ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ

ଢ଼େଙ୍କାନାଳ: କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କମଗରା ପାଟଣା ଠାରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ବିଧିବଦ୍ଧ ଭାବେ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ଖଣି ଓ ଇସ୍ପାତ ବିଭାଗ ର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଭୂମି ପୂଜନ କରିବା ସହ ବଳଦ ଯୋଖା ହଳଲଙ୍ଗଳ ଦ୍ୱାରା ଅକ୍ଷି ମୁଠି ଅନୁକୂଳ କରିଥିଲେତତ୍ ସହିତ ଓଡ଼ିଆ ଗ୍ରାମ୍ୟ ପଲ୍ଲୀ ଜୀବନ ସହିତ ପେଟ କୁ ମୁଠେ ଦାନା ଯୋଗାଉ ଥିବା କୃଷକ ଭାଇ ର ଭୂମିକା କୁ ପ୍ରଶଂସା କରିଥିଲେ ।ପ୍ରତିଟି ଓଡିଆ ପାଇଁ ଏହି ପୂଣ୍ୟ ତିଥି ସ୍ମରଣୀୟ lଏହି ପବିତ୍ର ଦିବସ ରେ ଯେ କୌଣସି କାର୍ଯ୍ୟ ଆରମ୍ଭ କରାଯାଏ ତାହା ଶୁଭମୟ ଓ ଫଳ ପ୍ରଦ ହୁଏ ବୋଲି ସମ୍ମାନୀତ ଅତିଥି ଭାବେ କାମାକ୍ଷା ନଗର ଏନ୍ ଏ ସି ର ନଗର ପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ମହୋଦୟ ମତ ବ୍ୟକ୍ତ କରିଥିଲେ।ଏତଦ୍ ବ୍ୟତୀତ କାମାକ୍ଷା ନଗର ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ସାହୁ ଚାଷୀ ଭାଇ ମାନଂକ ର ସୁଖ ଶ୍ରୀ ସମୃଦ୍ଧି କାମନା କରିଥିଲେ। ଏହି ପରିପ୍ରେକ୍ଷୀରେ ଅଂଚଳ ର ଶତାଧିକ ଚାଷୀ ଭାଇ କାର୍ଯ୍ୟକ୍ରମରେ ସାମିଲ୍ ହୋଇ କୃଷକ ଦିବସ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଅପର୍ତ୍ତି ସେଠୀ ଙ୍କ କବିତା ନାମରେ ନାହିଁ ତ କାମ

Sunil Chandra Nayak

ଜୁଲାଇ ୪ ତାରିଖରୁ OJEE ପରୀକ୍ଷା ହେବ: ପ୍ରକାଶ ପାଇଲା ପରୀକ୍ଷା ସୂଚୀ….

ଜୟ କୁମାର ମିଶ୍ର ଙ୍କ କବିତା ପ୍ରତିଶୃତି ସେତ ପାଣିରେ ଗାର 

Sunil Chandra Nayak

Leave a Comment

error: Content is protected !!