ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା  ଶ୍ରୀ କୃଷ୍ଣ

 ଶ୍ରୀ କୃଷ୍ଣ 

ଶ୍ରୀ କୃଷ୍ଣ ଙ୍କୁ ତୁଳସୀ ଦିଅ ଗୋ
     ତୁଳସୀ ପ୍ରିୟ ଶ୍ରୀ ହରି
ତୁଳସୀ ମାଳା ପିନ୍ଧାଅ ଗୋ
      ଶ୍ରୀ ପଦ୍ମ ପାଦ ପାଖାଳି
ତୁଳସୀ ରସିଆ ଶ୍ରୀ କୃଷ୍ଣ ମୋ ବନମାଳୀ
ତୋଳି ଦେଇଛି ହୃଦ ପଦୁଅଁ
     ଜାଳି ଦେଇଛି ଦୀପାଳୀ
ଦ୍ଭାଦ୍ର କୃଷ୍ଣ ଏକାଦଶୀ ଆନନ୍ଦେ ହୁଏ ଭାଳି
ଶ୍ରୀ ପାଦେ କରଇ ଅଳି
    ଆସ ଆସ ଗୋପ ବାଳୀ
ରାଧା ମୟ ଶ୍ରୀ କୃଷ୍ଣ ଙ୍କୁ ଦେଖ
ଛନ୍ଦା ପାଦେ ନାଚେ ଢଳି ଢଳି
କଳନା ନୁହଁଇ କଳି
    ଶ୍ରୀ କୃଷ୍ଣ ନାମ ରସ ରସାବଳୀ 

ଜୟ ଶ୍ରୀ ରାଧେ କୃଷ୍ଣ 

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ 

କୁଆଖିଆ, ଯାଜପୁର

 

Related posts

ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପୋଷାକ ଓ ଜୋତା

Sunil Chandra Nayak

ପ୍ରଣତି ମହାପାତ୍ର ଙ୍କ ପ୍ରବନ୍ଧ ଶୁଦ୍ରମୁନି ସାରଳା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଚକରା ମକରା

Sunil Chandra Nayak

Leave a Comment

error: Content is protected !!