ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାଚୀର ପତ୍ରିକା ଶ୍ରାବଣୀ ର ତ୍ରୟବିଂଶତମ ସ୍ଵନକ୍ଷତ୍ର ଉତ୍ସବ , ରାମକୃଷ୍ଣ ହାଇସ୍କୁଲ ରେ ଗଙ୍ଗାଧର ମେହେର ଜୟନ୍ତୀ

ଧର୍ମଗଡ:୧୩/୦୮/୨୨: ଧର୍ମଗଡ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଛେଣ୍ଡିଆ ସ୍ଥିତ ରାମକୃଷ୍ଣ ହାଇସ୍କୁଲ୍ ପରିସର ରେ ସ୍ବଭାବ କବି ଗଙ୍ଗାଧର ମେହେର ଙ୍କ ୧୬୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସର ରେ ବିଦ୍ୟାଳୟ ପକ୍ଷ ରୁ ପ୍ରକାଶିତ ପ୍ରାଚୀର ପତ୍ରିକା ଶ୍ରାବଣୀ ର ତ୍ରୟବିଂଶତମ ସ୍ଵନକ୍ଷତ୍ର ସଂଖ୍ୟା ର ଉନ୍ମୋଚନ ଉତ୍ସବ ଆୟୋଜିତ ହୋଇଥିଲା ।  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗାୟତ୍ରୀ ପ୍ରସାଦ ମୁଣ୍ଡ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୂଖ୍ୟ ଅତିଥି ଭାବେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ଅଧ୍ୟାପକ ଲିଙ୍ଗରାଜ ପାତ୍ର, ସମ୍ମାନିତ ଅତିଥି ଭାବେ ଧର୍ମଗଡ ଗୋଷ୍ଠୀ ଶିକ୍ଷାଧିକାରୀ ନବକିଶୋର ସାହୁ, ଆଚାର୍ଯ୍ୟ ହୃଷୀକେଶ ମିଶ୍ର ପ୍ରମୁଖ ଯୋଗ ଦେଇ ଗଙ୍ଗାଧର ମେହେର ଙ୍କ ଦ୍ଵାରା ସୃଷ୍ଟି ସାହିତ୍ୟ ର ସ୍ୱତନ୍ତ୍ରତା ଉପରେ ଆଲୋଚନା କରିଥିଲେ । ଗଙ୍ଗାଧର ଙ୍କ ସାହିତ୍ୟ ପାଠକ ଙ୍କୁ ଆଲୋକ ର ପଥ ଦେଖାଇଥାଏ ବୋଲି ବକ୍ତା ମାନେ କହିଥିଲେ । ଏହି ଅବସର ରେ ମାଟି ର ଦୁଇ ବିଶିଷ୍ଟ ସାହିତ୍ୟିକ ଜନ୍ମେଜୟ ପାତ୍ର ଓ ପ୍ରତାପ କିଶୋର ମୁଣ୍ଡ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ର ଶ୍ରେଷ୍ଠ ମେଧାବୀ ଛାତ୍ର ମିହୀର ସିଂହ ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ଅଞ୍ଜଳୀ ସାହୁ ସଞ୍ଚାଳନ କରିଥିବା ବେଳେ ରାଜେନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଥୁଆମୂଳ ରାମପୁର ବିଇଓ ଲୋକନାଥ ବେହେରା, ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ଆବାହକ ଜଗବନ୍ଧୁ ମିଶ୍ର, ଶ୍ରାବଣୀ ର ପ୍ରତିଷ୍ଠାତା ସମ୍ପାଦକ ବିଶ୍ବରଂଜନ ମୁଣ୍ଡ, ଅନିରୁଦ୍ଧ ମୁଣ୍ଡ ଓ ଅନେକ ସାହିତ୍ୟ ପ୍ରେମୀ ସଜ୍ଜନ ଉପସ୍ଥିତ ଥିଲେ । ଶିକ୍ଷକ ରମେଶ ଚନ୍ଦ୍ର ନାୟକ, ସିଆରସିସି ଟିକେଶ୍ୱର ନାଏକ ଓ ଅନ୍ୟ ଶିକ୍ଷକ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ପୋଲ ନିର୍ମାଣରେ ବିଳମ୍ବ, ଭୟଭିତ ଅବସ୍ଥାରେ ନଦୀ କୁଳିଆ ଗ୍ରାମବାସୀ

Sunil Chandra Nayak

କବିତା – ଫଗୁଣ ର ଉପକୂଳେ

Sunil Chandra Nayak

ମହା ଆଡ଼ମ୍ବରରେ ପାଳିତ ହେଲା ପ୍ରଭୁ ବାଆଦୀ ଠାକୁରଙ୍କ ବାର୍ଷିକ ଦଶହରା ପର୍ବ

Sunil Chandra Nayak

Leave a Comment

error: Content is protected !!