ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାବାଲିକ କୁ ଉଦ୍ଧାର ,ଅଭିଯୁକ୍ତ କୋର୍ଟ ଚାଲାଣ

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନାରି ସିକୁଆଁ ଗ୍ରାମର ନାବାଳିକା ଉଦ୍ଧାର ଅଭିଯୁକ୍ତକୁ କୋର୍ଟ ଚାଲାଣ । ପୁଲିସ ସୁତରୁ ପ୍ରକାଶ ଯେ ଗ୍ରାମର ଦୀପକ ବୈଠାରୁ ଗତ ୧୫ ମଇ ୨୨ ତାରିଖରେ ଘରୁ ନିଖୋଜ ହୋଇ ଯାଇଥିଲେ ଏହି ସମୟର ସେହି ନାବାଳିକା ମଧ୍ୟ ନିଖୋଜ ଥିଲେ । ଏନେଇ ଝିଅର ମାଁ ଅମୃତା ମାଝୀ ଗତ ୧୬ ମଇ ୨୨ ରେ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଖଡ଼ିଆଳ ପୋଲିସ ଏକ ମାମଲା ୧୮୪/୨୨ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲେ । ପରେ ଗତ ୧୪ ଜୁନ ୨୨ ଖଡ଼ିଆଳ ପୋଲିସ ନାବାଳିକା ଝିଅକୁ ଉଦ୍ଧାର କରିବା ସହ ତାଙ୍କୁ ଅପହରଣ କରି ନେଇଥିବା ସେହି ଗ୍ରାମର ଦୀପକ କୁମାର ବୈଠାରୁ (୨୪)କୁ ଗିରଫ କରିଥିବା ବେଳେ ନାବାଳିକା ଅପହରଣ ମାମଲା ରୁଜୁ କରି  ଶନିବାର କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ଆଇ ଆଇ ସି ଅନିରୁଦ୍ଧ ମୁଦଳି ପ୍ରକାଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରଞ୍ଜିତ କୁ ସାହୁ ଙ୍କ କବିତା ପତ୍ରଝଡ଼ା ର ରୋମାଞ୍ଚ

Sunil Chandra Nayak

ସାମ୍ବାଦିକ ସମ୍ମିଳନୀରେ ଯୋଗଦେଲେ ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା

Sunil Chandra Nayak

ରାଜ୍ୟସ୍ତରୀୟ କଳାକାର ସଂହତି ଦିବସରେ ବାଲେଶ୍ବର କଳାକାର ସମ୍ବର୍ଦ୍ଧିତ 

Leave a Comment

error: Content is protected !!