ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା କବି କବିତା

  କବି କବିତା

   ବେଣୁଧର ସୂତାର 

ତୁମେ ମୋ ଦରଦୀ କବି
             ମୁଁ ତୁମ କବିତା
ସାରସ୍ୱତ ସ୍ରଷ୍ଟା ତୁମେ
              ମୋର ଜନ୍ମଦାତା
ତୁମରି ଅମୃତ ଲେଖନୀ ପରଶେ
          ମୁଁ କବି କୁଳରେ ଜନ୍ମିତା
ବନିତା ଲତା ପରି ମୁଁ ବି ଆଶ୍ରିତା
ତୁମେ ମୋ ଦରଦୀ କବି
               ମୁଁ ତୁମ କବିତା ।।
ମୁଁ ତୁମ ମାନସ କନ୍ୟା
               ଭାବନାର ବନ୍ୟା
ମିଠା ମିଠା ଶବ୍ଦସୁଧା 
                ସୁରଭି ଅନନ୍ୟା
ରୂପକଳ୍ପର ଅପୂର୍ବ ଲାବଣ୍ୟେ
       ଭାବମୟୀ, ମୁଁ ନୀଳ ନୟନା
ଛନ୍ଦେ ଛନ୍ଦେ ରୋମାଞ୍ଚିତ ଧାରା
କୁଆଁରୀ ତନୁରେ ମୋ
                  ଉଷ୍ମ ଉନ୍ମାଦନା
ମୋ ତନୁତୀର୍ଥ ତ୍ରିବେଣୀ ଘାଟରେ
ଭରିଦେଲ ଅମୃତର 
                   ବେଗମତୀ ବନ୍ୟା
ପ୍ରଜ୍ଞାର ତରଙ୍ଗେ ବିଶ୍ବପ୍ରାଣେ 
 ତୋଳେ ମୁହିଁ ଦିବ୍ୟ ମାଦକତା
 ତୁମେ ମୋ ଦରଦୀ ………
ଅବ୍ୟର୍ଥ ତୁମ ପରିକଳ୍ପନାର ଧାରା
ଛବିଳ ସାହିତ୍ୟ ସବୁଜିମା ପଥେ
ସଂଭ୍ରମେ ଲଙ୍ଘିଯାଅ ସୀମାସରହଦ
କ୍ଳାନ୍ତି ନାହିଁ ବ୍ୟଥା ନାହିଁ
ଭାବମୟ ଜୀବନରେ ତୁମ
ପ୍ରଜ୍ଞାର ଏ ମୁଗ୍ଧ ଆବେଗରେ
ସମ୍ମୋହିତ ଭାବ ପ୍ରୀତି
                 ଭାଷାର ମମତା  
ତୁମେ ମୋ ଦରଦୀ …………
ସାରସ୍ଵତ ସାମ୍ରାଜ୍ୟୁ ତୋଳି
ମୁଗ୍ଧ ମଧୁର ଭାଷାର ସୁମନ
ସ୍ଵପ୍ନିଳ ମନତଳେ ଆଙ୍କି ଦିଅ
             ଇନ୍ଦ୍ରଧନୁର ମାୟା
ସସ୍ନେହେଁ ଗୁନ୍ଥିଲ ମାଳାର ମାଳିନୀ
ବିଶ୍ଵ କଲ୍ୟାଣ ଅର୍ଥେ ଗଢି ଦେଲ
             ମୋ ସୁନ୍ଦର କାୟା
ହେ ଆର୍ଯ୍ୟ ଦାୟାଦ ତୁମେ
ସୃଜନର ସ୍ଵପ୍ନ ସୌଦାଗର
ତୁମରି ସୃଷ୍ଟିର ମୁଁ ସୁନାଫୁଲ
ସୁଷମାର ଚାରୁକଳା
           ସମ୍ମୋହନୀ ଲତା
ଭରିଦିଏ ଏ ନିଖିଳ ଆଶାଶୂନ୍ୟ 
              ପ୍ରାଣରେ ପୂର୍ଣ୍ଣତା
ତୁମେ ମୋ ଦରଦୀ ………..

କେଶଦୁରାପାଳ କେନ୍ଦୁଝର

Related posts

ମଧୁ ସୁଦନ ମହାପାତ୍ର ଙ୍କ କବିତା ହକ୍, ପାଇଁ

Sunil Chandra Nayak

ଉଚ୍ଚ ନ୍ୟାୟାଳୟ ବିଚାରପତି ନ୍ୟାୟମୂର୍ତ୍ତୀ ସଞ୍ଜୟ କୁମାର ମିଶ୍ରଙ୍କ ନବରଙ୍ଗପୁର ଗସ୍ତ : ଜିଲ୍ଲା କୋର୍ଟ ପରିଦର୍ଶନ : ଆଇନଜୀବୀ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

Sunil Chandra Nayak

ରାଜ୍ୟରେ ଖୋଲିବ ୩୬ଟି ନୂଆ ଥାନା, ପରିଚାଳନା ପାଇଁ ସୃଷ୍ଟି ହେବ ୫୬୩ଟି ନୂଆ ପଦବୀ

Sunil Chandra Nayak

Leave a Comment

error: Content is protected !!