ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋସ୍ନା ରାଣୀ ଦେବୀ ଙ୍କ କବିତା – ଭୁଲି ନାହିଁ

ଭୁଲିନାହିଁ

         ଜ୍ୟୋତ୍ସ୍ନା ରାଣୀ ଦେବୀ

 

ସେଇ ଜହ୍ନ ସେଇ ତାରା

    ଶୀତ ସକାଳର ଖରା

ସେଇ ବର୍ଷା ସେଇ ରାତି

  ମାଆର ଉଷୁମ ଛାତି

ଭୁଲିନାହିଁ କେବେ ଭୁଲି ପାରିବିନି

        ମୋ ଗାଁ ଜନମ ମାଟି ।

 

 

ସେଇ ବିଲ ସେଇ ତୋଟା

  ସେଇ ନଈ ସେଇ ପଠା

ପାଣି କାଦୁଅର ଖେଳ

    ସାଙ୍ଗସାଥି ପିଲାମେଳ

ଭୁଲିନାହିଁ କେବେ ଭୁଲି ପାରିବିନି

     ହଜି ଯାଇଥିବା ବେଳ ।

 

ସେଇ ସ୍ନେହ ସେଇ ପ୍ରୀତି

  ବାପର ଆକଟବତୀ

ସେଇ ଦିନ ସେଇ ରାତି

  ଭାଇଭଗ୍ନୀ ମିଠା ସ୍ମୃତି

ଭୁଲିନାହିଁ କେବେ ଭୁଲି ପାରିବିନି

    ଯାଇଛି ଆଜି ଯା’ ବିତି ।

 

ସେଇ ଯେ ପୋଖରୀ ତୁଠ

    ଗାଁ ଦେଉଳର ବାଟ

ସେଇ ଓଷା ସେଇ ବ୍ରତ

 ମୋ ଗାଁ ମାଟିର କ୍ଷେତ

ଭୁଲିନାହିଁ କେବେ ଭୁଲି ପାରିବିନି

   ମୋ ଗାଁ ପୁନେଇ ଯାତ ।

 

ସେଇ ମିଠାମିଠା ସ୍ମୃତି

ଖୋଜୁଛି ଆଜି ମୁଁ ସାଥି

ସେଇ ହଜିଗଲା ଦିନ

  ଛାଡିଛି ଆଜି ଯା’ ଚିହ୍ନ

ଭୁଲିନାହିଁ କେବେ ଭୁଲି ପାରବିନି

    ରହିଥିବି ଯେତେ ଦିନ ।

 

ସେଇ ସେ ଅନ୍ଧାର ରାତି

     ସେଇ ଯେ ଡିବିରି ବତୀ

ସେଇ ଖରା ସେଇ ଛାଇ

  ସେଇ ପୂଜାଥାଳି ଖଇ

ଭୁଲିନାହିଁ କେବେ ଭୁଲି ପାରିବିନି

  ଜଳିବା ଆଗରୁ ଜୁଇ ।

 

ବ୍ରହ୍ମପୁର, ଗଂଜାମ

Related posts

ଖଳାରେ ଗଦା ହେଲାଣି ଧାନ ମଣ୍ଡି ଖୋଲିବା ରେ ବିଳମ୍ବ 

Sunil Chandra Nayak

କବିତା – ତୁମରି ଛବି

Sunil Chandra Nayak

ପର୍ଯ୍ୟଟନ ଋତୁର ସ୍ପର୍ଶ ରେ ଚଳଚଂଚଳ ଡଗରା ବେଳା ଭୂମି

Sunil Chandra Nayak

Leave a Comment

error: Content is protected !!