ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଦାବୁଟ୍ରା ଗାଁ ରେ ବିଳମ୍ବିତ ରାତି ରେ ଚୋରି, ସୁନା ଟଙ୍କା ସହ ବାଇକ ନେଇଗଲେ ଚୋର

କୋକସରା,୨୧/୪-   କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟ୍ରା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ମୁଖା ପିନ୍ଧା ୪/୫ ଜଣ ଯୁବକ କନ୍ଦାବୁଟ୍ରା ଗାଁ ର ଲଛମନ ବେହେରା ଙ୍କ ଘରେ ଚୋରି କରିଥିବା ନେଇ କୋକସରା ଥାନା ରେ ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ ରାତିରେ ଘରର କବାଟ ଭାଙ୍ଗି ପଶିଥିଲେ । ମୁଖାପିନ୍ଧା ଯୁବକ ମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଲଛମନ ଙ୍କ ସ୍ତ୍ରୀ ଓ ମା ପିନ୍ଧିଥିବା ୬ ଅଣି ସୁନା ଗହଣା ସହ ନଗଦ ୩୫ ହଜାର ଟଙ୍କା ଓ ଓ ୟମା କମ୍ପାନୀ ର ଏଫ.ଜେଡ ବାଇକ ନେଇ ଫେରାର ମାରିଥିଲେ। ଚୋରି ସମ୍ପର୍କରେ ଲଛମନ କୋକସରା ଥାନା ରେ ଅଭିଯୋଗ କରିବା ପରେ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ସମେତ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ପରିବାର ବର୍ଗ ଙ୍କୁ ପଚରାଉଚରା ଜାରି ରଖିଛନ୍ତି। ଏନେଇ କୋକସରା ଥାନା କେଶ ନମ୍ଵର ୯୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି।

ମ ନି ସ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସଂସାର

Sunil Chandra Nayak

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି – ତେଲ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଦିଆଯିବ ୨୨ ହଜାର କୋଟି, ରେଳ କର୍ମଚାରୀଙ୍କ ୭୮ ଦିନର ବୋନସ

Sunil Chandra Nayak

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ପାର୍ବଣେ ନବଦୁର୍ଗା 

Sunil Chandra Nayak

Leave a Comment

error: Content is protected !!