ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା (ଅଙ୍ଗ ଦାନ ନିମନ୍ତେ ପ୍ରଦତ୍ତ) ସୁରଜ୍ ପୁରସ୍କାର ପ୍ରଦାନ

୬ଗୋଟି ଗୁରୁତ୍ବପୂର୍ଣ ଅଙ୍ଗ ଦାନ କରି ଛଅ ଜଣଙ୍କ ଜୀବନ ରକ୍ଷା କରି ଥିବାରୁ ମୁଖ୍ୟମନ୍ତ୍ରୀ ସେହି ବର୍ଷ ତାଙ୍କ ନାମରେ ସୁରଜ୍ ପୁରସ୍କାର ଆରମ୍ଭ କରିଥିଲେ…..

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମର ଜଗନ୍ନାଥ ପ୍ରସାଦ ଅଞ୍ଚଳର ଅଲାଡ଼ି ଗ୍ରାମର ସ୍ଵର୍ଗତ ସୁଶୀଲ ସାହୁ ଓ ଗଞ୍ଜାମ କନିଶି ବ୍ଲକ୍ ନୀଳାଚଳ ନଗରର ସିଦ୍ଧି ସମୃଦ୍ଧିଙ୍କୁ ୨୦୨୨ ପାଇଁ (ଅଙ୍ଗ ଦାନ ନିମନ୍ତେ ପ୍ରଦତ୍ତ) ସୁରଜ୍ ପୁରସ୍କାର ପ୍ରଦାନ କରିଛନ୍ତି। ଉଭୟଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।

ହୃଦୟ, କିଡନୀ ଓ ଯକୃତ ପରି ଜୀବନ ରକ୍ଷାକାରୀ ଅଙ୍ଗଦାନ ପାଇଁ ୨୦୨୦ ଠାରୁ ସୁରଜ୍ ପୁରସ୍କାର ଦିଆଯାଉଛି। ଚଳିତ ବର୍ଷ ଏହା ତୃତୀୟ ସୁରଜ୍ ପୁରସ୍କାର। ୨୦୨୦ ରେ ଗଞ୍ଜାମର ମସ୍ତିସ୍କ ମୃତ ସୁରଜ୍ ବେହେରାଙ୍କ ପିତାମାତା ତାଙ୍କର ୬ଗୋଟି ଗୁରୁତ୍ବପୂର୍ଣ ଅଙ୍ଗ ଦାନ କରି ଛଅ ଜଣଙ୍କ ଜୀବନ ରକ୍ଷା କରି ଥିବାରୁ ମୁଖ୍ୟମନ୍ତ୍ରୀ ସେହି ବର୍ଷ ତାଙ୍କ ନାମରେ ସୁରଜ୍ ପୁରସ୍କାର ଆରମ୍ଭ କରିଥିଲେ।

ଉଭୟ ସୁଶୀଲ ଓ ସିଦ୍ଧିଙ୍କ ପିତା ମାତାଙ୍କ ନିକଟରେ ସମାଜ ରୁଣୀ ବୋଲି ମତ ଦେଇ କହିଲେ ଯେ ଏହା ଦ୍ବାରା ସମାଜ ଉପରେ ବହୁତ ଭଲ ପ୍ରଭାବ ପଡୁଛି। ଏହି ପରି ଭଲ କାମ କରି ସମାଜ ପାଇଁ ପ୍ରେରଣା ସୃଷ୍ଟି କରି ଏକ ସୁନ୍ଦର ସମାଜ ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

ଦୁଇ ଗାଡି ମୁହାଁମୁହିଁ ଧକ୍କା , ଜଣେ ଗୁରୁତର 

Sunil Chandra Nayak

ବର୍ଷା ରେ ଭୁଶୁଡ଼ିଲା ଘର ଅଳ୍ପକେ ବର୍ତ୍ତିଲେ ୪ ପରିବାର ର ଲୋକେ ଭଙ୍ଗା ଝାଟିମାଟି ଘରେ ଦେଖାଜାଉଛି ପୁନେଇଁ ଜହ୍ନ 

Sunil Chandra Nayak

Leave a Comment

error: Content is protected !!