ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ସଭାଗୃହ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ମଶାଳା ଅନୁଷ୍ଠିତ

କୋକସରା,୧୮/୦୬- ( ମ ନି ସ )   ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଉପରେ ଶନିବାର ଏକ କର୍ମଶାଳା କୋକସରା ବ୍ଲକ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଙ୍କ ପରିଚାଳନା ରେ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ଡି.ଏସ.ଏସ.ଓ ମଦନଜିତ ହୋତା, ଜିଲ୍ଲା ପରିଷଦ ଯୋନ ୨ ସଭ୍ୟ ତ୍ରିନାଥ ବାଗ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଜିପିଇଓ ନାରାୟଣ ଭୋଇ, ଅଗ୍ନିଶମ ବିଭାଗ ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ, ଅନନ୍ତ ପଟେଲ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ବିପିଏମ ମାନସ ନୟନ ସ୍ୱାଇଁ ସମେତ କୋକସରା ବ୍ଲକ ର ନିର୍ବାଚିତ ଜନ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଏହି କର୍ମଶାଳା ରେ ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ,ବାତ୍ୟା, ଭୂମିକମ୍ପ, ଅଗ୍ନିକାଣ୍ଡ, ଜଳ ପ୍ରଳୟ ସମୟରେ କେମିତି ଧନ ଜୀବନ କୁ ସୁରକ୍ଷିତ ଭାବେ ରକ୍ଷା କରିବା ସେ ନେଇ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ନିଜର ଅନୁଭୂତି ଓ ମତ ପ୍ରକାଶ କରିଥିଲେ।

Related posts

ପ୍ରଣତି ମହାପାତ୍ର ଙ୍କ ପ୍ରବନ୍ଧ ଶୁଦ୍ରମୁନି ସାରଳା

Sunil Chandra Nayak

ବହଳଦା: କଣ ଗ୍ରାମରେ ଖନ୍ଦାମଡା ଉତ୍ସବ ଉଦଯାପିତ

Sunil Chandra Nayak

କେସିଙ୍ଗା ସହରରେ ସିସିଟିଭି ଲଗାଇବାକୁ ଏନ୍ଏସି ପାରିଷଦ ବର୍ଗ ପକ୍ଷରୁ ଦାବି

Leave a Comment

error: Content is protected !!