ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ସତ୍ୟସାଇ ବାବାଙ୍କ ୫୦ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା/ ସେକ୍ଟର ୨,ସି/୫୬ ସ୍ଥିତ ଶ୍ରୀ ସତ୍ୟସାଇ ବାବାଙ୍କ ବିଗ୍ରହ ପ୍ରତିଷ୍ଠା ଦିବସର ୫୦ତମ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବନବାସ ପଟ୍ଟନାୟକ,ସ୍ବର୍ଣ୍ଣପ୍ରଭା ପଟ୍ଟନାୟକ, ଗୋପୀନାଥ ପଟ୍ଟନାୟକ ଓ ବନ୍ଦନା ପଟ୍ଟନାୟକ ପ୍ରମୁଖ କର୍ତ୍ତା କର୍ତ୍ତୀ ଭାବେ ଯୋଗଦେଇ ବାବାଙ୍କ ପୁଜାର୍ଚ୍ଚନା କରିଥିଲେ। ୧୯୭୨ ମସିହାରୁ ବିଗ୍ରହ ପ୍ରତିଷ୍ଠା କରାଯାଇ ଚଳିତ ବର୍ଷ ୫୦ତମ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ଓଂକାର ନାମ,ନଗର ସଂକୀର୍ତ୍ତନ,ହୋମ,ପୁଜାର୍ଚ୍ଚନା,ଭଜନ,ନାରାୟଣ ସେବା ଓ ପ୍ରସାଦ ସେବନ ତଥା ସଂଧ୍ୟାବେଳେ ଭଜନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସାଇଜ୍ୟୋତି ପଟ୍ଟନାୟକ, ଅଭୟ କୁମାର ଦାସ, ରାଜଶ୍ରୀ ଦାସ, ରାଜୀବ ପାଣି, କୁଞ୍ଜବିହାରୀ ରାଉତ, ସମିତା ଆଚାର୍ଯ୍ୟ, ସୁଶାନ୍ତ ରଥ,ଶୁଭେନ୍ଦୁ ଦାସ, ସୁଶାନ୍ତ କୁମାର ପଣ୍ଡା,ରାଜେଶ ପାଣ୍ଡେ,ଶ୍ରୀନିବାସ ସେଠୀ,ଯୁଦ୍ଧିଷ୍ଠିର ଦେହୁରି,ସୁରେଶ ଥାପା, ମିତା ପ୍ରଧାନ, ଜୋସ୍ନାରାଣୀ ରାଉତ, ମହେନ୍ଦ୍ର ବାରିକ, ମଞ୍ଜୁଳା ସାହୁ, ରାଜକୁମାର ମହାନ୍ତି ପ୍ରମୁଖ ଙ୍କ ସମେତ ବହୁ ସାହିତ୍ୟିକ, ସମାଜସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ ଯେ ରଥଯାତ୍ରା ଦିନ ପ୍ରତିଷ୍ଠା ଦିବସ, ନଭେମ୍ବର ୨୩ରେ ବାବାଙ୍କ ଜନ୍ମ ଦିବସ, ଗୁରୁପୂର୍ଣିମା, ଶିବରାତ୍ରୀ ଓ ଜନ୍ମାଷ୍ଟମୀ ଦିନ ଅଖଣ୍ଡ ଭଜନ ସହ ନାମ ସଂକୀର୍ତ୍ତନ କରାଯାଇଥାଏ। ଚଳିତ ବର୍ଷ କାର୍ଯ୍ୟକ୍ରମ ଟି ସଫଳତା ସହ ପାଳନ ହୋଇଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

କାଙ୍କେରି ବୋଡ଼ର୍ର କଲେଜ ଠାରେ ମହିଳା ଆତ୍ମସୁରକ୍ଷା ତାଳିମ ଶିବିର ଉଦଯାପିତ

Sunil Chandra Nayak

ଦୁଇ ଅନାଥ ଭଉଣୀ ର ଦୁଃଖ ଶୁଣିବ କିଏ ? ଦୁହିଁଙ୍କ ପାଇଁ ଭଗବାନ ହିଁ ଆଶା ଭରସା

Sunil Chandra Nayak

ବାସନ୍ତୀ ଲତା ଜେନା ଙ୍କ କବିତା ମହାବିଷୁବ ସଂକ୍ରାନ୍ତି

Sunil Chandra Nayak

Leave a Comment

error: Content is protected !!