ଡାବୁଗାଁ, ୧୭/୮ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ମୁଦିଗୁଡା ଗ୍ରାମ ପାଖ ମକା କ୍ଷେତରେ ଥିବା ଏକ ଗଛ ରେ ଜଣେ ବୃଦ୍ଧ ଆତ୍ମହତ୍ୟା କରିଥିବା ନେଇ ବୁଧବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଜଟିଆଗୁଡା ଗ୍ରାମର ରୂପଧର ନାୟକ (୬୫) ମଙ୍ଗଳବାର ସନ୍ଧ୍ୟାରେ ଘରୁ ବାହାରି କେଉଁ ଆଡେ ଚାଲି ଯାଇଥିଲେ | ରାତି ପର୍ଯ୍ୟନ୍ତ ଘର ଲୋକ ମାନେ ଖୋଜ ଖୋଜି କରିଥିଲେ କିନ୍ତୁ ପାଇନଥିଲେ | ରୂପଧର ମୁଦିଗୁଡା ଗ୍ରାମ ପାଖରେ ଥିବା ମକା କ୍ଷେତରେ ଏକ ଜଡି ଗଛରେ ନିଜର ଗାମୁଛା ବେକରେ ବାନ୍ଧି ଆତ୍ମହତ୍ୟା କରିଛନ୍ତି | ବୁଢାବର ସକାଳେ ମକା କ୍ଷେତକୁ ଯାଉଥିବା ଲୋକେ ଦେଖି ତାଙ୍କ ପରିବାର ଲୋକ ଙ୍କୁ ଖବର ଦେଇଥିଲେ | ପରିବାର ଲୋକେ ଯାଇ ଦେଖିଥିଲେ ଯେ ରୂପଧର ଆତ୍ମହତ୍ୟା କରିଛନ୍ତି | ଏନେଇ ମୃତକ ର ପୁଅ କୈଳାସ ନାୟକ ଆସି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ମେନକା ସା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ମୃତକ ଜଣଙ୍କ ମାନସିକ ବିକୃତ ଥିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି | ଏନେଇ ଥାନା କେସ ନଂ ୨୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