ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାପଡାହାଣ୍ଡି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ 

ପାପଡାହାଣ୍ଡି,17/8, ମନିସ –— ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ର ପ୍ରଥମ ପଞ୍ଚାୟତ ସମିତି ବୈଠକ ବୁଧବାର ବିଡ଼ିଓ ରଞ୍ଜିତା ମଲିକଙ୍କ ଅଧକ୍ଷତାରେ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ମଲିକ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ଓ ପଂଚାୟତ ରାଜ ସଭ୍ୟା ସଭ୍ୟ ମାନଙ୍କୁ ନିଜ ନିଜର ପରିଚୟ ଦେବାକୁ କହିଥିଲେ ।ଏହି ବୈଠକରେ ମୁଖ୍ୟ ଅତିଥି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ,ଡାବୁଗାଁ ବିଧାୟକ ମନହର ରନ୍ଧାରୀ,ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ,ବ୍ଲକ ଅଧକ୍ଷା ହେମଲତା ମାଝୀ, ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା,ଜିଲ୍ଲା ପରିଷଦ ସଭ୍ୟ ଯସବନ୍ତ ନାୟକ ଓ ଡ଼ଃ ଲିପିକା ମାଝୀ ଉପସ୍ଥିତ ଥିଲେ । ବୈଠକରେ ବ୍ଲକରେ ବିଦ୍ୟୁତ ସମସ୍ୟା ନେଇ ଉପସ୍ଥିତ ସଭ୍ୟ ମାନେ ଉପସ୍ଥାପନା କରିଥିଲେ ।ପ୍ରତ୍ୟେକ ଗାଁରେ ବିଦ୍ୟୁତ ସମସ୍ୟା ରହିଛି ,ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କୁ ଫୋନ କଲେ ଫୋନ ଗ୍ରହଣ କରୁ ନଥିବା ଅଭିଯୋଗ କରିଥିଲେ ପ୍ରତିନିଧି ମାନେ ।କୃଷି କ୍ଷେତ୍ରରେ ଯେଉଁ ସବୁ ସରକାରଙ୍କ ଠାରୁ ଜନତାଙ୍କୁ ଦେବା କଥା ତଥା ବିହନ,ଔଷଧ ଉଚିତ ଭାବେ ଦିଆ ଯାଉ ନାହିଁ ବୋଲି ସମସ୍ତେ ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ।ବିଭାଗୀୟ ଅଧିକାରୀ ସଠିକ ଉତ୍ତର ଦେଇ ପାରି ନ ଥିଲେ । ଶିଶୁବିକାଶ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ନେଇ ଆଲୋଚନା ହୋଇଥିଲା । କେଉଁଠି ଅଙ୍ଗନବାଡି ର ଅବ୍ୟବସ୍ଥା ତ କେଉଁଠି ଭଲ ଭାବେ ଶିଶୁ ମାନଙ୍କ ବ୍ୟବସ୍ଥା ଅନୁପଯୁକ୍ତ ବୋଲି କେତେକ ସଭ୍ୟ କହିଥିଲେ ।ସ୍ୱାସ୍ଥ୍ୟ ବିଭାଗର ଯେଉଁ ସ୍ୱାସ୍ଥ୍ୟ ମେଳା ହେଉଛି ତେବେ ସରପଞ୍ଚ କି ସାଧାରଣ ଜନତାଙ୍କ କାହିଁକି ଅବଗତ କରାଯାଉ ନାହିଁ ବୋଲି ପାତ୍ରୀ ସରପଞ୍ଚ ଭଗବତି ଭତରା ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ।ପାପଡାହାଣ୍ଡି ବ୍ଲକରେ ଶିଶୁ ମୃତ୍ୟୁ ହାର 10 ରୁ 12 ବୋଲି ଡାକ୍ତର ପ୍ରିୟ ରଞ୍ଜନ ବାହାଲି ପ୍ରକାଶ କରିଥିଲେ ।ଜିଲ୍ଲାର ଅନ୍ୟ ବ୍ଲକରେ ଶିଶୁ ମୃତ୍ୟୁ ହାର କମ ଥିବାବେଳେ କାହିଁକି ପାପଡାହାଣ୍ଡି ବ୍ଲକରେ 10 ରୁ 12 ରହିଛି ବୋଲି ବିଧାୟକ ଓ ସାଂସଦ ଅଧିକାରୀଙ୍କୁ ପ୍ରଶ୍ନ କରିଥିବା ସହ କ୍ଷଭ ପ୍ରକାଶ କରିଥିଲେ । ବ୍ଲକର ଯେଉଁ ମାନେ କୁକୁଡ଼ା ଚାଷ ଓ ଗୋପାଳନ ନିମନ୍ତେ ଇଛୁକ ସେମାନେ ଦରଖାସ୍ତ କରିବେ ବୋଲି ଏହି ବୈଠକରେ ଉପସ୍ଥାପନା କରାଯାଇଥିଲା । ବ୍ଲକର 23 ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟା ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା ସଭ୍ୟ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଉମା କାନ୍ତ ଦାସ ଙ୍କ କବିତା – ସମର୍ପଣ

Sunil Chandra Nayak

ରାଉରକେଲା – ଗୋପବନ୍ଧୁପାଲୀ ରେ କପଡା ବଣ୍ଟନ କାର୍ଯ୍ୟକ୍ରମ

Leave a Comment

error: Content is protected !!