ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ଜନ୍ମାଷ୍ଟମୀ ଓ କୃଷ୍ଣ ଜନ୍ମ

ଜନ୍ମାଷ୍ଟମୀ ଓ କୃଷ୍ଣ ଜନ୍ମ

ଭାଦ୍ରବ ମାସର ଅଷ୍ଟମୀ ତିଥିରେ
ଶ୍ରୀକୃଷ୍ଣ ହୋଇଲେ ଜନ୍ମ
କଂସ ବନ୍ଦୀ ଘରେ ରାତ୍ର ଆଠ ଘଡି
ଜନ୍ମ ପ୍ରଭୂ ନାରାୟଣ
ବିଜୁଳି ଚମକେ ଘଡ ଘଡି ମାରେ
ମୂଷଳ ଧାରାରେ ବର୍ଷା
ଲୁହାର ଶିକୁଳି ଖୋଲି ଯାଉଥିଲା
ବସୁଦେବ ଏକା ଆଶ୍ରା
 ଅଷ୍ଟମ ଗର୍ଭରେ ଦେବକୀ ଉଦରେ 
 ଶ୍ରୀକୃଷ୍ଣ ହୋଇଲେ ଜନ୍ମ
ଦେଖି ବସୁଦେବ ତଟସ୍ତ ହୋଇଲେ
ଶଙ୍ଖ, ଚକ୍ର ଗଦା ପଦ୍ମ
ଖୋଲିଯାଇଥିଲା ଲୁହାର ଶିକୁଳି
ଖୋଲିଲା ଲୁହା କବାଟ
ନନ୍ଦ ଘରେ ମୋତେ ଛାଡ଼ିଆସ ବୋଲି
ଶୁନ୍ୟରୁ ଶବ୍ଦ ଉଚ୍ଚାଟ
ଭୟେ ବସୁଦେବ ପ୍ରଭୂ ନାମ ଜପି
ବନ୍ଦୀରୁ ହେଲେ ବାହାର
ନିଶବ୍ଦ ରାତିରେ ଉଗ୍ରସେନ ଜଗି
ଡାକୁଥିଲେ ହୁସିଆର
ମେଘ ଘଡଘଡି ବିଦୁ ପବନରେ
ବସୁଦେବ ଗଲେ ଧିରେ
ପ୍ରଭୂ ମଥାପରେ ଶେଷଦେବ ନାଗ
ବରସାରୁ ରକ୍ଷା କରେ
ଚୋର ବୋଲି ଉଗ୍ରସେନ ଓଗାଳିଲେ
ପ୍ରଭୁଙ୍କୁ ଦର୍ଶନ କରି
ଗୋପ ନଗରରେ ଯଶୋଦା କୋଳରେ
ଶୀଘ୍ର ଛାଡ଼ି ଆସ ଫେରି
ବାଟରେ ଯମୁନା ହୁଏ ଆନମନା
ପ୍ରଭୂ ପାଦ ପଦ୍ମେ ମନ
ଉଛୁଳି ଯମୁନା ବସୁଦେବ ପରେ
ପ୍ରଭୁଙ୍କୁ କଲା ଦର୍ଶନ
ହୋଇଲା ଦିଫାଳେ ବସୁଦେବ ଚଳେ
ଗୋପ ପୁର ନନ୍ଦ ଘରେ
ପ୍ରଭୁଙ୍କୁ ଛାଡ଼ିଣ ବିଜୁଳି କନ୍ୟାଙ୍କୁ
ଆଣିଲେ ତହୁଁ ସତ୍ୱରେ
ଯୁଗ ଯୁଗ ଧରି ଲୀଳା ଖେଳା କର
ଧର୍ମ ସଂସ୍ଥାପନା ଲାଗି
ଚରଣେ ଶରଣ ଦିଅ ମହାବାହୁ
ମୁଁ ତୁମ ଦାସୀ ଅଭାଗୀ
ଜୟ ଶ୍ରୀକୃଷ୍ଣ

ବିଳାସିନୀ ପୃଷ୍ଟି,

ଭୁବନ, ଢେଙ୍କାନାଳ 

Related posts

ରାବଣ ପୋଡ଼ି ସହ ଶେଷ ହେଲା ଲଡ଼ୁଗାଁ ଦଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା

Sunil Chandra Nayak

ଶ୍ରଦ୍ଧା ତରଫରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!