ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ଧୁକ ମୂନରୁ ବିବାହ ବନ୍ଧନ, ଦୁଇ ନକ୍ସଲଙ୍କ ଅଭୂଲା ପ୍ରେମକାହାଣୀ

ରାମଦାସ ସହିତ କଲମଦେଇର ଶୁଭବିବାହ ସଂପନ

ଭବାନିପାଟଣା– : କଳାହାଣ୍ଡି ଜ଼ିଲ୍ଲା ଓ ଛତିଶଗଡ ରେ ମାଓବାଦୀ ମାନେ ଦିନ ଥିଲା ହାତରେ ବନ୍ଧୁକ ଧରି ଜଙ୍ଗଲ ଜଙ୍ଗଲ ଘୁରି ବୁଲୁଥିଲେ । ମାଓବାଦ ଦ୍ୱାରା ସମାଜରେ ପରିବର୍ତ୍ତନ ସମ୍ଭବ ବୋଲି ବନ୍ଧୁକ ଧରି ରାଷ୍ଟ୍ର ବିରୁଦ୍ଧରେ ଲଢେଇ ଲଢିବାକୁ ବାହାରି ପଡିଥିଲେ । ତେବେ ସଂଘର୍ଷର ଦିନ ବିତିବା ସହିତ ମନରେ ଯେଉଁ ଅନୁଭବ ଆସିଲା, ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ବାଧ୍ୟ ହେଲେ ହାର୍ଡକୋର ନକ୍ସଲ ଭାବେ ପରିଚିତ ରାମଦାସ । ଛତିଶଗଡ ଅଞ୍ଚଳର ଯୁବକ ରାମଦାସ ଗତ ୨୦୦୯ରେ ସାମିଲ ହୋଇଥିଲେ ନକ୍ସଲ ସଂଗଠନରେ । ଛତିଶଗଡ ତଥା ଓଡିଶାର ସୀମାନ୍ତ ଅଞ୍ଚଳରେ ମାଓବାହିନୀରେ ଅନେକ ଅପରେସନରେ ସେ ସକ୍ରିୟ ଭାବେ ସାମିଲ ହେଉଥିଲେ । ତେବେ ସଂଗଠନର ମୁଖ୍ୟମାନେ ମାଓବାଦର ଆଦର୍ଶ ଭୁଲି ତାଙ୍କ ପରି ଯୁବକ ଯୁବତୀମାନଙ୍କୁ ସାମ୍ନାରେ ରଖି ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା ରାମଦାସ ଭଳି ଯୁବକମାନଙ୍କୁ ଭାରି ବାଧୁଥିଲା । ତେବେ ଅନ୍ୟ କୌଣସି ଉପାୟ ନପାଇ ସେ ସାତବର୍ଷ ରହିବା ପରେ ୨୦୧୬ ମସିହାରେ ସଂଗଠନରେ ଜଣେ ଯୁବତୀ କଲମଦେଇ ମାଝୀ ସାମିଲ ହେବା ପରେ ରାମଦାସଙ୍କ ମନ ତାଙ୍କ ଆଡକୁ ଢଳିଥିଲା । ତେବେ ନୂଆ କରି ସଂଗଠନରେ ସାମିଲ ହୋଇଥିବା କଲମଦେଇ ସଂଗଠନର କାର୍ଯ୍ୟକଳାପ ଜାଣୁଜାଣୁ ତିନିବର୍ଷ ବିତି ସାରିଥିବାବେଳେ ଦୁହିଁଙ୍କ ଭିତରେ ମନ ଦିଆନିଆ ହୋଇ ସାରିଥିଲା । ଶେଷରେ ସଂଗଠନର ମୁଖ୍ୟମାନଙ୍କ ଅନୈତିକ କାରବାର ଓ ହିଂସାତ୍ମକ କାର୍ଯ୍ୟକଳାପ ବିରୁଦ୍ଧରେ ରାମଦାସ ଓ କଲମଦେଇ ବିଦ୍ରୋହ ଘୋଷଣା କରିବା ସହିତ କଳାହାଣ୍ଡି ଏସ୍‌ପି ଙ୍କ ଠାରେ ଆତ୍ମସମର୍ପଣ କରିଥିଲେ । ଆତ୍ମସପର୍ମଣ କରିବା ପରେ ପୁଲିସ ସେମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ସହିତ ନକ୍ସଲଙ୍କ ଆତ୍ମସମର୍ପଣ ଯୋଜନାରେ ଲାଭ ଦେବାକୁ ସୁଯୋଗ ଦେଇଥିଲା । ଏହି ସମୟରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଜଣାପଡିବା ପରେ କଳାହାଣ୍ଡି ଏସ୍‌ପି ଡ. ଶ୍ରବଣ ବିବେକ ଏମ୍ ଦୁହିଁଙ୍କୁ ବିବାହ କରାଇଦେବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ କଳାହାଣ୍ଡି ପୁଲିସ ପକ୍ଷରୁ ଆଜି ରାମଦାସ ଓ କଲମଦେଇଙ୍କ ବିବାହ କରାଇଦେଇଥିଲେ । ଏଥିରେ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ସମେତ କଳାହାଣ୍ଡି ଏସ୍‌ପି ଏବଂ ଜିଲ୍ଲାସ୍ତରୀୟ ପୁଲିସ ବିଭାଗର ସମସ୍ତ ଅଧିକାରୀ ଏଥିରେ ସାମିଲ ହୋଇଥିଲେ । ଉଭୟଙ୍କ ପରିବାର ମଧ୍ୟ ଉପସ୍ଥିତ ରହି ନବ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ । ଏହି ଅବସରରେ କଳାହାଣ୍ଡି ଏସ୍‌ପି ନକ୍ସଲମାନଙ୍କୁ ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ସହିତ ସରକାରଙ୍କ ଆତ୍ମସମର୍ପଣ ଯୋଜନାର ଲାଭ ପାଇବାକୁ ଆହ୍ୱାନ ଦେଇଥିଲେ ।

 ରଜନୀକାନ୍ତ ମିଶ୍ର ଙ୍କ ରିପୋର୍ଟ

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଶୁଭେନ୍ଦୁ କୁମାର ଦାସ ଙ୍କ କବିତା ମଣିଷ

Sunil Chandra Nayak

ମମତା ସାହୁ ଙ୍କ କବିତା ଚାଲିଗଲ ପ୍ରଭୁ ମାଉସୀ ଘର

Sunil Chandra Nayak

କଳାହାଣ୍ଡି ସାଂସଦଙ୍କର ଥୁଆମୂଳ ରାମପୁର ବ୍ଳକର ଗମନାଗମନ ସୁବିଧା କ୍ଷେତ୍ରରେ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!