ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଜୁରୀ ପଡା ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଫୁଲବାଣୀ -:  କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ ଲାଗିରହିଥିବା ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଅଭିଯୋଗ ଶୁଣାଣି ପ୍ରକଷ୍ଟକୁ ଯାଇ ସିଧା ସଳଖ ଜନସାଧାରଣ ଙ୍କ ଦୁଃଖ ଦୁର୍ଦ୍ଦଶା ଓ ସମସ୍ୟା ଶୁଣୁଛନ୍ତି ଏବଂ ଜନସାଧାରଣ ଙ୍କର ହେଉଥିବା ଅଭିଯୋଗ ଉପରେ ଗୁରୁ୍ତ୍ଵ ଦେଇ ସେଇ ସମସ୍ୟା ଗୁଡ଼ିକର ସମାଧାନ କରୁଛନ୍ତି ।ସେଇଭଳି ତା ୨୬ ସେପ୍ଟେମ୍ବର ୨୦୨୨ ସୋମବାର ଦିନ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଖଜୁରୀପଡ଼ା ବ୍ଲକ ଗସ୍ତରେ ଯାଇ ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିବା ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ପାଟିଲ ଖଜୁରିପଡା ବ୍ଲକ ର ୧୪ ଗୋଟି ପଞ୍ଚାୟତ ର ଜନସାଧାରଣ ଆସି ସେମାନଙ୍କ ର ମୌଳିକ ସୁବିଧା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପାଇବା,ବିଦ୍ୟୁତ ସଂଯୋଗ,ପାନୀୟଜଳ,ମୋବାଇଲ ଟାୱାର ସ୍ଥାପନ ଭଳି ୧୨୧ ଅଭିଯୋଗ ଗ୍ରହଣ କରିଛନ୍ତି ।ଏଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୧୧୬ ଟି ରହିଥିବା ବେଳେ ସାମୁହିକ ଅଭିଯୋଗ ୫ ଗୋଟି ରହିଥିବା ସୂଚନା ମିଳିଛି ।ଉକ୍ତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଙ୍କ ବ୍ୟତୀତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସିଧା ସଳଖ ଭାବେ ଜନସାଧାରଣ ଙ୍କ ଦୁଃଖ ଶୁଣିବା ସହିତ ଅଭିଯୋଗ ଗ୍ରହଣ କରିଛନ୍ତି ଏବଂ ସେଇ ଅଭିଯୋଗ ଗୁଡ଼ିକର ସମାଧାନ ଯଥା ଶୀଘ୍ର କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଅଭିଯୋଗକାରୀ ମାନେ କହିଛନ୍ତି ।ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କୁ ଅଞ୍ଚଳ ବାସି ସ୍ବାଗତ ଜଣାଇବା ସହିତ ପ୍ରଶଂସା ଏବଂ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି  ଅଭିଯୋଗ ଜଣାଇଥିବା ବେଳେ ।ଏହି ଯୁଗ୍ମ ଅଭିଯୋଗ ଶୁଣାନୀ ରେ ୧୪ ଗୋଟି ଗ୍ରାମ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପମା ଘୋଷ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ,ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଙ୍କ ସହ ଜିଲ୍ଲା ଆରକ୍ଷୀ ଅଧିକାରୀ ଭିନିତ୍ ଅଂଗ୍ରୱାଲ,ଉପ ଜିଲ୍ଲାପାଳ ଶେଷଦେବ ମିଶ୍ର,ଫୁଲବାଣୀ ପିଏ ଆଇଟିଡିଏ ନରେଶ ଚନ୍ଦ୍ର ଶବର ,ଖଜୁରିପଡା ତହସିଲଦାର ସପ୍ନୀତା ନାୟକ ,ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ, ସିଡିପିଓ ଗୀତାଞ୍ଜଳି ପଣ୍ଡା, ଡବ୍ଲୁଇଓ ପ୍ରତ୍ୟୁଷ ରଥ, ଏବିଡ଼ିଓ ସଲିଲ କୁମାର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଲିଲ ସ୍ୱାଇଁ,ଖାଉଟି ଯୋଗାଣ ଅଧିକାରୀ ପ୍ରିୟ ରଞ୍ଜନ ପ୍ରଧାନ, ଜିପିଓ ସୋନମ ବେହେରା, ଯନ୍ତ୍ରୀ ରବିନାରାୟଣ ଲେଙ୍କା, ଜିଲ୍ଲା ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ମନୋଜ କୁମାର ଦାସ, ବରିଷ୍ଠ କିରାଣୀ ପବିତ୍ର କୁମାର ମହାପାତ୍ର ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିବା ବ୍ଲକ ମୁଖ୍ୟ କିରାଣୀ ସୁରେଶ ଚନ୍ଦ୍ର ପାଳ ଗଣମାଧ୍ୟମ ସୂଚନା ଦେଇଛନ୍ତି ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ପିଏମ୍‌ଶ୍ରୀ ସ୍କୁଲ୍‌’ ନାମରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବେ କେନ୍ଦ୍ର ସରକାର: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରିଜର୍ଭ ବ୍ୟାଙ୍କ ଲୋକପାଳ ଉପରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଯୁବ ସମାଜସେବୀ ଅମର କୁମାର ପାଳଙ୍କୁ ମିଳିଲା ପୁରସ୍କାର 

Sunil Chandra Nayak

Leave a Comment

error: Content is protected !!