ଭବାନୀପାଟଣା:୨୬/୩- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପାଟଣାର ୨୦ ଗୋଟି ଓ୍ବାର୍ଡରେ ଚଳିତ ମାସ ୨୪/୩- ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରାର୍ଥୀ ଓ ପ୍ରାର୍ଥୀନୀ ଙ୍କ ଭାଗ୍ଯ ସେହି ଭୋର୍ଟସ ହିଁ ନିଦ୍ଧାରଣ କରିବା ପାଇଁ ମତଦାନ କରିଥିଲେ। ମ୍ଯୁନିସିପାଲିଟି କାଉନସିଲର ମାନଙ୍କର ବିଜୟୀ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ନାମ ତାଲିକା ଆଜି ଭୋଟ ଗଣତି ପରେ ପ୍ରକାଶ ପାଇଛି। ଭବାନୀପାଟଣା ବିଭିନ୍ନ ଓ୍ବାର୍ଡରେ ବିଜୟୀ ପ୍ରାର୍ଥୀ ପ୍ରାର୍ଥୀନୀ ହେଲେ ୧ ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥୀନୀ ପିଙ୍କି ରାଉତ ୧୦୦୦ ଭୋଟ ପାଇ ବିଜୟୀ ହୋଇଛନ୍ତି ତାଙ୍କ ନିକଟତମ ବିଜେପି ପ୍ରାର୍ଥୀନୀ ପୁନିତା ଗହିର ୪୧୨ ଭୋଟ ପାଇ ପରାସ୍ତ ହୋଇଛନ୍ତି। ୨- ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥୀ ଉତପାଲ ଦାସ ୧୩୭୭ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ରୋହିତ କୁମାର ମୁଣ୍ତ ୧୦୦୩ଟି ଭୋଟ ପାଇ ପରାସ୍ତ,୩ ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥୀ ପ୍ରାଣନାଥ ନାଏକ ୨୮୬ ଖଣ୍ତ ଭୋଟ ପାଇ ବିଜୟୀ ତାଙ୍କ ନିକଟତମ ସ୍ବାଧୀନ ପ୍ରାର୍ଥୀ ସୁରେଶ ତାଣ୍ତି ୧୬୭ ଭୋଟ ପାଇ ପରାସ୍ତ , ୪ ନମ୍ବର ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ମାଧୂରୀ ବନ୍ତ ନାଏକ ୫୯୧ ଭୋଟ ପାଇ ବିଜୟୀ ଓ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ସଲମନ ଦୁର୍ଗା ୩୬୧ ଟି ପାଇ ପରାସ୍ତ।୫ ନମ୍ବର ଓ୍ବାର୍ଡରେ ବିଜେଡି ପ୍ରାର୍ଥୀନୀ ବିଳାସିନୀ ରାଉତ ୧୨୩୦ ଟି ଭୋଟ ପାଇ ବିଜୟୀ ଓ ବନିତା ସରାଫ୍ ୫୬୬ ଖଣ୍ତ ଭୋଟ ପାଇ ପରାସ୍ତ, ୬ ନମ୍ବର ଓ୍ବାର୍ଡ ପାଇଁ ବିଜେଡି ପ୍ରାର୍ଥୀ ଭୁବନୀ ବାଗ ୭୩୮ ଟି ପାଇ ବିଜୟୀ ତାଙ୍କ ପ୍ରତିଦ୍ବନ୍ଦି ବିଜେପି ପ୍ରାର୍ଥୀ ଅଭିଜିତ ଛତ୍ରୀଆ ୫୧୦ ଖଣ୍ତ ଭୋଟ ପାଇ ପରାସ୍ତ, ୭ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥୀ ଶିବ ସାହୁ ୮୦୪ ପାଇ ବିଜୟୀ ହୋଇଛନ୍ତି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ୫୧୯ ଟି ଭୋଟ ପାଇ ପବିତ୍ର ପ୍ରତାପ ଦୀପ ପରାସ୍ତ ହୋଇଛନ୍ତି, ୮- ନମ୍ବର ଓ୍ବାର୍ଡରେ ଜୟଶ୍ରୀ ଅଗ୍ରଓ୍ବାଲ ୫୧୦ ଟି ଭୋଟ ପାଇ ବିଜୟୀ, ତାଙ୍କ ପ୍ରତିଦ୍ବନ୍ଦିତା ରାଜକୁମାରୀ ଶର୍ମା ୪୪୬ ଟି ଭୋଟ ପାଇ ପରାସ୍ତ, ୯ ନମ୍ବର ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ବିଷ୍ଣୁ ପ୍ରଧାନ ୭୧୮ ଭୋଟ ପାଇ ବିଜୟୀ ହୋଇଛନ୍ତି ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେପି ପ୍ରାର୍ଥୀ ସୁରେଶ କୁମାର ପଣ୍ତା ୨୯୩ ଟି ଭୋଟ ପାଇ ପରାସ୍ତ,
