ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ବୟସ କମିଲା ଭକ୍ତି ବି ବଢିଲା

   ଶରଣ ମୁଁ ପାଦ ତଳେ

ମୁକତି ଲଭିବା ଶକତି ପାଇବା

   ଭକ୍ତି ମୋର ନିଳାଞ୍ଚଳେ।

ଧାମ ନିଳାଚଳ ବୈକୁଣ୍ଠ ସମାନ

        କୁପଥ ଛାଡ଼ି ସୁପଥ

 ଦିଅ ମୋତେ କହି ସେହି ପଥେ ଯିବି

    ଆଜ୍ଞା ହେଉ ଜଗନ୍ନାଥ।

ଭକ୍ତ ଯାହା ଦଳ ଭକ୍ତି ତାହା ମୂଳ

     ନାମ ମୁକ୍ତି ଜପ ବଳ

ପଦ ଧ୍ବନି ସ୍ବର ଶୁଭୁଛି କୀର୍ତ୍ତନ 

     ବଡ଼ଦାଣ୍ଡ ନିଳାଞ୍ଚଳ।

ଠାକୁର ଆସନ୍ତି ବଡ଼ଦାଣ୍ଡ ପରେ

    ରଥରେ ହୁଅନ୍ତି ଉଭା

ଦର୍ଶନ ଦିଅନ୍ତି ଭକ୍ତ ଜନ ବନ୍ଧୁ 

   ଆହା କି ଆନନ୍ଦ ଶୋଭା।

ଦେଖି ଦେଲେ ନେତ୍ରେ ହୃଦୟ ପୁରୁଛି

    ଅନ୍ତର ହୁଅଇ ଶାନ୍ତ

ସେ କଳା ଗୋବିନ୍ଦ କାଳିଆ ସାଆନ୍ତ

    ହୃଦ କରଇ ଜୀବନ୍ତ।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ବାରିପଦାରେ ଆପ୍ ଦଳ ଆନୁକୁଲ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Sunil Chandra Nayak

କୁମାର ପୂର୍ଣ୍ଣିମା ଓ ଓଡିଆ ପରମ୍ପରା ତଥା ପର୍ବପର୍ବାଣି ଆମ ପରିଚୟ

Sunil Chandra Nayak

ଆଇସିକ୍ୟୁସିସି – ୨୨ : ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ୫ଟି ସ୍ଵର୍ଣ ପଦକ ହାସଲ

Sunil Chandra Nayak

Leave a Comment

error: Content is protected !!