ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ନୂଆଖାଇ

      ନୂଆଖାଇ 

                  ଶ୍ଯାମା ପ୍ରସାଦ୍ ବୋଷ୍ 

ନୂଆଖାଇ ପର୍ବ ଓଡିଶା ର ଗର୍ବ 
ଗଣପର୍ବ ଆଖ୍ଯା ପାଇ 
ପଶ୍ଚିମ ଓଡିଶା ଉତ୍ସବ ମୁଖର 
ଆଜି ସେହି ନୂଆଖାଇ । 
ନୂଆବସ୍ତ୍ର ପିନ୍ଧି ହାତେ ହାତ ଛନ୍ଦି 
ପ୍ରଣାମ ମୁଦ୍ରା ରେ ଥାଇ 
ନୂଆଖାଇ ଲାଗି ଆଶିଷ ସେ ମାଗି 
ପୂଜୁଥାଏ ସମଲାଇ । 
ନୂଆଖାଇ ଥାଟ ହୁଏ ଭେଟ ଘାଟ 
ନୂଆଅନ୍ନ ରାନ୍ଧି ଦେଇ 
ଘରେ ଘରେ ଖୁସି ସର୍ବେ ମିଳିମିଶି 
ପିଠା ପଣା ଖାଏ ସେଇ । 
ନୂଆଖାଇ ର ସେ ପରବ ଟି ହସେ 
ଭାଇଚାରା ଭାବ ନେଇ 
ପଶ୍ଚିମ ଓଡିଶା ଉଠଇ ପଡଇ 
ଉତ୍ସବ ମୁଖର ହେଇ । 
ନୂଆଖାଇ ଦିନ ପରବ ଟି ଭିନ୍ନ 
ନିଆରା ସେ ହୋଇଥାଇ 
ଗୁରୁ ଗୁରୁଜନେ ଜୁହାର ସମ୍ମାନେ 
ପରମ୍ପରା ଆପଣାଇ । 
ନୂଆଖାଇ ନୂଆ ଅନ୍ନ ଓ ବ୍ଯଞ୍ଜନ 
ନୂଆ ବସ୍ତ୍ର ଲାଗି ହେଇ 
ପ୍ରତି ଘରେ ଘରେ ଇଷ୍ଟ ଙ୍କୁ ସୁମରେ 
ନୂଆ ଅନ୍ନ ଭୋଗ ଦେଇ । 
ନୂଆଖାଇ ଆଜ ଶୁଭ ସବୁ କାର୍ଯ୍ୟ 
ନୂଆ ଭାବ ଆପଣାଇ 
ଶୁଭ କାମନାରେ ସର୍ବ କୁଶଳରେ
ଜୁହାର ଯେ କରୁଥାଇ । 
ନୂଆଖାଇ ର ଏ ଶୁଭ ଅବସରେ  
ସଭିଙ୍କୁ ଶୁଭେଚ୍ଛା ଦେଇ 
ଏ ଅଧମ କବି ଭବେ ଅନୁଭବି 
କବିତା ଟେ ଭେଟି ଦେଇ ।

ରହୁଛି ଜୁହାର ହେଇ 

ରହୁଛି ଜୁହାର ହେଇ 

Related posts

ଲକ୍ଷ୍ମୀନୃସିଂହ ୨୨ ତମ ଯାତ୍ରା ପାଇଁ ନୂତନ ପରିଚାଳନା କମିଟି କର୍ମକର୍ତ୍ତା ନିର୍ବାଚନ , ସଭାପତି ପାର୍ଥ ସମ୍ପାଦକ ମିଲନ                          

Sunil Chandra Nayak

ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ମିନତି ଦାଶ ଙ୍କ କବିତା ପାର୍ବଣେ ବନଦୁର୍ଗା

Sunil Chandra Nayak

Leave a Comment

error: Content is protected !!