ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ ରଞ୍ଜନ ପ୍ରଧାନ ଙ୍କ କବିତା – ଲୁହ

 

ଲୁହ

 

ଶରୀର ଅଟଇ ଆମ ପାରାବାର ଉଠଇ ଢେଉ ଜୁଆର

ପାଞ୍ଚଟି ଇନ୍ଦ୍ରିୟ ଶରୀର ମଧ୍ୟରେ କରିଅଛି ସଂସାର।

 

ଦର୍ଶନେନ୍ଦ୍ରିୟ ସବୁ ଦେଖୁଥାଏ ସବୁ କରେ ଉପଭୋଗ

ସୁଖରେ ଦୁଃଖ ରେ ଝରି ପଡେ ନୀର ଲୁହ ବୋଲି ସିଏ ସଜ।

 

ସୁଖରେ ଆଖିରୁ ଝରିପଡେ ଲୁହ ଦୁଃଖ ରେ ବି ବହେ ଲୁହ

ଦରଦୀ ବୁଝଇ ଲୁହର ମହତ ଅନ୍ତରୁ ଉଠଇ କୋହ।

 

କ୍ଷୁଧା ହେଲେ ଶିଶୁ କ୍ରନ୍ଦନ କରଇ ଆଖିରୁ ଲୁହ ଝରଇ

ଲୁହ ର ମହତ ଜାଣିପାରେ ମା କିଏ ସେ ପାରିବ କହି।

 

ନାରୀ ଆଖି ଲୁହ ନିଆଁ ର ସମାନ ପୋଡଇ ସାରା ସଂସାର

ଜାନକୀ ଆଖିର କେଇ ଟୋପା ଲୁହ ପୋଡି ଦେଲା ଲଙ୍କା ଗଡ।

 

ପାଞ୍ଚାଳୀ ଲୁହରେ କୁରୁ ବଂଶ ନାଶ ପୁରାଣେ ହୋଇଛି ଲେଖା

ଲକ୍ଷ୍ମୀ ଠାକୁରାଣୀ ଆଖିର ଲୁହରେ ଜଗାବଳିଆ ମାଗିଲେ ଭିକ୍ଷା।

 

ଭକତ ଆଖିର ଲୁହ କୁ ଦେଖିଲେ ସହି ନ ପାରେ କାଳିଆ

ଭକ୍ତ ସାଲବେଗ ଲୁହରେ ଡାକିଲେ ରଥ ରହିଥିଲା ଯାହା।

 

ଶାଶୁଘର ଚାଲିଗଲା ବେଳେ ଝିଅ ଆଖିରୁ ଲୁହ ଝରଇ

ସେ ଲୁହ ଭିତରେ ଅନ୍ତର ବେଦନା ଲୁହ ରେ ଦୁଃଖ ଜଣାଇ।

 

ପୃଥିବୀର ଦୁଃଖ ଦେଖିଲେ ଆକାଶ ଢାଳି ଦିଏ କେତେ ଲୁହ

ସନ୍ତାପିତ ହୁଏ ଧରଣୀର ବକ୍ଷ ଏ ଅଟେ ସଂସାର ମୋହ।

 

ଆଖିର ଲୁହରେ ଚିଠି ଲେଖି ଦେଲେ ମନରେ ଖେଳେ ଚପଳା

ଲୁହ ଝରି ଝରି ଝରଣା ହୋଇଛି ଅଟଇ ଦୁଃଖ ପାଶୋରା।

ଜନ ରଞ୍ଜନ ପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ଘୁମରେଶ୍ଵର ଶୈବ ପୀଠ ରୁ ଦୁଇ ଫୁଟ ଖୋଳି ଲିଙ୍ଗ ଚୋରୀ

Sunil Chandra Nayak

ବିଶ୍ବ ରେଡକ୍ରସ ଦିବସ ପାଳନ ଅବସରରେ ଅନାଥାଶ୍ରମ ଅନ୍ତେବାସୀଙ୍କୁ ହାଇଜେନିକ କିଟ୍ ବଣ୍ଟନ

କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦ କଳାହାଣ୍ଡି ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!