ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବ କଳାକାର ସ୍ୱର୍ଗତ ପ୍ରମୋଦ ଧୀବରଙ୍କୁ ଜନ୍ମମାଟିରେ ଶ୍ରଦ୍ଧାଞ୍ଜଳି

ନୂଆପଡ଼ା ଜିଲ୍ଲାର ପ୍ରତିଭାବନ୍ତ ଯୁବକଳାକାର ପ୍ରମୋଦ ଧୀବରଙ୍କ ଅକାଳ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଶୁକ୍ରବାର ସଂଧ୍ଯାରେ ସ୍ୱର୍ଗତ ପ୍ରମୋଦଙ୍କ ନିଜ ଗାଁ ସିନାପାଲି ବ୍ଲକ ହାତୀବନ୍ଧା ଠାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି l ସ୍ଥାନୀୟ ସମଲେଶ୍ୱରୀ ଯୁବକ ସଂଘ ଆନୁକୂଲ୍ଯରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଖଡ଼ିଆଳର ସଭାପତି ଜିତେଂଦ୍ରନାଥ ପଟ୍ଟନାୟକ, ଜିଲ୍ଲା ମେହେର ସମାଜ ସାଧାରଣ ସଂପାଦକ ସୁରେଶ୍ୱର ମେହେର, ସିନାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀ, ସ୍ୱରସଙ୍ଗମ ରେଡ଼ିଓ ପରିଚାରକ ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ସାଂସ୍କୃତିକ ଅନୁଷ୍ଠାନ ଖଡ଼ିଆଳର ସଂପାଦକ ସୋମନାଥ ଜଗତ, ଅମୂଲ୍ୟ ବାରିକ, ବ୍ରଜମୋହନ ସାହୁ, ପୃଥ୍ୱୀରାଜ ଦୁରିଆ, ଟିଟୁ ପାଣ୍ତେ, ଆନନ୍ଦ ମେହେର, ଇଶ୍ୱରଲାଲ ମେହେର, ଛବିଲାଲ ମେହେର, କିଶୋର ଧୀବର, ଯୌବନ ମେହେର, ରମେଶ ମେହେର, ମହେଶ ମେହେର,ଡୋଲାମଣି ମେହେର, ସୁଧନ୍ଯ ଧୀବର, ମନୋଜ ମେହେର, ମୃତ୍ଯୁଞ୍ଜୟ ମେହେର ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପ୍ରମୋଦଙ୍କ ଭଳି ଆଦର୍ଶ ଓ ନିପୁଣ କଳାକାରଙ୍କ ଅବର୍ତ୍ତମାନ କଳାଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଏ ଅବସରରେ ସାମୁହିକ ମତ ପ୍ରକାଶ ପାଇଥିଲା l କାର୍ଯ୍ଯକ୍ରମର ଆରମ୍ଭରେ କ୍ଷିରସିନ୍ଧୁ ମେହେର ଉଦ୍ଦେଶ୍ଯ ଜ୍ଞାପନ ସହ ସଭା ସଂଯୋଜନା କରିଥିଲେ l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡାବୁଗାଁ ବ୍ଲକ ପରିମଳ ମିଶନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Sunil Chandra Nayak

ଉପେନ୍ଦ୍ର ବସ୍ତିଆ ଙ୍କ କବିତା ତ୍ରିରଙ୍ଗା ପତାକା

Sunil Chandra Nayak

ଜୁନାଗଡ଼ ବ୍ଲକରେ ଡକାୟତି ଆତଙ୍କ ଘଟଣା,ନଳ କୂପରେ ପାଣି ପିଇବା ବ୍ୟକ୍ତିଙ୍କୁ କାବୁ କରି ଲୋକେ ନିସ୍ତୁକ ପିଟିଲେ

Sunil Chandra Nayak

Leave a Comment

error: Content is protected !!