ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଝାରବନ୍ଧ ପଞ୍ଚାୟତ ପିଡିଏସ ଘୋଟାଲା ଘଟଣା, ଦଲିତ ଅଧିକାର ମଞ୍ଚ, ଯୁବ ଅଧିକାର ମଞ୍ଚ, ସାହାର୍ଯ୍ୟ ସେନା ଓ ଗରିବ ସେନା ପକ୍ଷରୁ ଘେରାଉ

ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ରେ ପିଡିଏସ ଚାଉଳ ହଡପ ଅଭିଯୋଗ ଘଟଣା ରେ ଆଜି ପୁଣି ଦଲିତ ଅଧିକାର ମଞ୍ଚ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ବ୍ଲକ ସମ୍ମୁଖ ରେ ବିକ୍ଷୋଭ ପଦର୍ଶନ କରିଛି। ଏହି ବିକ୍ଷୋଭ ପରିଦର୍ଶନ ରେ ଜିଲ୍ଲା ଗରିବ ସେନା ଓ ସାହାର୍ଯ୍ୟ ସେନା, ଯୁବ ଅଧିକାର ମଞ୍ଚ ମଧ୍ଯ ସାମିଲ ହୋଇ ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ। ଆଜି ପୁର୍ବାହ୍ନ ରେ ସ୍ଥାନୀୟ ପଲ୍ଲିଜାଗରଣ କେନ୍ଦ୍ର ନିକଟସ୍ଥ ଆମ୍ୱତୋଟା ଠାରୁ ସତାଧିକ ବିକ୍ଷୋଭ କାରି ଏକ ରେଲିରେ ଆସି ବ୍ଲକ ଅଫିସ ସମ୍ମୁଖରେ ସମ୍ୱଦିତ ହୋଇ ପ୍ରଶାସନ ବିରୋଧ ରେ ବିକ୍ଷୋଭ କରିଥିଲେ। ଦୀର୍ଘ ସମୟ ଧରି ଧାରଣା ଦେବା ସହିତ ପିଡିଏସ ଘଟଣା ରେ ସଂପ୍ରୁକ୍ତି ଥିବା ଦୋଷୀ କର୍ମଚାରୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଡି ବସିଥିଲେ। ଗତ ୯ତାରିଖ ଦିନ ଦଲିତ ଅଧିକାର ମଞ୍ଚ ପ୍ରସ୍ତାବିତ ଧାରଣାକୁ ଭଣ୍ତୁର କରିବା ଓ ସେମାନଙ୍କ ଯୋଜନା ବଦ୍ଧ ଭାବେ ଆକ୍ରମଣ କରିବା ର ଷଡଯନ୍ତ୍ର ରଚିଥିବା ଷଡଯନ୍ତ୍ର କାରି ମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ସେମାନେ ଏ ସଂକ୍ରାନ୍ତ ରେ ସ୍ଥାନୀୟ ବ୍ଲକ ଅଫିସ ମାଧ୍ୟମରେ ନୂଆପଡ଼ା ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଝାରବନ୍ଧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସେ ଦିନର ଷଡଯନ୍ତ୍ର ରେ ସଂମ୍ପୁର୍ଣ୍ଣ ସାମିଲ ଥିବା ଅଭିଯୋଗ କରି ତାଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସ୍ଥାନୀୟ ବିଡିଓ ଜାଣିସୁଣି ଘଟଣା କୁ ଚପାଇବା ପାଇଁ ସୁଯୋଗ ଦେଇଥିବା ଅଭିଯୋଗ କରି ଉଭୟ ଙ୍କ ବିରୋଧ ରେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ପତ୍ର ରେ ଉଲ୍ଲେଖ ରହିଛି। ଆଜି ବ୍ଲକ ଅଫିସ ସମ୍ମୁଖ ରେ ହୋଇଥିବା ବିକ୍ଷୋଭ ପରିଦର୍ଶନ ରେ ଦଲିତ ଅଧିକାର ମଞ୍ଚ ର ରାଜ୍ଯ ସଭାପତି କମଲ ଚରଣ ତାଣ୍ତି ଙ୍କ ସମେତ ଗରିବ ସେନା ସଭାପତି ରବି ମଙ୍ଗରାଜ, ସାହାର୍ଯ୍ୟ ସେନା ସଭାପତି ବେଣୁଧର ଜଗତ, ଯୁବ ଅଧିକାର ମଞ୍ଚ ସହ ପୁର୍ବତନ ଜିଲ୍ଲାପରିଷଦ ସଭ୍ଯ ପ୍ରିୟ ରଂଜନ ମେହେର, ବ୍ଲକ ସଭାପତି ପଦ୍ମନାଭ ଜଗତ, ପୁର୍ବତନ ଜିଲ୍ଲାପରିଷଦ ସଭ୍ଯ କ୍ଷିରସିନ୍ଦୁ ତାଣ୍ତି, ପ୍ରମୁଖ ନିଜନିଜ ବକ୍ତବ୍ଯ ରକ୍ଷି ସ୍ଥାନୀୟ ପ୍ରସାଶନ ବିରୋଧ ରେ ଗର୍ଜିଥିଲେ। ଆଗାମୀ ୭ଦିନ ମଧ୍ଯ ରେ ସଂପ୍ରୁକ୍ତ ପିଇଓ ଙ୍କ ବାବଦରେ ମାମଲା ରୁଜୁ କରାନଗଲେ ପରବର୍ତ୍ତୀ  ପର୍ଜାୟରେ ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଦଲିତ ଅଧିକାର ମଞ୍ଚ ରାଜ୍ଯ ସଭାପତି ଶ୍ରୀ ତାଣ୍ତି ଙ୍କୁ ଚେତାବନୀ ଦେଇଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆମ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ ଓ ସାରସ୍ବତ ସମାବେଶ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମମତାର ମଧୁମତୀ 

Leave a Comment

error: Content is protected !!