୧୦ ନମ୍ବର ଓ୍ବାର୍ଡରେ ବିଜେଡି ପ୍ରାର୍ଥୀନୀ ଗିରୀଜା ଗହିର ୫୪୨ ଖଣ୍ତ ଭୋଇ ପାଇ ବିଜୟୀ ହୋଇଛନ୍ତି ତାଙ୍କ ନିକଟତମ କଂଗ୍ରେସ ପ୍ରାର୍ଥୀନୀ ଚାନ୍ଦନୀ ନାଏକ ୪୫୫ ଖଣ୍ତ ଭୋଟ ପାଇ ପରାସ୍ତ ହୋଇଛନ୍ତି, ୧୧ ନମ୍ବର ଓ୍ବାର୍ଡ ପାଇଁ ବିଜେଡି ପ୍ରାର୍ଥୀନୀ ମଞ୍ଜୁଶ୍ରୀ ନାଏକ ୯୨୯ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେପି ପ୍ରାର୍ଥୀନୀ ମୀନା ମଙ୍ଗରାଜ ୪୫୮ ଭୋଟ ପାଇ ପରାସ୍ତ,୧୨ ନମ୍ବର ଓ୍ବାର୍ଡ ରେ ବିଜେଡି ପ୍ରାର୍ଥୀନୀ ପ୍ରଭାତୀ ମହାରଣା ୯୩୯ ଭୋଟ ପାଇ ବିଜୟୀ ଓ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି କଂଗ୍ରେସ ପ୍ରାର୍ଥୀନୀ ଜ୍ଯୋତିରମୟୀ ବାଗ ୫୪୦ ଟି ଭୋଟ ପାଇ ପରାସ୍ତ ହୋଇଛନ୍ତି ୧୩ ନମ୍ବର ଓ୍ବାର୍ଡ ରେ ବିଜେଡି ପ୍ରାର୍ଥୀନୀ ହିରାମଣୀ ଗଣ୍ତ ୬୯୭ ଟି ଭୋଟ ପାଇ ବିଜୟୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ସ୍ବାଧୀନ ପ୍ରାର୍ଥୀନୀ ପକନାଜିନୀ ମାଝୀ ୪୦୦ ଭୋଟ ପାଇ ପରାସ୍ତ ହୋଇଛନ୍ତି,୧୪ ନମ୍ବର ଓ୍ବାର୍ଡ ପାଇଁ ବିଜେଡି ପ୍ରାର୍ଥୀନୀ ରଂଯୁକ୍ତା ପ୍ରଧାନ ୬୯୭ ଭୋଇ ପାଇଥିବା ବେଳେ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀନୀ ଅନିତା ବିଶ୍ବାଲ ୩୮୨ ଖଣ୍ତ ଭୋଟ ପାଇ ପରାସ୍ତ ହୋଇଛନ୍ତି, ୧୫ ନମ୍ବର ଓ୍ବାର୍ଡରେ ବିଜେପି ପ୍ରାର୍ଥୀନୀ ମାନସୀ ଜେନା ୯୦୨ ଖଣ୍ତ ଭୋଟ ପାଇ ବିଜୟୀ ଓ ତାଙ୍କ ନିକଟତମ ବିଜେଡି ପ୍ରାର୍ଥୀନୀ ସବିତା ପ୍ରଧାନ ୮୦୮ ଖଣ୍ତ ଭୋଟ ପାଇ ପରାସ୍ତ ହେଲେ,୧୬ ନମ୍ବର ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ ମହେନ୍ଦ୍ର ରାଉତ ୬୦୧ ଖଣ୍ତ ଭୋଟ ପାଇ ବିଜୟୀ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ସୁଶାନ୍ତ ସାମତ୍ର ୮୮୭ ଭୋଟ ପାଇ ପରାଜୟ ହୋଇଛନ୍ତି ୧୭ ନମ୍ବର ଓ୍ବାର୍ଡରେ ବିଜେଡି ପ୍ରାର୍ଥୀ କ୍ଷୀରସିନ୍ଦୁ ନାଏକ ୭୯୦ ଟି ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦି କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ବେଶ୍ରା ୭୦୫ ଭୋଟ ପାଇ ପରାଜୟ ହୋଇଛନ୍ତି, ୧୮ ନମ୍ବର କଂଗ୍ରେସ ପ୍ରାର୍ଥୀ ସଚିନ୍ କୁମାର ନାଏକ ୯୦୫ ଟି ପାଇ ବିଜୟୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦିତା ସ୍ବାଧୀନ ପ୍ରାର୍ଥୀ ଚକ୍ରଧର ରାଉତ ୫୮୦ ଖଣ୍ତ ଭୋଟ ପାଇ ପରାଜୟ ହୋଇଛନ୍ତି ୧୯ ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ଠାକୁର ୮୫୦ ପାଇ ବିଜୟୀ ହୋଇଛନ୍ତି ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ଭାଣ୍ତେଶ୍ବର ମହାପାତ୍ର ୪୧୯ ଭୋଟ ପାଇ ହାରିଛନ୍ତି, ୨୦ ନମ୍ବର ଓ୍ବାର୍ଡର ବିଜେଡି ପ୍ରାର୍ଥୀ ପ୍ରମିତ ସିଂହ ୭୮୪ ଭୋଟ ପାଇ ବିଜୟୀ ହୋଇଛନ୍ତି, ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ନୀଳମାଧବ ପଟ୍ଟନାୟକ ୨୮୦ ଖଣ୍ତ ଭୋଟ ପାଇ ପରାସ୍ତ ହୋଇଥିବାବେଳେ ।ଆଜି ଭବାନୀପାଟଣା ସହର ଉଠୁଛି ପଡୁଛି, ରଙ୍ଗ ଖେଳ ସଙ୍ଗେ ମାତିଛନ୍ତି ପ୍ରାର୍ଥୀଙ୍କ ସହଯୋଗୀ ଗଣ,ତେବେ ବିଜୟୀ ହୋଇ ଖୁସିରେ ବିଭୋର ହେଲେ ଚଳିବ ନାହିଁ ଆଗାମୀ ଦିନରେ ବିଜୟୀ ପ୍ରାର୍ଥୀ ମାନେ ସହରର କେଉଁ ଭଳି ଉନ୍ନତି ଓ ବିକାଶ କରୁଛନ୍ତି ତାହା ଦେଖିବାକୁ ବାକିରହିଲା। ମ.ନି.ସ
previous post