ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜାଦିକା ଅମୃତ ଉତ୍ସବ,ବିଦ୍ୟାଳୟର ଛାତ୍ରୀ ଛାତ୍ରଙ୍କ ଶୋଭାଯାତ୍ରା

ପାପଡାହାଣ୍ଡି,13/8, ମନିସ —-ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଏହାକୁ ଆଜାଦିକା ଅମୃତ ମହୋତ୍ସବ ଭାବେ ପାଳୁଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉତ୍ସବରେ ହର ଘର ତୀରଙ୍ଗା କାର୍ଯ୍ୟକ୍ରମ କରିବାଲାଗି ଆହ୍ୱାନ ଦେଇଛନ୍ତି | ଏହି ଅବସରରେ ଶନିବାର ପାପଡାହାଣ୍ଡିର ବିଦ୍ୟାଳୟର ଛାତ୍ରୀ ଛାତ୍ରଙ୍କୁ ନେଇ ଶୋଭାଯାତ୍ରା କରାଯାଇଥିଲା | ଶିଶୁ ମନ୍ଦିର, ଆଦର୍ଶ ବିଦ୍ୟାଳୟ ଓ ୟୁଜି ଏମି ବିଦ୍ୟାଳୟର ଛାତ୍ରୀ ଛାତ୍ର ମାନେ ହାତରେ ତୀରଙ୍ଗା ଧରି ସହର ପରିକ୍ରମା କରିଥିଲେ | ବନ୍ଦେ ମାତରମ, ଭାରତ ମାତା କି ଜୟ ର ସ୍ଲୋଗାନ ଦେଇ ଦେଶ ପ୍ରେମ ଭାବ ଜାଗ୍ରତ କରିଥିଲେ | ଲୋକଙ୍କୁ ଆଜାଦି କା ଅମୃତ ମହୋତ୍ସବ ପାଳନ ସହ ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ଆୟୋଜନ ଲାଗି ଉତ୍ସାହ କରିଥିଲେ | ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ ମାନେ ଏଥିରେ ସହଯୋଗ କରିଥିଲେ | ବିଦ୍ୟାଳୟର ଛାତ୍ରୀ ଛାତ୍ର ଙ୍କୁ ବିଭିନ୍ନ ପୋଷାକରେ ସଜିତ କରାଯାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ  ଙ୍କ ରିପୋର୍ଟ 

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଭାର୍ଯ୍ଯାଳୟ

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ସାମାଜିକ ସାଂସ୍କୃତିକ ବିକାଶ ସଂଘ ତତଫରୁ ସୁନିଲ ମଙ୍ଗରାଜ ଙ୍କ ଜନ୍ମ ଦିନ ପାଳନ

Sunil Chandra Nayak

Leave a Comment

error: Content is protected !!