ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା’ଦୁର୍ଗା ରଜତ -ଜ୍ଯୋତି ପ୍ରଡକ୍ସନ ତରଫରୁ ଦିତୀୟ ଫିଲ୍ମର ଟାଇଟଲ ଘୋଷଣା ‘ହ୍ବାଟସ ଅପ୍ ଲଭ୍’ 

ମୟୂରଭଞ୍ଜ -୧୩/୭/୨୨ ( ମସିହା) ଓଲିଉଡ଼ରେ ନବାଗତ ସିନେମା ନିର୍ମାତା ଭାବେ ପାଦ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମାଟିର ରଜତ-ଜ୍ଯୋତି ଯୋଡ଼ି । ପ୍ରଥମ ଫିଲ୍ମ ଅଧୁରା ପ୍ରେମ କାହାଣୀ ଯାହାକି ଅଳ୍ପ ଦିନ ତଳେ ଭୁବନେଶ୍ୱରରେ ସୁଟିଂ ର ଶୁଭ ମୁହୁରତ୍ ଅନୁଷ୍ଠିତ ହୋଇଥିଲା ।ଏହାର ସୁଟିଂ ଜୋରଦାର ଚାଲିଛି । ନବାଗତ ପ୍ରଯୋଜକ ଯୋଡ଼ି ରଜତ-ଜ୍ଯୋତି ଆଉ ପଛକୁ ଅନାଉ ନାହାନ୍ତି । ନୂତନ ସିନେମା ନିର୍ମାଣ ସୁଟିଂ ଚାଲୁଥିଲି ବେଳେ ଆଉ ଗୋଟିଏ ନୂତନ ସିନେମା ନିର୍ମାଣ ପାଇଁ ସ୍ବପ୍ନ ଦେଖି ତାକୁ ସାକାର କରିବା ପାଇଁ ପାଦ ଆଗକୁ ବଢେଇଲେଣି । ଭୂବନେଶ୍ବରରେ ପ୍ରଥମ ସିନେମା ସୁଟିଂ ଚାଲିଥିବାବେଳେ ଓଡିଶାର ସୁନାମଧନ୍ୟ ସିନେ କଳାକାର ଶ୍ରୀତମ ଦାସ,ପୁନମ ମିଶ୍ର,ସୂର୍ଯ୍ୟମୁଖୀ ମହାପାତ୍ର ଏବଂ ଅନ୍ୟ କଳାକାରମାନଙ୍କ ଉପସ୍ଥିତିରେ ଦିତୀୟ ସିନେମାର ଟାଇଟଲ ଘୋଷଣା କରିଥିଲେ । ଆଗାମୀ ଦିତୀୟ ଫିଲ୍ମ ହ୍ବାଟସ ଅପ୍ ର ନାମ କରଣ ହେଲା ଘୋଷଣା ହୋଇଥିଲା । । ସମସ୍ତ କଳାକାର ଟାଇଟଲର ନାମ ଘୋଷଣା ଶୁଣି ଅତି ଆନନ୍ଦିତ ହୋଇଥିଲେ ।ଟାଇଟେଲଟି ସମସ୍ତଙ୍କ ମନକୁ ଛୁଇଁ ଥିଲା । ମିଷ୍ଟା ବଣ୍ଟନ କରାଯାଇ ସମସ୍ତେ ଆପ୍ୟାୟିତ ହୋଇଥିଲେ । ଯୁବ ସିନେ ନିର୍ମାତା ଯୋଡ଼ି ରଜତ-ଜ୍ଯୋତିଙ୍କ ଧୈର୍ଯ୍ୟ, ସାହସିକତା, ଉତ୍ସାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁଦୂର ପଛୁଆ ଦୁର୍ଗମ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରକୁ ଯାଇ ଭୂବନେଶ୍ଵର ଭଳି ରାଜଧାନୀ ସହରରେ ନିଜର ଚେଷ୍ଟା, କଠିନ ପରିଶ୍ରମ କରି ସିନେମା ଭଳି ଏକ କଷ୍ଟସାଧ୍ୟ ଶିଳ୍ପରେ ପାଦ ଦେଇ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଉଦ୍ୟମ , ପ୍ରଚେଷ୍ଟା,କାମ କରିବା ତରିକା,ସାହସ, ଧୈର୍ଯ୍ୟକୁ ନେଇ ସମଗ୍ର ମୟୂରଭଞ୍ଜବାସୀ ଖୁସି ଓ ଆନନ୍ଦିତ ହୋଇଛନ୍ତି । ବିଶେଷତ୍ଃ ବାମନଘାଟୀ, ରାଇରଙ୍ଗପୁର ବାସୀଙ୍କ ଖୁସି ଓ ଆନନ୍ଦ ନ କହିଲେ ସତରେ । ଭଗବାନ ରଜତ-ଜ୍ବୋତିଙ୍କ ଚଲାପଥ କୁସୁମିତ କରନ୍ତୁ । ଆଗକୁ ଆହୁରି ନୂଆ ନୂଆ ସିନେମା ନିର୍ମାଣ କରି ସ୍ଥାଣୁ ଓ ସୁପ୍ତ ହୋଇ ଯାଇଥିବା ଓଲିଉଡ କୁ ପୁଣି ଉଜ୍ଜିବୀତ ଓ ଚଳଚଂଚଳ କରନ୍ତୁ ବୋଲି ଅଂଚଳବାସୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଶ୍ରୀମନ୍ଦିରେ କର୍କଟ ସଂକ୍ରାନ୍ତି ,ଦକ୍ଷିଣାୟନ ବନ୍ଦାପନା

Sunil Chandra Nayak

ଜଣା ଅଜଣା..ସୃଷ୍ଟିର ସମ୍ଭାର, ଏଗାର କେଜିଆ ଫୁଲ ଓ ଇଞ୍ଚେ ବହଳ ପାଖୁଡ଼ା

Sunil Chandra Nayak

ବିଶ୍ଵ ମାନବଧିକାର  ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!