ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ : ମେଧା ବୃତ୍ତି ପରୀକ୍ଷାରେ କୃତିତ୍ବ

    ମ. ରାମପୁର, ୩/୫( ମସୀହା) :ଶିକ୍ଷା ବିକାଶ ସମିତି ଓଡିଶା ଦ୍ୱାରା ପରିଚାଳିତ ହେଉଥିବା ପଞ୍ଚମ ଶ୍ରେଣୀ ପ୍ରାଦେଶିକ ଭାରତୀକୃଷ୍ନ ଗଣିତ ମେଧା ବୃତ୍ତି ପରୀକ୍ଷା ରେ ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ହୋତା ସଫଳତା ପାଇଛନ୍ତି l ପିତା ଶିକ୍ଷକ ମୁକେଶ କୁମାର ହୋତା ଓ ମାତା ସ୍ୱରୂପା ରାଣୀ ହୋତା ଙ୍କ କନ୍ୟା ସାରା ଓଡ଼ିଶାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ୮ମ ସ୍ଥାନ ପାଇ ନିଜ ସ୍କୁଲ ଓ ଗାଁ ପାଇଁ ଗୌରବ ଆଣି ଦେଇଛ୍ତନ୍ତି । ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଏହି କୃତିତ୍ୱ ପାଇବାରେ ସେ ପ୍ରଥମ ଛାତ୍ରୀ l ସେ ବର୍ତ୍ତମାନ ଓଡିଶା ଆଦର୍ଶ ବିଦ୍ୟାଳୟ ମଦନପୁର ର ଷଷ୍ଠ ଶ୍ରେଣୀର ଛାତ୍ରୀ l ପ୍ରତ୍ୟାଶା ପ୍ରିୟାଦର୍ଶିନୀ କୁନି ପ୍ରତିଭା ଭାବରେ ଏକାଧାର ରେ ଜଣେ ଭଲ ବକ୍ତା, କଣ୍ଠ ଶିଳ୍ପୀ ଓ ନୃତ୍ୟ ଶିଳ୍ପୀ ଭାବରେ ଅଞ୍ଚଳ ରେ ପରିଚିତ l ପ୍ରଧାନ ଆଚାର୍ଯ୍ୟ ତାଙ୍କୁ ମିଷ୍ଟାନ୍ନ ଖୁଆଇ ଶୁଭେଚ୍ଛା ଜଣାଇବା ସହିତ ପିତାମାତା ଏବଂ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମା ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରି ଶୁଭେଛା ଜଣାଇଛନ୍ତି l

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ୍ l

Related posts

ଟ୍ରାକ୍ଟର ଓଲଟି ଚାଳକ ମୃତ

Sunil Chandra Nayak

ମମତା ଶତପଥୀ ଙ୍କ କବିତା ଭୀତି ତୋର ଭାଷା ପ୍ରୀତିକି

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ବର୍ଷା ଆଜି ମାେ ଗାଁ ଦାଣ୍ଡରେ

Sunil Chandra Nayak

Leave a Comment

error: Content is protected !!