ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡିଆଳ ଏନଏସି ପୌର ନିର୍ବାଚନ ଅଧ୍ୟକ୍ଷ ଭାବରେ କଂଗ୍ରେସର ଉଜ୍ଜଳ ଗୁପ୍ତା ବିଜୟୀ

କାଉନସିଲର ରେ କଂଗ୍ରେସର ୬, ବିଜେଡ଼ିର ୫ ଓ ବିଜେପିର ୨ ଜଣ ବିଜୟୀ
ଭାଇସ ଚେରମେନ ପାଇଁ ବିଜେପିର ସହଯୋଗ ଲୋଡା 

ନୂଆପଡା ଜିଲ୍ଲା ଖଡିଆଳ ଏନଏସି ପୌର ନିର୍ବାଚନର ଅଧ୍ୟକ୍ଷ ପଦ ଓ କାଉନସିଲର ମାନଙ୍କ ଭୋଟ ଗଣତିର ଫଳାଫଳ ଶନିବାର ପ୍ରକାଶିତ ହୋଇଛି । ଖଡିଆଳ ଏନଏସି ଅଧ୍ୟକ୍ଷ ପାଇଁ ୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । କଂଗ୍ରେସ ରୁ ଉଜ୍ଜଳ ଗୁପ୍ତା ୩୯୦୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଲେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ଅବସର ପ୍ରାପ୍ତ ଆୟକର କମିଶନ ର ଶ୍ରୀକାନ୍ତ ଚାଟାର୍ଜୀ ୨୦୪୪ ଖଣ୍ଡ ଭୋଟ ପାଇ ଦ୍ଵିତୀୟ ରେ ରହିଥିଲେ । ତୃତୀୟରେ ବିଜେଡି ପ୍ରାର୍ଥୀ ମୁଳଚନ୍ଦ ଅଗ୍ରୱାଲ ୧୮୫୭, ଚତୁର୍ଥରେ ବିଜେପି ୯୬୨, ପଂଚମରେ ସ୍ୱାଧୀନ ପ୍ରାର୍ଥୀ ନିମାଇଁ ଚରଣ ତାଣ୍ଡି ପ୍ରାକ୍ତନ ଖଡିଆଳ ଏନଏସି ଅଧ୍ୟକ୍ଷ ୨୨୨ ଖଣ୍ଡ, ଷଷ୍ଠ ରେ ସିପିଆଇଏମର ସରୋଜିନୀ ପ୍ରଧାନୀ ୩୭ , ସପ୍ତମରେ କିଶୋର ବାଗ ୨୨ ଭୋଟ ପାଇଥିଲେ । ସେହିପରି କାଉନସିଲର ରେ ଖଡିଆଳ ଏନଏସି ଏକ ନମ୍ବର ୱାର୍ଡରୁ ବିଜେଡିର ସୁଶ୍ଚିସ୍ମିତା ମହାରଣା, , ୨ ନମ୍ବର ୱାର୍ଡରୁ କଂଗ୍ରେସର ରେବତୀ ଶବର, ୩ ନମ୍ବର ୱାର୍ଡରୁ କଂଗ୍ରେସର ରଜନୀରାନୀ ପଟ୍ଟନାୟକ, ୪ ନମ୍ବର ୱାର୍ଡରୁ ବିଜେଡ଼ିର କିରଣ ତାଣ୍ଡି, ୫ ନମ୍ବର ୱାର୍ଡରୁ କଂଗ୍ରେସର ସୁନୀଳ ସାହୁ, ୬ ନମ୍ବର ୱାର୍ଡରୁ ବିଜେପିରୁ ଲକ୍ଷ୍ମଣ ଦୁରିଆ, ୭ ନମ୍ବର ୱାର୍ଡରୁ କଂଗ୍ରେସର ସକୁନ୍ତଳା ରାଉତ, ୮ ନମ୍ବର ୱାର୍ଡରୁ ବିଜେଡିର ସୁବୀର ସିଂ ଦେଓ , ୯ ନମ୍ବର ୱାର୍ଡରୁ ବିଜେପିରୁ ବଜ୍ରଙ୍ଗ ଭୋଇ, ୧୦ ନମ୍ବର ୱାର୍ଡରୁ ବିଜେଡିରୁ ଚନ୍ଦନ କୁମାର ସାହୁ, ୧୧ ନମ୍ବର ୱାର୍ଡରୁ କଂଗ୍ରେସର ନରେନ୍ଦ୍ର ଶବର , ୧୨ ନମ୍ବର ୱାର୍ଡରୁ କଂଗ୍ରେସର ବିନତୀ ହଂସ ,୧୩ ନମ୍ବର ୱାର୍ଡରୁ ବିଜେଡିରୁ ଯଶୋଦା ସିନ୍ଦୂର ବିଜୟ ଲାଭ କରିଛନ୍ତି । ସୂଚନା ଥାଉକି ଖଡିଆଳ ଏନଏସି ର ୧୩ ଗୋଟି ୱାର୍ଡରୁ କାଉନସିଲର ରେ କଂଗ୍ରେସ ୬ ଗୋଟି ବିଜେଡି ୫ ଗୋଟି ଓ ବିଜେପି ୨ ଗୋଟି ରେ ବିଜୟ ହାସଲ କରିଛନ୍ତି । ଏବେ ଭାଇସ ଚେରମେନ ପାଇଁ କିଏ ସଂଖ୍ୟା ଗରିଷ୍ଠ ପାଇନଥିବାରୁ ବିଜେପି ର ୨ ଜଣ କାଉନସିଲର ଯେଉଁ ଆଡେ ଢଳିବେ ସିଏ ଭାଇସ ଚେରମନ ଆସନ ଗଠନ କରିବ ବୋଲି ଚର୍ଚ୍ଚା ହେଉଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆସନ୍ତା ୨୦ରେ

Sunil Chandra Nayak

ନିଆଁ ଲାଗି ଲକ୍ଷାଧିକ ଟଙ୍କା ଆଖୁ ଫସଲ ନଷ୍ଟ

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ମା

Leave a Comment

error: Content is protected !!