩
ଭୁଆସେନ୍‌ ଆନିଛ ଧନ କେତେ ବୁଝି ବିଚାରି 
ଉକିଆ ହେଇଛେ ତାର୍‌ ଲାଗି ଆମର୍‌ ବଖ୍‌ରି। ୧୪
ଅସ୍‌ଲି ମା ବାଗିର୍‌ ସଁସେ କରୁଛେ ଶାଶ୍‌ମାନ୍‌କେ
ଭୁଲି ଯାଇଛେ ବହ ସତେଁ ତାର୍‌ ମା’ଘର୍‌ ଯିବାକେ। ୧୫

ଗଅଁଲିଆ କବି ସୁଧୀର୍‌ ପଂଡା

Related posts

ରାଇରଙ୍ଗପୁରରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଜୟ ମାଆ ଲକ୍ଷ୍ମୀ 

Sunil Chandra Nayak

ପାପଡାହାଣ୍ଡି ଥାନାରେ ଏଏସପି ଙ୍କ ସାମ୍ବାଦିକଙ୍କୁ ମାଡ଼ ଓ ମହିଳାଙ୍କୁ ଅସଦା ଚରଣ ଘଟଣା,କେନ୍ଦ୍ର ମାନବଧିକାର କମିସନ ନିକଟରେ ମାମଲା ରୁଜୁ

Sunil Chandra Nayak

Leave a Comment

error: Content is protected !!