ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା “କଳି ଯୁଗ କଂସ, କରେ ସର୍ଵନାଶ”

“କଳି ଯୁଗ କଂସ, କରେ ସର୍ଵନାଶ”

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

ଆଜିବି ରହିଛି, କଂସାସୁର କିଛି 
ସମାଜରେ ଘର କରି, 
ନିଷ୍ଠୁର ଶାସନ, କୋଠର ବଚନ 
ମନେ ଅହଂକାର ଭlରି ll
ରହିଛି ପୋତାନା, ଛଦ୍ମବେଶି ସିନା 
ପିଲା ଖାଇ ସେ ଡାହାଣୀ, 
କୋମଳ ବଚନେ, କୁଟ ଅଭିମାନେ 
ଜୀବନ ନେଉଛି ଘେନି ll
ଖେଳାଏ ଆତଙ୍କ, ଦେଉଅଛି ଦୁଃଖ 
ବାହୁବଳେ କ୍ଷମତାରେ 
ଘେନି ଅନୁଚର , କରେ ହରବର 
ଆତଙ୍କ ରାଜୁତି କରେ ll
କରେ ମାନହାନି, କରେ ଧନହାନି 
ଅକୁହା ପୀଡାକୁ ଦିଏ, 
ସରଳ ନିରୀହ, ଗରିବଙ୍କ ଲୁହ 
ନିତିପରା ଝରୁଥାଏ ll
ଆକୁଳ ବିକଳ, ଶଙ୍କିତରେ କାଳ 
ଦିନ, ଦଣ୍ଡ, ଘଡି ଯାଏ, 
ଧରା ପଡେନାହିଁ, ଯାତନା ଦିଅଇ 
ଭଦ୍ରସରି କଥା କୁହେ ll
କା ଘର ବୁଡ଼ାଏ, ଉଛନ୍ନ କରାଏ 
ସଂସାର, ସମ୍ପର୍କ ସେତୁ, 
ଝଞ୍ଜଟ, ପସରା, କରଇ ଯାତରା 
କଂସତ ସବୁରି ହେତୁ ll
କଳିଯୁଗ କଂସ, ଦେଇ ଅଟହସ
ବାଦ ବିବାଦକୁ ଟାଣେ, 
ଖଳନାୟକରେ, ସୁଖ ଶାନ୍ତି ସାରେ 
ବିରୋଧୀଙ୍କୁ ମାରେ ହାଣେ ll
ରୀତିନୀତି ସବୁ, ଡାକି ପ୍ରଭୁ ପ୍ରଭୁ 
ଶରଣାପନ୍ନଟି ହୁଏ, 
ଦିନ, ରାତି ହୁଏ, ରାତି, ଦିନ ହୁଏ 
ଆଦେଶ ଯେବେ ସେ ଦିଏ ll
ଆଇନ ପଞ୍ଜିକା, ପ୍ରଭାବରେ ଫିକା 
ହାକିମ ହୁକୁମ ସହ, 
ଅନ୍ଧାର ଘରରେ, ବାଡ଼ି ବୁଲୁଥାଏ 
ବୁହାଇ ଲୋତକ ସୁଅ ll
କରେ ହରିଲୁଟ, ପିନ୍ଧି ସୁଟବୁଟୁ  
ଦାମିକିଆ ଗାଡି ଚଢ଼ି, 
ଗଢେ ଅଟାଳିକା,ଦେଇ ଦେଇ ଧୋକା 
ଖେଳାଇ ଆତଙ୍କ ରଡି ll
ରାମ କୃଷ୍ଣ, ଆସ, ଆହେ ପୀତବାସ 
କେଉଁଠି ରହିଛ ଲୁଚି, 
ହୁଅ ନବଜାତ, ରଖ ହେ ଜଗତ 
ଅନ୍ୟାୟ ଅନୀତି ପୁଛି ll 
କଂସାସୁର ମାର, ଉଦ୍ଧରି ହେ ଧର 
ସବୁରି କଲ୍ୟାଣ କର
ଏତିକି ମିନତି, ପାଦ ପଦ୍ମେ ନିତି 
କଂସଙ୍କ ରାଜତ୍ବ ସାର ll
ଆହେ ଚକ୍ର ଧର, ରଖ ହେ ସଂସାର 
ଦୁଃଖୀଙ୍କୁ ଉଧାରୀ ଧର, 
ତୁମ ବିନା କେହି ଆହା ସାହା ନାହିଁ 
ଅନ୍ୟାୟ ଅନୀତି ସାର ll
ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 
ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର,
ଜିଲ୍ଲା-ଗଜପତି , ଓଡିଶା, 761206,

Related posts

ମିଳିତ ପ୍ରାଥମିକ ଶିକ୍ଷକ ମହା ସଂଘର ଦାବିପତ୍ର ଓ ନୂତନ କର୍ମକର୍ତ୍ତା ଗଠନ

Sunil Chandra Nayak

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

Sunil Chandra Nayak

ସଦଭାବନା ସଭାଗୃହ ଠାରେ ସଦଭାବନା ଦିବସ ପାଳିତ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିନକର ଦରମା ଦାନ 

Sunil Chandra Nayak

Leave a Comment

error: Content is protected !!