ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟେଣ୍ଟ ମାଲିକ ସଂଘର ନୂଆଁଖାଇ ଭେଟଘାଟ,ନାଚଗୀତରେ ଝୁମିଲେ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଟେଣ୍ଟ ଲାଇଟ, ସାଉଣ୍ଡ, ବେଲୁନ ଓ ଫୁଲ ମାଲିକ ସଂଘ ତରଫରୁ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଗଡ୍ରାମୁଣ୍ଡା ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଜ୍ୟୋତିଲାଳ ବଂଜାରୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ନୂଆଁଖାଇ ର ମାହାତ୍ମ୍ୟ ଉପରେ ଆଲୋକପାତ କରି କରୋନା ସହିତ ଲଢେଇ କରି ଆମେ ବିଜୟୀ ହୋଇଛୁ ଓ ଏବେ ନୂଆଁଖାଇ ପର୍ବ ପାଇଁ ଏକତ୍ରିତ ହୋଇ ପାରିଛୁ ବୋଲି କହିଥିଲେ।ସଂଘର ସଭାପତି ଜ୍ୟୋତିଲାଳ ବଂଜାରୀ ଟେଣ୍ଟ ମାଲିକ ମାନଙ୍କ ସମସ୍ୟା ସବୁ ଉପସ୍ଥାପନ କରି ତାହାରି ସମାଧାନ ପାଇଁ ଦାବି କରିଥିଲେ।ଟେଣ୍ଟ ବ୍ୟବସାୟକୁ କ୍ଷୁଦ୍ରଶିଳ୍ପର ମାନ୍ୟତା ଦେବା ପାଇଁ ବିଧାନସଭାରେ ଦାବି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଏ ଅବସରରେ ସଂଘ ତରଫରୁ ବିଧାୟକ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ବିଭିନ୍ନ ଟେଣ୍ଟ ମାଲିକ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ।ଗଙ୍ଗାଧର ମହାଉତି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସମସ୍ତେ ମିଶି ନୁଆଁ ଖାଇଥିଲେ ।ପରେ ଲିଟିଲ ଷ୍ଟାର ପବ୍ଲିକ ସ୍କୁଲ ଖଡ଼ିଆଳର ଛାତ୍ରୀ ମାନେ ନାଚଗୀତ ପରିବେଷଣ କରିଥିଲେ।ଖଡ଼ିଆଳ ବିଧାୟକ ମଧ୍ୟ ସେମାନଙ୍କ ସହ ନାଚିଥିଲେ ଯାହା ଦେଖଣାହାରୀଙ୍କ ମନରେ ଖୁସି ଭରି ଦେଇଥିଲା।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କବିତା ସାହୁ ଙ୍କ ପ୍ରବନ୍ଧ ପ୍ରଥମ ଓଡ଼ିଆ

Sunil Chandra Nayak

ଚିକିତ୍ସାଧିନ ଅବସ୍ଥା ରେ ଆଖିବୁଜି ଦେଲେ ଖଟିଆ ବୁହା ପ୍ରସୂତୀ

Sunil Chandra Nayak

ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣରେ ମଦ ଓ ପଚ ଜବତ

Sunil Chandra Nayak

Leave a Comment

error: Content is protected !!