ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ପାଳନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିଜୁ ଯୁବ ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଦଳର ୨୫ତମ ପୂର୍ତ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ । ପୂର୍ତ୍ତି ଦିବସ ଉପଲକ୍ଷେ ସ୍ଥାନୀୟ ରାମେଶ୍ବର ହାଇସ୍କୁଲ ଓ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଆୟୋଜନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷକ,ସମସ୍ତ କର୍ମଚାରୀ ,ଛାତ୍ର ଛାତ୍ରୀ ମାନଙ୍କ ସହଯୋଗରେ ବୃକ୍ଷ ରୋପଣ କରାଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର, ଉପାଧ୍ୟକ୍ଷା ଦୀପ ସାହୁ ,ପ୍ରାକ୍ତନ ଅଧ୍ୟକ୍ଷ କାର୍ତ୍ତିକ ସାହୁଙ୍କ ସମେତ ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

କାମାକ୍ଷନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ପଙ୍କ ପଦୁଅଁ

Sunil Chandra Nayak

ଝାଡ଼ଖଣ୍ଡ ମୁକ୍ତିମୋର୍ଚାଦଳ ର ମୟୂରଭଂଜ ଜିଲ୍ଲା କମିଟି ଘୋଷିତ

Sunil Chandra Nayak

Leave a Comment

error: Content is protected !!