ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜର ବିକାଶ ପାଇଁ ବିଜ୍ଞାନକୁ କେବଳ ଭାରତ ବ୍ୟବହାର କରିପାରିବ -ରାଜ୍ୟପାଳ

ରାଜଗାଙ୍ଗପୁର/ରାଉରକେଲା / ବିଜ୍ଞାନକୁ ବିନାଶରେ ନୁହେଁ ବିକାଶରେ କେବଳ ଆମ ଭାରତ ବର୍ଷ ହିଁ ବ୍ୟବହାର କରିପାରିବ l ଧ୍ୱଂସ ପାଇଁ ମିସାଇଲ ତିଆରି କରିବା ପରିବର୍ତ୍ତେ ବିକାଶ ପାଇଁ ମିସାଇଲ ତିଆରି କରିବା ଦରକାର l ଏହା ଭାରତ ବର୍ଷ ପାଇଁ ସମ୍ଭବ l ଏହା କେବଳ ଭାରତର ବୈଜ୍ଞାନିକ ହିଁ କରି ପାରିବ l ଏହି ପରି କାର୍ଯ୍ୟରେ ସ୍ୱର୍ଗୀୟ ଡକ୍ଟର ନୀଳାଚଳ ସାହୁ ଏକ ବିରଳ ବ୍ୟକ୍ତିତ୍ୟର ଅଧିକାରୀ ଥିଲେ l ତାଙ୍କର ବିଷୟରେ ଜାଣି ମୁଁ ଅତ୍ୟନ୍ତ ଖୁସି l ସେ ବିଜ୍ଞାନକୁ ଦେଶର ବିକାଶ ପାଇଁ ବ୍ୟବ୍ୟହାର କରୁଥିଲେ ବୋଲି ଆଜି ଡକ୍ଟର ନୀଳାଞ୍ଚଳ ସାହୁ ଙ୍କର ପ୍ରଥମ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଓଡ଼ିଶାର ପ୍ରଥମ ନାଗରିକ ମହାମାନ୍ୟ ରାଜ୍ୟପାଳ ଗଣେଶୀ ଲାଲ ପ୍ରକାଶ କରିଥିଲେ l ସେ ଆହୁରି ପ୍ରକାଶ କରିଥିଲେ ଯେ ବିଜ୍ଞାନ ଏବଂ ବୈଜ୍ଞାନିକ ମାନଙ୍କ ଦ୍ୱାରା ଉଦଭାବନ ସାମଗ୍ରୀ ଦ୍ୱାରା ବିଶ୍ୱ ବିକାଶ ଧାରାରେ ଆଗଉଛି l ମାତ୍ର ବିଶ୍ୱର ବୈଜ୍ଞାନିକ ଏବଂ ଭାରତୀୟ ବୈଜ୍ଞାନିକ ମାନଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି l ସେ ବିଜ୍ଞାନ ଚେତନା, କଳା ଚେତନା ଏବଂ ଆଧ୍ୟାତ୍ମିକ ଚେତନାର ଉଦାହରଣ ଦେଇ କହିଥିଲେ ଯେ, ଭାରତୀୟ ମାନଙ୍କ ମଧ୍ୟରେ ଏହି ତିନୋଟି ଚେତନାର ସମଷ୍ଟି ଥିବା ବେଳେ ପାଶ୍ଚାତ୍ୟ ମାନଙ୍କ ମଧ୍ୟରେ କେବଳ ବିଜ୍ଞାନ ଚେତନା ଦେଖୁବାକୁ ମିଳିଥାଏ l ଆମ ସଂସ୍କୃତି ରେ ଆଧ୍ୟାତ୍ମିକ ଚେତନା ରହିଥିବାରୁ ଏହା ଏତେ ଉଚ୍ଚରେ ଯେ, ଫ୍ରାନ୍ସ ରୁ ଜଣେ ମହିଳା ଆସି ଶ୍ରୀମା ହୋଇପାରେ, ରୁଷିଆରୁ ଷ୍ଟେଲିନର ଝିଅ ଶ୍ୱେତଲେନା ଆସି ଏଠାରେ ସନ୍ନ୍ୟାସୀ ହୋଇ ରହିଗଲେ, ନର୍ଦନ ଆଇଆରଲେଣ୍ଡ ରୁ ଜଣେ ମହିଳା ଆସି ସ୍ୱାମୀ ବିବେକାନନ୍ଦ ଙ୍କର ପ୍ରେରଣାରେ ଭଉଣୀ ନିବେଦିତା ହୋଇପାରେ l ସ୍ଥାନୀୟ ଡାଲମିଆ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ଏନ.ନାଗାର୍ଜୁନ, ଡିସିବିଏଲ ଉତ୍ପାଦକ ମୁଖ୍ୟ ଗଣେଷ ଜୀର ଖାନ୍ତୁଆର, ଡକ୍ଟର ନୀଳାଞ୍ଚଳ ସାହୁ ଫାଣ୍ଡେସନର ସଭାପତି କିଶୋରୀ ଦାଶ, ଡକ୍ଟର ନୀଳାଞ୍ଚଳ ସାହୁଙ୍କ ସହ ଧର୍ମଣୀ ଡକ୍ଟର ସରୋଜିନୀ ସାହୁ ଉପସ୍ଥିତ ରହିଥିଲେ l ପ୍ରାରମ୍ଭରେ ରାଷ୍ଟ୍ରୀୟ ଗାନ ସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଡକ୍ଟର ନୀଳାଚଳ ଫାଉଣ୍ଡେସନ ର ସମ୍ପାଦକ ଡି. ଦାସପଟ୍ଟନାୟକ ଅତିଥି ପରିଚୟ ଦେବାପରେ ରାଜ୍ୟପାଳଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ଫାଉଣ୍ଡେସନ ର କର୍ମକର୍ତା ମାନେ ଉପଢ଼ୌକଣ ଦେଇ ସମ୍ମାନ ଜଣାଇଥିଲେ l ସଭାପତି କିଶୋରୀ ଦାଶ ପ୍ରାରମ୍ଭିକ ଭାଷଣ ମାଧ୍ୟମରେ ଡକ୍ଟର ନୀଳାଞ୍ଚଳ ସାହୁଙ୍କ ଜୀବନୀ ଉପରେ ଏବଂ ତାଙ୍କର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ l ଏହି ଅବସରରେ ରାଜ୍ୟପାଳ ସମାଜର ବିଭିନ୍ନ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କ୍ଷୁଦ୍ର ସିନେମା ନଵାବ, ସୀତା ଏବଂ ଆନ୍ତରବାସନା ନିର୍ମାତା ତଥା ବେଷ୍ଟ ଏଡ଼ ଫିଲ୍ମ ନିର୍ମାତା ଭାବରେ ପୁରସ୍କୃତ ରାଜଗାଙ୍ଗପୁର ମାଟିର ସନ୍ତାନ ସ୍ୱର୍ଗୀୟ କମଲେସ ଦହିମାର ପୁଅ ଦୟାନିଧି ଦାହିମା, ରାଜଗାଙ୍ଗପୁର ର ଦିବ୍ୟାଙ୍ଗ କ୍ରିକେଟ ଖେଳାଳୀ ଅଭିଷେକ ଶୁକ୍ଲା, ଆଶାକର୍ମୀ ମାଟିଲାଦିନ କୁଲୁ, ଶିକ୍ଷାବିତ ପ୍ରଦୀପ କୁମାର ସିଂଦେଓ ଙ୍କୁ ସମ୍ମାନୀତ କରିଥିଲେ l ଏହି ଅବସରରେ ସ୍ଥାନୀୟ ବାଲୁକା ଶିଳ୍ପୀ ଦ୍ୱାରା ନିର୍ମିତ ଡକ୍ଟର ନୀଳାଚଳ ସାହୁଙ୍କର ପ୍ରତିମୂର୍ତ୍ତି ଦେଖି ରାଜ୍ୟପାଳ ଶିଳ୍ପୀଙ୍କୁ ସାଧୁବାଦ ଜଣାଇଥିଲେ l ସ୍ଥାନୀୟ ମାରୱାଡି ମହିଳା ସମିତିଦ୍ୱାରା ରାଜ୍ୟପାଳଙ୍କୁ ଏକ ସ୍ମାରକ ପ୍ରଦାନ କରାଯାଇଥିଲା l ରାଜ୍ୟପାଳ ପ୍ରସ୍ଥାନ କରିବା ପରେ କାର୍ଯ୍ୟକ୍ରମର ଦ୍ଵିତୀୟ ଭାଗ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ଏନ.ନାଗାର୍ଜୁନ, ପୂର୍ବତନ ବରିଷ୍ଠ ଇଡି ଓସିଏଲ ଇଣ୍ଡିଆର ଜେ. ଏନ. ତିୱାରୀ, ଡକ୍ଟର ମିନକେତନ ପାଠୀ, ଡାଲମିଆ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ରାଘବେନ୍ଦ୍ର ଦ୍ବିବେଦୀ ଯୋଗ ଦେଇଥିବା ବେକେ ଡକ୍ଟର କିଶୋରୀ ଦାଶ ସଭାପତିତ୍ୱ କରିଥିଲେ l ଏହି ଅବସରରେ ସ୍ୱର୍ଗୀୟ ନୀଳାଚଳ ସାହୁଙ୍କ ସହିତ କାର୍ଯ୍ୟ କରୁଥିବା ବହୁ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କର ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ l ପୂର୍ବରୁ ଫାଉଣ୍ଡେସନ ତରଫରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇଥିବା ପ୍ରତିଯୋଗିତାରେ ବିଜୟୀ ଛାତ୍ର ଛାତ୍ରୀଙ୍କୁ ତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର କର୍ମକର୍ତ୍ତା ତବସୁମ ବାନୋ, ସତ୍ୟପ୍ରକାଶ ସାହୁ, ଜୟକୃଷ୍ଣୃ ଜେନା, ସ୍ୱରାଜ ରାଉତରାୟ, ଆର.ପି. ପାଣିଗ୍ରାହୀ,ଦୀନବନ୍ଧୁ ସେନାପତି, ଗିରିଶ ଚନ୍ଦ୍ର ସାହୁ, ସଞ୍ଜୁଶ୍ରୀ ଡାଲମିଆ, ରାଧାରାଣୀ ଦାଶ ପଟ୍ଟନାୟକ , ଶୈଳଜା ସାହୁ ଙ୍କ ସହିତ ସମସ୍ତ କର୍ମକର୍ତ୍ତା ଏବଂ ଡିସିବିଏଲ ଅଧିକାରୀ ମାନେ ସହଯୋଗ କରି ସଫଳ କରିଥିଲେ l ଶେଷରେ ଉପ ସଭାପତି ଡକ୍ଟର ପବିତ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ସହିତ ସମସ୍ତଙ୍କ ମଧ୍ୟରେ ଜଗନ୍ନାଥ ପ୍ରସାଦ ବିତରଣ କରାଯାଇଥିଲା l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

 

Related posts

ସାହିତ୍ୟ ଅଗଣା

Sunil Chandra Nayak

ବୁଢ଼ାରଜା ମଞ୍ଚରେ ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ଵହଳଦା ଥାନା ପରିସରରେ ପୋଲିସ ଏବଂ ବନ ବିଭାଗ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!