ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟ ବାରଣ୍ଡାରେ ଅନଶନ, ଆତ୍ମହତ୍ୟାର ଧମକ ଦେଲେ ଅନଶନକାରୀ

ବାଲେଶ୍ଵର,୧୩/୧୦/୨୨- ବିଦ୍ୟାଳୟରେ ହେଉଥିବା ଦୁର୍ନୀତି ଓ ଛଟେଇ ବିରୋଧରେ ଧାରଣା । ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ଅନଶନକାରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ପଳସା ଗ୍ରାମରେ । ଉକ୍ତ ଗ୍ରାମରେ ଥିବା ଗୋବିନ୍ଦ ଚନ୍ଦ୍ର ହାଇସ୍କୁଲ ଦୁର୍ନୀତିର ଗନ୍ତାଘର ପାଲଟିଛି । ବିଭାଗୀୟ ଅଧିକାରୀ ଜାଣିଶୁଣି ନିରବଦ୍ରଷ୍ଟା ସାଜିଥିବା ଜଣାଯାଇଛି । ବିଦ୍ୟାଳୟ ପ୍ରତିଷ୍ଠାତା ଓ ତାଙ୍କ ପରିବାର ଏସ.ସି. ଓ ଏସ.ଟି.(SC/ST) ବିଦ୍ୟାଳୟ ଖୋଲି କରୁଛନ୍ତି ବେପାର । ଶିକ୍ଷକ ନିଯୁକ୍ତି ନାମରେ ମୋଟା ଅଙ୍କର ଅର୍ଥ ନେଇ ନୂତନ ଶିକ୍ଷକ ନିଯୁକ୍ତି ଦେଇ ପୁରୁଣା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ କରୁଛନ୍ତି ଛଟେଇ । ବାହାର ଜିଲ୍ଲାରୁ ପିଲାଙ୍କୁ ଆଣି ହଷ୍ଟେଲରେ ରଖି ହଡପ କରୁଛନ୍ତି ଷ୍ଟାଇପେଣ୍ଡ ଟଙ୍କା । ସରକାରୀ ନଥିପତ୍ରରେ କମ୍ ପିଲାଙ୍କୁ ବେଶି ଦର୍ଶାଇ ଲୋଟିବାରେ ଲାଗି ପଡିଛନ୍ତି ପ୍ରତିଷ୍ଠାତା ପୂର୍ଣ୍ଣ ଚନ୍ଦ୍ର ପଣ୍ଡାଙ୍କ ପୁତ୍ର ମାନସ ରଞ୍ଜନ ଓରଫ ସୁଦାମ ପଣ୍ଡା । ଯିଏକି ଜଣେ ଜାଲ୍ ସାର୍ଟିଫିକେଟ ରାକେଟଧାରୀ ଧାରଣାକାରୀ କରିଛନ୍ତି ପ୍ରକାଶ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ବିଦ୍ୟାଳୟର ପିଲାମାନେ ପ୍ରଧାନ ଶିକ୍ଷକଙ୍କୁ ଦେଖି ନାହାନ୍ତି କେବେ । ବିଭିନ୍ନ ସମୟରେ ପିଲା ମାନଙ୍କୁ ଗୃହ ନିର୍ମାଣ ଓ ଧାନ କାଟିବା କାର୍ଯ୍ୟରେ ନିୟୋଜିତ କୁରୁଛନ୍ତି ଶ୍ରୀ ପଣ୍ଡା । ସଠିକ୍ ଭାବେ ଗଠନ ହେଉନି ବିଦ୍ୟାଳୟ ପରିଚାଳନା କମିଟି । ଏଭଳି ଅନେକ ଅବ୍ଯବସ୍ଥା ଓ ଦୁର୍ନୀତିକୁ ନେଇ ଚାଲୁଛି ବିଦ୍ୟାଳୟ । ଏଠାରେ ପ୍ରଶ୍ନ ଉଠେ, ଏତେପରେ ସ୍ଥାନୀୟ ଓ ଜିଲ୍ଲା ବିଭାଗୀୟ ଅଧିକାରୀ ମାନେ କରୁଛନ୍ତି କ’ଣ ? ସମସ୍ତେ କ’ଣ ସ୍ବାର୍ଥରେ ବନ୍ଧା ? ନା ଏଭଳି କାର୍ଯ୍ୟ କରିବାରେ ଶ୍ରୀ ପଣ୍ଡାଙ୍କୁ କରୁଛନ୍ତି ସହଯୋଗ ? ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନ ମିଳେବାରୁ ଅନଶନରେ ବସିଛନ୍ତି ଗ୍ରାମବାସୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷାକର୍ମଚାରୀ । ଯଦି ଏହାର ସ୍ଥାୟୀ ସମାଧାନ ଦିଗରେ ଜିଲ୍ଲାପାଳ, ସ୍ଥାନୀୟ ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ଅନଶନକାରୀ । କିନ୍ତୁ ବଡ଼ ଦୁଃଖର ବିଷୟ ଧାରଣା ସ୍ଥଳକୁ କୌଣସି ଅଧିକାରୀ, ରାଜନେତା, ମନ୍ତ୍ରୀ କିମ୍ବା ବିଧାୟକ ଆସିନଥିଲେ । ଯେ ପର୍ଯ୍ୟନ୍ତ ସମସ୍ୟା ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଏ ଅନଶନ ଚାଲୁ ରହିବ ବୋଲି ଅନଶନକାରୀ ପ୍ରକାଶ କରିଛନ୍ତି । ଘଟଣା ସ୍ଥଳରୁ ଛାତ୍ର, ଅଭିଭାବକ, ଗ୍ରାମବାସୀ କର୍ମଚାରୀ ମାନଙ୍କ ଠାରୁ କରାଯାଇଛି ଖବର ସଂଗ୍ରହ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦଳିତ ଗରିବ ପିଲା କୁ ଦୁବୃତ୍ତ ମାନେ କଲେ ଆକ୍ରମଣ ,ତନ୍ତିଆପାଳ ରେନ ଫରେଷ୍ଟ ବାର ଭିତରେ ପଶି କର୍ମଚାରୀ ଙ୍କୁ ଗୋଡ଼ାଇ ପିଟିଲେ

Sunil Chandra Nayak

ବଳଦିଆମାଲ ଗ୍ରାମ ସ୍ଥିତ ଇଂରାଜୀ ମିଡିୟମ ବିଦ୍ଯାଳୟରେ ଗୁରୁଦିବସ ପାଳିତ

Sunil Chandra Nayak

ଝୁଲନ୍ତା ମୃତ ଦେହ ଉଦ୍ଧାର 

Leave a Comment

error: Content is protected !!