Uncategorizedବେଣୁଧର ସୂତାର ଙ୍କ କବିତା କବି କବିତା by Sunil Chandra NayakOctober 13, 20220121 Share0 କବି କବିତା ବେଣୁଧର ସୂତାର ତୁମେ ମୋ ଦରଦୀ କବି ମୁଁ ତୁମ କବିତା ସାରସ୍ୱତ ସ୍ରଷ୍ଟା ତୁମେ ମୋର ଜନ୍ମଦାତା ତୁମରି ଅମୃତ ଲେଖନୀ ପରଶେ ମୁଁ କବି କୁଳରେ ଜନ୍ମିତା ବନିତା ଲତା ପରି ମୁଁ ବି ଆଶ୍ରିତା ତୁମେ ମୋ ଦରଦୀ କବି ମୁଁ ତୁମ କବିତା ।। ମୁଁ ତୁମ ମାନସ କନ୍ୟା ଭାବନାର ବନ୍ୟା ମିଠା ମିଠା ଶବ୍ଦସୁଧା ସୁରଭି ଅନନ୍ୟା ରୂପକଳ୍ପର ଅପୂର୍ବ ଲାବଣ୍ୟେ ଭାବମୟୀ, ମୁଁ ନୀଳ ନୟନା ଛନ୍ଦେ ଛନ୍ଦେ ରୋମାଞ୍ଚିତ ଧାରା କୁଆଁରୀ ତନୁରେ ମୋ ଉଷ୍ମ ଉନ୍ମାଦନା ମୋ ତନୁତୀର୍ଥ ତ୍ରିବେଣୀ ଘାଟରେ ଭରିଦେଲ ଅମୃତର ବେଗମତୀ ବନ୍ୟା ପ୍ରଜ୍ଞାର ତରଙ୍ଗେ ବିଶ୍ବପ୍ରାଣେ ତୋଳେ ମୁହିଁ ଦିବ୍ୟ ମାଦକତା ତୁମେ ମୋ ଦରଦୀ ……… ଅବ୍ୟର୍ଥ ତୁମ ପରିକଳ୍ପନାର ଧାରା ଛବିଳ ସାହିତ୍ୟ ସବୁଜିମା ପଥେ ସଂଭ୍ରମେ ଲଙ୍ଘିଯାଅ ସୀମାସରହଦ କ୍ଳାନ୍ତି ନାହିଁ ବ୍ୟଥା ନାହିଁ ଭାବମୟ ଜୀବନରେ ତୁମ ପ୍ରଜ୍ଞାର ଏ ମୁଗ୍ଧ ଆବେଗରେ ସମ୍ମୋହିତ ଭାବ ପ୍ରୀତି ଭାଷାର ମମତା ତୁମେ ମୋ ଦରଦୀ ………… ସାରସ୍ଵତ ସାମ୍ରାଜ୍ୟୁ ତୋଳି ମୁଗ୍ଧ ମଧୁର ଭାଷାର ସୁମନ ସ୍ଵପ୍ନିଳ ମନତଳେ ଆଙ୍କି ଦିଅ ଇନ୍ଦ୍ରଧନୁର ମାୟା ସସ୍ନେହେଁ ଗୁନ୍ଥିଲ ମାଳାର ମାଳିନୀ ବିଶ୍ଵ କଲ୍ୟାଣ ଅର୍ଥେ ଗଢି ଦେଲ ମୋ ସୁନ୍ଦର କାୟା ହେ ଆର୍ଯ୍ୟ ଦାୟାଦ ତୁମେ ସୃଜନର ସ୍ଵପ୍ନ ସୌଦାଗର ତୁମରି ସୃଷ୍ଟିର ମୁଁ ସୁନାଫୁଲ ସୁଷମାର ଚାରୁକଳା ସମ୍ମୋହନୀ ଲତା ଭରିଦିଏ ଏ ନିଖିଳ ଆଶାଶୂନ୍ୟ ପ୍ରାଣରେ ପୂର୍ଣ୍ଣତା ତୁମେ ମୋ ଦରଦୀ ……….. କେଶଦୁରାପାଳ କେନ୍ଦୁଝର