Uncategorizedଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ନୂଆଖାଇ by Sunil Chandra NayakSeptember 4, 2022080 Share1 ନୂଆଖାଇ ଶ୍ଯାମା ପ୍ରସାଦ୍ ବୋଷ୍ ନୂଆଖାଇ ପର୍ବ ଓଡିଶା ର ଗର୍ବ ଗଣପର୍ବ ଆଖ୍ଯା ପାଇ ପଶ୍ଚିମ ଓଡିଶା ଉତ୍ସବ ମୁଖର ଆଜି ସେହି ନୂଆଖାଇ । ନୂଆବସ୍ତ୍ର ପିନ୍ଧି ହାତେ ହାତ ଛନ୍ଦି ପ୍ରଣାମ ମୁଦ୍ରା ରେ ଥାଇ ନୂଆଖାଇ ଲାଗି ଆଶିଷ ସେ ମାଗି ପୂଜୁଥାଏ ସମଲାଇ । ନୂଆଖାଇ ଥାଟ ହୁଏ ଭେଟ ଘାଟ ନୂଆଅନ୍ନ ରାନ୍ଧି ଦେଇ ଘରେ ଘରେ ଖୁସି ସର୍ବେ ମିଳିମିଶି ପିଠା ପଣା ଖାଏ ସେଇ । ନୂଆଖାଇ ର ସେ ପରବ ଟି ହସେ ଭାଇଚାରା ଭାବ ନେଇ ପଶ୍ଚିମ ଓଡିଶା ଉଠଇ ପଡଇ ଉତ୍ସବ ମୁଖର ହେଇ । ନୂଆଖାଇ ଦିନ ପରବ ଟି ଭିନ୍ନ ନିଆରା ସେ ହୋଇଥାଇ ଗୁରୁ ଗୁରୁଜନେ ଜୁହାର ସମ୍ମାନେ ପରମ୍ପରା ଆପଣାଇ । ନୂଆଖାଇ ନୂଆ ଅନ୍ନ ଓ ବ୍ଯଞ୍ଜନ ନୂଆ ବସ୍ତ୍ର ଲାଗି ହେଇ ପ୍ରତି ଘରେ ଘରେ ଇଷ୍ଟ ଙ୍କୁ ସୁମରେ ନୂଆ ଅନ୍ନ ଭୋଗ ଦେଇ । ନୂଆଖାଇ ଆଜ ଶୁଭ ସବୁ କାର୍ଯ୍ୟ ନୂଆ ଭାବ ଆପଣାଇ ଶୁଭ କାମନାରେ ସର୍ବ କୁଶଳରେ ଜୁହାର ଯେ କରୁଥାଇ । ନୂଆଖାଇ ର ଏ ଶୁଭ ଅବସରେ ସଭିଙ୍କୁ ଶୁଭେଚ୍ଛା ଦେଇ ଏ ଅଧମ କବି ଭବେ ଅନୁଭବି କବିତା ଟେ ଭେଟି ଦେଇ । ରହୁଛି ଜୁହାର ହେଇ ରହୁଛି ଜୁହାର ହେଇ