ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଦଭାବନା ସଭାଗୃହ ଠାରେ ସଦଭାବନା ଦିବସ ପାଳିତ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିନକର ଦରମା ଦାନ 

ଢେଙ୍କାନାଳ -20/8/22 ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହଠାରେ ସଦଭାବନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀମାନଙ୍କୁ ସଦଭାବନା ଶପଥ ପାଠ କରାଇଥିଲେ ।ଜାତି, ଧର୍ମ, ସମ୍ପ୍ରଦାୟ ଓ ଭାଷା ଭେଦଭାବ ବିନା ସମସ୍ତ ଭାରତବାସୀଙ୍କ ଏକତା ଓ ସଦଭାବନା ପାଇଁ କାର୍ଯ୍ୟ କରିବି । ମୁଁ କୌଣସି ହିଂସା ଆଚରଣ ନ କରି ସମସ୍ତ ପ୍ରକାର ମତଭେଦକୁ ମତ ବିନିମୟ ଓ ସାମ୍ବିଧାନିକ ପ୍ରକ୍ରିୟା କ୍ରମେ ସମାଧାନ କରିବି ବୋଲି ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଶପଥ ନେଇଥିଲେ।ଏହି ଅବସରରେ, ସମ୍ପ୍ରତି ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ଲୋକଙ୍କ ସହାୟତା ନିମନ୍ତେ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ତୃତୀୟ ଶ୍ରେଣୀ କର୍ମଚାରୀ ଓ ଅଧିକାରୀ ମାନେ ସେମାନଙ୍କର ଗୋଟିଏ ଦିନର ଦରମା ପ୍ରାୟ ୮୬ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଘୋଷଣା କରିଛନ୍ତି । କର୍ମଚାରୀଙ୍କ ଉଦାର ଓ ସହଯୋଗ ମନୋଭାବ ନିମନ୍ତେ ଜିଲ୍ଲାପାଳ ସମସ୍ତଙ୍କୁ ସାଧୁବାଦ ଜଣାଇ ପ୍ରଶଂସା କରିଛନ୍ତି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ

Related posts

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରୁପ୍ରା ଠାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ 

Sunil Chandra Nayak

ବଡଫୁର୍ଲା ମହାତ୍ମାଗନ୍ଧୀ ଉଚ୍ଚ ବିଦ୍ୟାଳୟ ରେ ଶିଶୁ ଦିବସ

Sunil Chandra Nayak

ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!