ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିରୁପମା ପାଣି ଙ୍କ କବିତା ଅଜବ ଗଜବ

ଅଜବ ଗଜବ

 

 ନିରୁପମା ପାଣି 

 

ବାପାର ଘରରେ ପୁଅଟା ମାଲିକ

ପୁଅ ଘରେ ବାପା କୁକୁର

କଥାକହିବାର ନାହିଁ ଅଧୀକାର

କଟୁଭାଷା ପ୍ରାପ୍ୟ ତାର!!

 

ମାଆ ପଣତରେ ପୁଅ ଝାଡାକରେ

ଶୁ ଶୁ କରେ ଭାତ ଥାଳିରେ

ରାଗେନାହିଁ ମାଆ ଗାଳିଦିଏ ନାହିଁ 

ହସି ସଫା ସବୁ କରେ!!

 

ପୁଅ ଘରେ ବୋହୁ ଏକାଅଂଶୀଦାର

ଆଜିକା ଦୁନିଆ ରୀତି

କଥାଶୁଣି ଶୁଣି ମନ ମରିଯାଏ

ଦୁଃଖେ ଫାଟିଯାଏ ଛାତି!!

 

କେମିତି ଗଢିଛି ବିହିସଂସାରକୁ

ଅଜବ ଗଜବ କରି

କାଲି ଯିଏ ଥିଲା ଘରର ମାଲିକ

ଆଜି କାନ୍ଦେ ଆଖି ମଳି!!

 

ଦିନେତ ସମୟ ଦେବ ଦେଖେଇ

ରହିବନି ଅହଂକାର

ଖସିବ ବରଡା ଆଗପଛ ହୋଇ

ଆଖି ଲୁହ ହେବ ସାର!!

 

ନିଜକଥା ଯଦି ବାପା ମା ବୁଝନ୍ତେ

ପୁଅ ର ସ୍ୱାର୍ଥ ନଦେଖି

ଶେଷ ସମୟରେ ଭଲରେ ରହନ୍ତେ

ବୋହୁ ଦେଖାନ୍ତାନି ଆଖି!!

 

    ଚାନ୍ଦବାଲି 
       ଭଦ୍ରକ୍

Related posts

ଚିଲିଗୁଡା ନୀଳମାଧଵ ହାଇ ସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ଚାଳକ ଦିବସ ପାଳନ

Sunil Chandra Nayak

ପ୍ରେମଲତା ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

Leave a Comment

error: Content is protected !!