ଜଣାଣ
ମାନଗୋବିନ୍ଦ ସ୍ବାଇଁ
ବୟସ କମିଲା ଭକ୍ତି ବି ବଢିଲା
ଶରଣ ମୁଁ ପାଦ ତଳେ
ମୁକତି ଲଭିବା ଶକତି ପାଇବା
ଭକ୍ତି ମୋର ନିଳାଞ୍ଚଳେ।
ଧାମ ନିଳାଚଳ ବୈକୁଣ୍ଠ ସମାନ
କୁପଥ ଛାଡ଼ି ସୁପଥ
ଦିଅ ମୋତେ କହି ସେହି ପଥେ ଯିବି
ଆଜ୍ଞା ହେଉ ଜଗନ୍ନାଥ।
ଭକ୍ତ ଯାହା ଦଳ ଭକ୍ତି ତାହା ମୂଳ
ନାମ ମୁକ୍ତି ଜପ ବଳ
ପଦ ଧ୍ବନି ସ୍ବର ଶୁଭୁଛି କୀର୍ତ୍ତନ
ବଡ଼ଦାଣ୍ଡ ନିଳାଞ୍ଚଳ।
ଠାକୁର ଆସନ୍ତି ବଡ଼ଦାଣ୍ଡ ପରେ
ରଥରେ ହୁଅନ୍ତି ଉଭା
ଦର୍ଶନ ଦିଅନ୍ତି ଭକ୍ତ ଜନ ବନ୍ଧୁ
ଆହା କି ଆନନ୍ଦ ଶୋଭା।
ଦେଖି ଦେଲେ ନେତ୍ରେ ହୃଦୟ ପୁରୁଛି
ଅନ୍ତର ହୁଅଇ ଶାନ୍ତ
ସେ କଳା ଗୋବିନ୍ଦ କାଳିଆ ସାଆନ୍ତ
ହୃଦ କରଇ ଜୀବନ୍ତ।