ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୧- ଯୁକ୍ତଦୁଇ ବିଜ୍ଞାନରେ ରିଚା ମିଶ୍ରଙ୍କ ସଫଳତା, ବାପା ମାଆଙ୍କୁ ଦେଲେ ଶ୍ରେୟ,୨-ଘରେ ପଶି ସୁନା ଟଙ୍କା ଲୁଟ କଲେ ଦୁବୃତ୍ତ , ୩- ଶତାୟୁ ଧର୍ମ ପରାୟଣ ମହିଳାଙ୍କ ପରଲୋକ 

ଯୁକ୍ତଦୁଇ ବିଜ୍ଞାନରେ ରିଚା ମିଶ୍ରଙ୍କ ସଫଳତା, ବାପା ମାଆଙ୍କୁ ଦେଲେ ଶ୍ରେୟ

ଆସିକା, ୨୩/୫/୨୬ (ଶିବ ଶଙ୍କର ମିଶ୍ର ) ଆସିକାର ସୁନା ଝିଅ ରିଚା ମିଶ୍ର ଯୁକ୍ତ ୨ ବିଜ୍ଞାନରେ 578 ନମ୍ବର ରଖ୍ ଗର୍ବ ଆଣିଛନ୍ତି। ରିଚାଙ୍କ ବାପା ବି ଆଈ ଟି କମ୍ପୁଟର ଅନୁଷ୍ଠାନର ପ୍ରତିଷ୍ଠାତା ସୁନୀଲ ମିଶ୍ର ଓ ମମତା ମିଶ୍ରଙ୍କ ଝିଅ ହୋଇଥିବାରୁ ଶହ ଶହ ବିଆଇଟି ଛାତ୍ରଛାତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପିତା ମାତାଙ୍କ ଆଶୀର୍ବାଦ ଓ ପ୍ରେରଣା ଯୋଗୁଁ ରିଚା ମିଶ୍ର ଆଜି ଏହି ସଫଳତା ହାସଲ କରିପାରିଛନ୍ତି। ବ୍ରହ୍ମପୁର ନୀଳକଣ୍ଠ ନଗର ଶିଶୁ ମନ୍ଦିରରେ ପଢୁଥ‌ିବା ରିଚା ପିଲାଟି ଦିନରୁ ପାଠପଢା ପ୍ରତି ବେଶ ଆଗ୍ରହ ପ୍ରକାଶ କରୁଥିବା ନେଇ ମତ ରଖୁଛନ୍ତି l ବି ଆଈ ଟି ଶିକ୍ଷା ଅନୁଷ୍ଠାନର ମୁଖ୍ୟ ତଥା ପରିଚାଳିକା ମମତା ମିଶ୍ର। କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଏହି ଦମ୍ପତିଙ୍କ ସବୁବେଳେ ପ୍ରଚେଷ୍ଟା ରହିଥ‌ିବା ବେଳେ ଝିଅର କ୍ୟାରିଅର ପାଇଁ ସବୁବେଳେ ଧ୍ୟାନ ଦେଇ ଆସୁଛନ୍ତି l ସୁନୀଲ ମିଶ୍ର ଓ ମମତା ମିଶ୍ର ଏହିଭଳି ଶିକ୍ଷାବିତ ପରିବାର ଅନ୍ୟ ମାନଙ୍କ ପାଇଁ ପ୍ରେରଣା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଘରେ ପଶି ସୁନା ଟଙ୍କା ଲୁଟ କଲେ ଦୁବୃତ୍ତ 

ଆସିକା,୨୨/୫/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢଉଗାଁ ରେ ଜଣେ ବ୍ୟକ୍ତିଙ୍କ ବାରିପଟୁ ବିଳମ୍ବିତ ରାତ୍ରିରେ ଘରେ ପଶି ସୁନା ଟଙ୍କା ଲୁଟ କରିଛନ୍ତି ଚୋର l ଗତ କାଲି ବିଦ୍ୟୁତ ସରବରାହ ବ୍ୟାହତ ହେବାର ସୁଯୋଗ ନେଇ ଘର ପଛ ପଟ କବାଟ ଭାଙ୍ଗି ଘରେ ବଡ଼ ଚତୁରତା ସହ ପଶି ପେଢି ଭାଙ୍ଗି ପାଖାପାଖି ୧୦ ତୁଳା ସୁନା ଅଳଂକାର ଓ ନଗଦ ୫୦ ହଜାର ଟଙ୍କା ଚୋରି କରି ନେଇଥିବା ନେଇଥିବା ଅଭିଯୋଗ ହୋଇଛି l ଧରାକୋଟ ଥାନା ଢଉଗାଁ ଗ୍ରାମର କେଉଟ ସାହିର ବନମାଳୀ ବେହେରା ଙ୍କ ଘରେ ଏହି ଘଟଣା ଘଟିଛି l ଖବର ପାଇଁ ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଁଚିଛି ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି l

ଶତାୟୁ ଧର୍ମ ପରାୟଣ ମହିଳାଙ୍କ ପରଲୋକ 

ଆସିକା,୨୩/୫/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଗଡର ବଡ଼ଦାଣ୍ଡ ସାହି ନିବାସୀ ସ୍ୱର୍ଗତ ତ୍ରିନାଥ ଗୌଡ଼ ଙ୍କ ଧର୍ମପତ୍ନୀ କୁନ୍ଦନ ଗୌଡ଼ ( 90) ଙ୍କ ର ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଯାଇଛି । N ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ବଡ଼ପୁଅ ସୁରେଶ, ସାନ ପୁଅ ଅଶୋକ,ଝିଅ ସୁବାସିନୀ, ସୁଷମା ଙ୍କ ସମେତ ଛଅ ଜଣ ନାତି ଓ ତିନି ଜଣ ନାତୁଣୀ ଉପସ୍ଥିତ ରହିଥିଲେ। ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମପରାୟଣ ମହିଳା ଭାବରେ ସେ ଧରାକୋଟ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts

ବିଜେପି ରୁପ୍ରା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

Sunil Chandra Nayak

କେନ୍ଦ୍ର ମନ୍ତ୍ରୀ ପ୍ରଫେସର ଏସ ପି ସିଂ ବଘେଲ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ବୌଦ୍ଧ ୟୁନିୟନ୍ ଅଫ ଜର୍ଣlଲିଷ୍ଟ, ବୌଦ୍ଧ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!