ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା – ପଳାଶ ଫୁଲ

ପଳାଶ ଫୁଲ

 

ସରୋଜ କୁମାର ସାହୁ

 

କେତେ ଯତନରେ ଗଢିଛି କିଏଲୋ

ଏତେ ରଙ୍ଗ ଦେହେ ଭରି

ଯେତେଦୂରେ ତୋର ପଡିଲେ ନଜର

କ୍ଷଣିକରେ କରୁ ଚୋରୀ ।

ମାଖିଛି ସେ ପୁଣି ତୋର ମନ ଜାଣି

କଅଁଳ ଦେହକୁ ନାଲି

ଅତି ସରାଗରେ ଫୁଟି ଅଛୁ ତୁହି

ହସ ଭରି ଖିଲି ଖିଲି ।

ବରଷକେ ପୁଣି ଆସୁ ଏ ଧରାରେ

ପେନ୍ଥା ପେନ୍ଥା ତୋର ଫୁଲ

ନାହିଁ ତୋର ବାସ କରିଛୁ କି ଦୋଷ

ଜନ ମାନସରେ ମୂଲ ।

ରୂପରେ ତୋହର କିଏ ହେବ ସରି

ସବୁଠୁ ଅଭିନ୍ନ ତୁହି

ଲାଗେନା କାହାର ପୂଜା ପ୍ରାର୍ଥନାରେ

ଯେତେସଜ ଥିଲେ ହୋଇ ।

ବହଳ ରଙ୍ଗରେ ସଜେଇ ହୋଇକି

ଧରି ତୁ ଫଗୁଣ ଆସୁ

ଗୋଟେ ଦିନ ପାଇଁ ତୋହରି ଆଦର

ଗାଁ ଦାଣ୍ତ ପରେ ଦିଶୁ ।

ଭୂମିପରେ ଝଡି ଦେଉ ତୁ ଅଜାଡି

ମନୋରମ ଶୋଭାରାଜି

ରୂପ ଗୁଣ ତୋର ଜିଣିବ ହୃଦୟ

ପାରୁ ତୁହି ସବୁ ବୁଝି ।

ସରୋଜ କୁମାର ସାହୁ

ଆଠଗଡ଼ .କଟକ

 

Related posts

ଆତ୍ମସମର୍ପଣ କଲା ଆଉ ଜଣେ ହାର୍ଡକୋର ମାଓବାଦୀ: ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର ରାଶି

ଖଡ଼ିଆଳ ରଥଯାତ୍ରା ରେ ଅଘଟଣ, ସେବାୟତ ରଥରୁ ଗୁରୁତର ଆହତ

କନକ ନିଆଲ୍ ହତ୍ୟା ର ସମସ୍ତ ଆରୋପି ଙ୍କୁ କୋର୍ଟ ଚାଲାଣ ଦାବିରେ ଧାରଣା ଦେବେ ପୀଡ଼ିତା ର ପିତା

Sunil Chandra Nayak

Leave a Comment

error: Content is protected !!