ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ରତ୍ନ ଜାତୀୟ ସମ୍ମାନ ପାଇଲେ ଧରାକୋଟ ର ଚନ୍ଦ୍ରମଣି 

ଓଡିଶା ରତ୍ନ ଜାତୀୟ ସମ୍ମାନ ପାଇଲେ ଧରାକୋଟ ର ଚନ୍ଦ୍ରମଣି 

ଆସିକା, ୨୬/୯/୨୬ (ଶିବ ଶଙ୍କର ମିଶ୍ର ) ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଧରାକୋଟ ନିକଟସ୍ଥ ବରିଗୁଡା ଗ୍ରାମର ଚନ୍ଦ୍ରମଣି ପାତ୍ର ଙ୍କୁ ନେସନାଲ ଏକାଡେମୀ ଅଫ ସାକ୍ଷରତା ମିଶନ ତରଫରୁ ୱାରେଲ୍ଡ ୱାଇଡ ଅୱାର୍ଡ ଗୃଫ ସଦସ୍ୟ ଙ୍କ ଉପସ୍ଥିତି ରେ ଭୁବନେଶ୍ୱର ସ୍ଥିତ ଉତ୍କଳ ରଙ୍ଗମଞ୍ଚ ରେ ଓଡ଼ିଆ ଜାତୀୟ ରତ୍ନ 2026 ପୁରସ୍କାର ପ୍ରଦାନ କରାଯାଇଛି । ବରିଗୁଡା ଗ୍ରାମର ଜଗନ୍ନାଥ ପାତ୍ର ଓ କସ୍ତୁରୀ ପାତ୍ର ଙ୍କ ଜ୍ୟେଷ୍ଠ ପୁଅ ଚନ୍ଦ୍ରମଣି ପିଲାଟି ଦିନରୁ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ନିଜପାଇଁ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଗରିବ ଅସହାୟ ଲୋକଙ୍କୁ ସହାୟତା, ଗରିବ ପରିବାରର ଝିଅ କୁ ଵିଵାହ ସମୟରେ ସହାୟତା, ଗରିବ ବ୍ରାହ୍ମଣ ପରିବାରର ପୁଅର ବ୍ରତରେ ସହାୟତା,ନୂତନ ମନ୍ଦିର ଓ ପରିତ୍ୟକ୍ତ ମନ୍ଦିର ନିର୍ମାଣ,ରକ୍ତଦାନ,ଗୋସେବା , ସଫେଇ କାର୍ଯ୍ୟକ୍ରମ ଭଳି ସାମୂହିକ କାର୍ଯ୍ୟରେ ସେ ନିଜକୁ ଯଥା ସମ୍ଭବ ସାମିଲ କରି ଆସୁଛନ୍ତି । ନିଜର ପ୍ରତିକ୍ରିୟାରେ ମଣିଷ ପାଇଁ ଜୀବନ ରକ୍ଷା ଓ ସମାଜ ପାଇଁ ସେବା ଯୋଗାଇଦେବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି। ସଂପ୍ରତି ସେ ବାଙ୍ଗାଲୋର ସ୍ଥିତ ଜଗନ୍ନାଥ ଏଣ୍ଟର ପ୍ରାଇଜରସ ର ସି ଇ ଓ ଭାବରେ କାର୍ଯ୍ୟରତ ଥାଇ ମାନବ ସେବା ଓ ଗୋସେବା କାର୍ଯ୍ୟରେ ନିଜକୁ ଜଡ଼ିତ ରଖିଛନ୍ତି । ନିପଟ ମଫସଲରେ ବଢି ସମାଜ ସେବାରେ ନିଜକୁ ନିୟୋଜିତ କରି ଯୁବକ ଚନ୍ଦ୍ରମଣି ସଂପ୍ରତି ଜାତୀୟ ସ୍ତରର ସମ୍ମାନ ପାଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

Related posts

ଜୁନାଗଡ଼ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ଖଟଖୁରା -ଭଏରପୁର ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

masiha

ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଢିତୋଳିବାକୁ ଆଉ ଏକ ସ୍ବାଧୀନତା ଆନ୍ଦୋଳନର ଆବଶ୍ୟକତା ଅଛି..

Sunil Chandra Nayak

Leave a Comment

error: Content is protected !!