ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂଯୁକ୍ତା ସାହୁ ଙ୍କ କବିତା ଭିଜା ଭିଜା ସ୍ମୃତି

ଭିଜା ଭିଜା ସ୍ମୃତି

 

ଭିଜା ଭିଜା ସ୍ମୃତିମାନ ସବୁ 

ଅଲେଖା ଗପଟିଏ ସାଇତା

ଅଦେଖା ସ୍ବପ୍ନ ସିଏ ସ୍ମୃତିର

ପିଲାଦିନ କେତେ ଧୂଳିଖେଳ

ମୁକ ସାକ୍ଷୀ ହୋଇ ରହିଥାଏ

ଭାବନାର ଚିକ୍ ମିକ୍ ଭରା

ଝଲମଲ ତାଜମହଲ ସିଏ

ଜ୍ୟୋସ୍ନାଭିଜା ଶୀତ ସନ୍ଧ୍ୟା

ସମୁଦ୍ରବେଳାର ମିନାର ସିଏ ।

ଦଗ୍ଧ ହୃଦୟର ଶୀତଳତାର

ସ୍ପର୍ଶର ଶୁଭାକାଂକ୍ଷୀ ସିଏ

ହୃଦୟର କେଉଁ ଏକ ନିଭୃତ

କୋଠରୀର କରାଘାତ

କରୁଥିବା ଅଜଣା ଅତିଥିଟିଏ ।

ସୁଖ,ଦୁଃଖ,ହସ,ଲୁହ ଭରା

ପ୍ରେମ ପ୍ରତାରଣାର ମୁକ

ତଥା ନିରବଦ୍ରଷ୍ଟା ସାକ୍ଷୀଟିଏ

ସ୍ମୃତି ,ଅପରାହ୍ନର ମଳୟ ସିଏ ।

ସଂଯୁକ୍ତା ସାହୁ

ରାହାମା
ଜଗତସିଂହପୁର 

Related posts

ମେହେର ସମାଜ ର ମହାସଭା ଏବଂ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ବିନା ରସିଦରେ ବାଲି ଚାଲାଣ କାଟିବା ନେଇ ଅଭିଯୋଗ

Sunil Chandra Nayak

ରାଧାମୋହନ ପୂଜାହାରୀ ଙ୍କ କବିତା ଲୁହା କହେ ସୁନାକୁ

Sunil Chandra Nayak

Leave a Comment

error: Content is protected !!