ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନକ ନିଆଲ୍ ହତ୍ୟା ର ସମସ୍ତ ଆରୋପି ଙ୍କୁ କୋର୍ଟ ଚାଲାଣ ଦାବିରେ ଧାରଣା ଦେବେ ପୀଡ଼ିତା ର ପିତା

 ଡମ୍ବ ସମାଜର ପ୍ରସ୍ତୁତ ବୈଠକ ରେ ବଡ ନିଷ୍ପତି

ଗୋଳାମୁଣ୍ଡା/୨୩/୮/ମସିହା/ ଗତ ତା,୧୬/୮/ଦିନ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ କନକ ନିଆଲ ଙ୍କୁ ନିର୍ମମ ଭାବେ ହତ୍ୟାକରି କେନ୍ଦୁଗଛରେ ଟାଙ୍ଗି ଦେଇ ଥିବା ଆସାମୀ ମାନଙ୍କ ମଧ୍ୟରୁ ଜଣେ ଆସାମୀ ସରୋଜ ହଂସ କୁ କୋର୍ଟ ଚାଲାଣ କରିବା ଓ ଦୁଇଜଣ ସମେତ ଜଣେ ଜୈନେକ୍ ଶିକ୍ଷକ ଙ୍କୁ ପୋଲିସ ଘଣ୍ଟ ଘୋଡାଉଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ପୀଡ଼ିତା ର ପିତା ଭିବେ ନିଆଲ ଓ ଏ ନେଇ ସେ ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦ ଓ ସ୍ଥାନୀୟ ରାଜନେତା ଙ୍କ ସାହାଯ୍ୟ ଲୋଡିଛନ୍ତି । ଏହି ଆଧାରରେ ଗତ କାଲି ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦ କର୍ମକର୍ତ୍ତା ଓ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ ଙ୍କ ଉପସ୍ଥିତ ରେ ଘୋଟିଆ ଧାନ ମଣ୍ଡି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପୀଡ଼ିତା ର ପିତା ଭିବେ ନିଆଲ କିପରି କନକ କୁ ମିଳିବା କୁ ଥିବା ନ୍ୟାୟ ବାଟବଣା ହେଉଛି ତାହା ବଖାଣି ଥିଲେ । ଯଦି ଥାନାରେ ଅଟକ ଥିବା ଅନ୍ୟ ଦୁଇ ଜଣ ସମେତ ସଂପୃକ୍ତ ଶିକ୍ଷକ ଙ୍କୁ କୋଟ ଚାଲାଣ କରା ନ ଯାଏ ତେବେ ଗୋଲାମୁଣ୍ଡା ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ସେ ଘୋଷଣା କରିଥିଲେ ।ସେଥିପାଇଁ ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦ ସଭାପତି ରାମକୁମାର ସେନାପତି, କାଲହାଣ୍ଡି ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ, ବିଜେପିର ବ୍ଲକ ସଭାପତି ପ୍ରଦୀପ ପଣ୍ଡା,ବିଜେପିର ବରିଷ୍ଠ ନେତା ସେନାପତି ମଳିକ,ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଅନୀଲ ମଳିକ, ଭୁବନେଶ୍ୱର ନିଆଲ, କ୍ଷେତ୍ର ମୋହନ ଛତ୍ରୀଆ,ଭିମା ବାଗ,ମେଘରାଜ ଦୁର୍ଗା, ମନଧର ଯାଲ,ମାଧବ ନିଆଲ, ପ୍ରମୁଖ ଗୋଳାମୁଣ୍ଡା ଥାନାରେ ଅଭିଯୋଗ କରିବା ପାଇଁ ଯାଇ ଥିବା ବେଳେ ଥାନା ଅଧିକାରୀ ଯୁଗଳ ଶବର ଅନୁପସ୍ଥିତ ଥିବାରୁ ସାହୁଲ ମଙ୍ଗରାଜ ଙ୍କ ଦ୍ଵାରା ଫୋନରେ ଯୋଗାଯୋଗ ହେବାରୁ ଶ୍ରୀ ଶବର ପିଡିତା ଙ୍କ ଘରକୁ ଯାଇ ପିତା ମାତା ଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମ କୁମାର ସେନାପତି ଙ୍କ ରିପୋର୍ଟ ,ନିରପେକ୍ଷ, ନିର୍ଭୟ,ପ୍ରଗତିଶୀଳ ମସିହା

Related posts

କବି ରାମ ଚନ୍ଦ୍ର ମହାନ୍ତି ଙ୍କ କବିତା – ଭକ୍ତର ବାନ୍ଧବ ବୋଲି

Sunil Chandra Nayak

ଯାଦବ ମହାସଭା ପକ୍ଷରୁ ଯାଦବ ସୌର୍ଯ୍ୟ ଦିବସ ପାଳନ

Sunil Chandra Nayak

ଆହୁରି ସଶକ୍ତ ହେବ ମିଶନ ଶକ୍ତି

Leave a Comment

error: Content is protected !!