ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରଧାପୁର ରେ ଗାନ୍ଧୀ ଜୟନ୍ତୀ ପାଳିତ

ଚନ୍ଦାହାଣ୍ଡି- (ମ ନିସ) ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ ସରଧାପୁର ଠାରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ଠାରେ ୧୫୩ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପିସିସି ସମ୍ପାଦକ କ୍ଷେମରାଜ୍ ବାଘ ଯୋଗଦାନ କରି ବାପୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗାନ୍ଧୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ବାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ୍ କଂଗ୍ରେସ ସଭାପତି ହୁମେଶ୍ବର ହଂସ ଯୋଗ ଦେଇ ସମସ୍ତ ଉପସ୍ଥିତ ଅତିଥି ଙ୍କ ସହ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ବାପୁ ଙ୍କ ଜୀବନୀ ର ସୃତି ଚାରଣ କରିଥିଲେ।ଏହି ଅବସର ରେ ଗାନ୍ଧିଜୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ତାଙ୍କ ସ୍ବପ୍ନ ର ଭାରତ ଗଠନ କରିବାକୁ ସମସ୍ତେ ସଂକଳ୍ପ କରିଥିଲେ।ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଜଗଦୀଶ ବାଘ,କୃଷ୍ଣ ବାଘ, ଜୟଦେବ ନିଆଲ୍ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ,ଲିଙ୍ଗରାଜ ମାଝୀ,ପ୍ରଣୟ ମାଝୀ,ଅର୍ଜୁନ ସୁନାନି, ଶଙ୍କର ମାଝୀ,ତନୁ ରାମ ବାଘ, ନରେନ୍ଦ୍ର ମାଝୀ,ଗୁଂଚୁ ମାଝୀ ଓ ସରଧାପୂର୍ ଯୁବ ଗୋଷ୍ଠୀ ପରିଚାଳନା କରିଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ସରକାରୀ ଜଙ୍ଗଲ ଓ ଜମିକୁ ବେସରକାରୀ ଲୋକଙ୍କ କବଜା ନେଇ ତହସିଲ ଘେରାଉ

Sunil Chandra Nayak

ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ର ସଫଳତା

Sunil Chandra Nayak

ଉଠା ଜଳସେଚନ କେନାଲରୁ ବଳଦ ଉଦ୍ଧାର କଲେ ଦମକଳ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!