ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭଶ୍ରୀ ପ୍ରଧାନ ଙ୍କ କବିତା ସକାଳ ଜଣାଣ

ସକାଳ ଜଣାଣ

ସୂର୍ଯ୍ୟ ଆଗମନେ କୋଇଲିର ତାନେ

ସକାଳ ଆସଇ ମାଡ଼ି,

ନିଦ ଭାଙ୍ଗୁନି କି ମଣିମା ତୁମର

ସିଂହାସନେ ଅଛ ପଡ଼ି।

 

ଭକତଙ୍କ ଡାକ ଶୁଭୁନି ତୁମଙ୍କୁ

ବଧିର ହୋଇଲ ଆଜି,

କିପରି ଛୁଇଁବି ତୁମ ଶ୍ରୀମନ୍ଦିର

ତୁମ ଭକ୍ତଟିଏ ସାଜି।

 

ଦୁଃଖତ ଲେଖିଲ ମଣିଷଟେ କଲ

ଦେଖେଇଲ ଆଲୋକକୁ,

ତୁମ ବିନା ପ୍ରଭୁ କେମିତି ଜିତିବି

ମିଛ ମାୟା ଦୁନିଆକୁ।

 

ଶଙ୍ଖଚକ୍ର ଧାରି ହେ ବିଶ୍ଵବିହାରୀ

ମୋ ପାଇଁ ହେଲ ପଥର,

କାହାକୁ କହିବି ଏ କଷ୍ଟ କାହାଣୀ

ତୁମେତ କରିଲ ପର।

 

ସବୁ କିଛି ଜାଣି ନୀରବ ସାଜିଛ

କେମିତିକା ଦିଅଁ ତୁମେ,

ଏତେ ଲୁହ ଦେଇ ମନ ବୁଝୁ ନାହିଁ

ଏତିକି ନିଷ୍ଠୁର ତୁମେ।

 

ଆହେ ଦୟାମୟ କରୁଣା ସାଗର

ଡାକେ ତୁମ ପାଦେ ପଡ଼ି,

କୃପା ଦୃଷ୍ଟି ଟିକେ ଦିଅ ମୋ ଉପରେ

ଏ ଜୀବନ ଯାଉ ଛାଡ଼ି।

 

 ଶୁଭଶ୍ରୀ ପ୍ରଧାନ

 କୋଣାର୍କ , ପୁରୀ

Related posts

ଢ଼ାବା ମାଳିକାନି ହତ୍ୟା ଘଟଣା , ଅଭିଯୁକ୍ତ ଗିରଫ

ଚିଲିଗୁଡା ରେ ଜଳ ସଂଙ୍କଟ ସୁଖିଗଲାଣି ବନ୍ଧ ଗାଧୋଇବାକୁ ଯାଉଛନ୍ତି ୧ କିମି ଦୂର

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!