ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ  ଙ୍କ କବିତା ଆସହେ ନନ୍ଦ ଦୁଲ୍ଲାଳ ମୋର

ଆସହେ ନନ୍ଦ ଦୁଲ୍ଲାଳ ମୋର

ଆସହେ ନନ୍ଦ ଦୁଲ୍ଲାଳ ମୋର
ଗୋପୀ ଚିତ୍ତ ଚୋର ଶ୍ରୀରଙ୍ଗାଧର।।
ସଜ ହୋଇଅଛି ଝୁଲଣ ତୁମର
ଝୁଲଣାରେ ଝୁଲି ଦିଶିବ ସୁନ୍ଦର।।
ଗୋପ ଗୋପୀବାଳା ଏକଠାବ ହୋଇ
ଆସିବା ବାଟକୁ ଅଛନ୍ତି ଅନାଇ।।
ଗୁନ୍ଥି ଆଣିଚି କେ କୁସୁମର ହାର
କେ ଧରିଚି ହସ୍ତେ ଆଳଟ ଚାମର।।
ଘୋରି ଆଣିଚି କେ ସୁବାସ ଚନ୍ଦନ
କରିବାକୁ ପ୍ରଭୂ ଶ୍ରୀ ଅଙ୍ଗେ ଲେପନ।।
ଅଗୁରୁ କୁଙ୍କୁମ ମହକ କର୍ପୂର
ମୟୂର ପୁଚ୍ଛକୁ ଆଣି ତତପର।।
ସୁବେଶ କରିବେ ଗୋପ ଗୋପୀବାଳା
ଆସହେ ମୋହନ ନ କରିଣ ହେଳା।।
କର୍ଣ୍ଣରେ କୁଣ୍ଡଳ ନୟନେ କଜ୍ଜଳ
ଶିରେ ଠିଆ ଚିତା ଚନ୍ଦ୍ର ସମତୁଳ।।
ଶୁଭେ ଭେରି ତୁରୀ ଉତ୍ସାହ କାହାଳି
ଶ୍ରୀ ଗୋବିନ୍ଦ ବୋଲି ଦ୍ୟନ୍ତି କରତାଳି।।
ଶୁଭେ ହରିବୋଲ ଓ ହୁଳହୁଳି
ଘଣ୍ଟ ଶଙ୍ଖ ନାଦ ପଡେ ଉଛୁଳି।।
ସରଗରେ ଦେବ ହୁଅନ୍ତି ଅଧିର
ପୁଷ୍ପ ବୃଷ୍ଟି କରିବେ କାହା ଶିର।।
ଦୟାମୟ ପ୍ରଭୁ ଠଣ ସୁନ୍ଦର
ଭକତ ଜନ ଙ୍କୁ କର ଉଦ୍ଧାର।।
ଭକତ ଙ୍କ ତୁମେ ଧନ ସଙ୍ଖାଳୀ
ସୁଦୟା କରିବ ହେ ବନମାଳୀ।।
     

     ମମତା ସାହୁ 

     ଗାଈଗାଁ,କଳାହାଣ୍ତି

Related posts

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

Sunil Chandra Nayak

ଟାଟା ଇଲେକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡ଼ ଦ୍ଵାରା ନିଯୁକ୍ତି ପାଇଥିବା ୨୨୦ ଜଣ କଳାହାଣ୍ଡି ଛାତ୍ରୀଙ୍କ ହୋସୁର ଗସ୍ତ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ଆସ ମାଁ ଅବତରି ଧରା ଧାମେ

Sunil Chandra Nayak

Leave a Comment

error: Content is protected !!