ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏମ୍ ରାମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

ଭବାନୀପାଟଣା ତା୨୬.୦୯.୨୦୨୨ (ମ ନି ସ)  ଆଜି ଏମ ରାମପୁର ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି ଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ,କଳାହାଣ୍ଡି ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ, ଏମ ରାମପୁର ବ୍ଲକ ଅଧ୍ୟକ୍ଷ ମନ୍ଦାକିନୀ ସିଂଦେଓ, ବି ଡି ଓ ଶ୍ରୀ ବିନୟ କୁମାର ଭୋଇ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୧୮୫ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୬୨ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୨୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୫ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ଏମ ରାମପୁର ବ୍ଲକର ଦୁଟା ଗ୍ରାମର ମୁରଲିଧର ସାହୁ ଙ୍କ ମା ଙ୍କ କାନ୍ଥ ପଡ଼ି ମୃତ୍ୟୁ ସହାୟତା ବାବଦକୁ ୧୦୦୦୦ ଟଙ୍କା ଏବଂ ଗୌଡ କର୍ଲାଖୁଣ୍ଟା ଗ୍ରାମର ଗୋଲାପି ଭୋଇ ଙ୍କୁ ତାଙ୍କ ଝିଅର ଚିକିତ୍ସା ସହାୟତା ବାବଦକୁ ୧୦୦୦୦ ଟଙ୍କା ରେଡକ୍ରସ ପାଣ୍ଠିରୁ ଅନୁମୋଦନ କରାଯାଇଥିଲା।

Related posts

ଗୋନା ଠାରେ ଜଗବନ୍ଧୁ ମାଝୀ ଙ୍କ ୧୧ ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

କୋକସରା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

ଜନ୍ମାଷ୍ଟମୀ ରେ ଉତ୍ସଵ ମୁଖର ସରସ୍ଵତୀ ଶିଶୁ ମନ୍ଦିର, ରାଧାକୃଷ୍ଣ ବେଶ ରେ ସଜ୍ଜିତ ହେଲେ ଛାତ୍ର ଛାତ୍ରୀ 

Sunil Chandra Nayak

Leave a Comment

error: Content is protected !!