ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ନମୋ ମହାଲକ୍ଷ୍ମୀ

 ନମୋ ମହାଲକ୍ଷ୍ମୀ

ମାଗୋ ମହିମାମୟୀ ଅନ୍ନପ୍ରଦାୟନୀ
ଦାରିଦ୍ର ଭଞ୍ଜନୀ ମାଗୋ ଲକ୍ଷ୍ମୀ ନାରାୟଣୀ।।
ପଦ୍ମବିଳାସିନୀ ମାଗୋ ଜଗତ ଜନନୀ
ସାଗର ତନୟା ଦେବୀ ବିଷ୍ଣୁଙ୍କ ଘରଣୀ।।
ଭକ୍ତିଚିତ୍ତେ ଯେଉଁ ନାରି ହୃଦେ ସୁମରଇ
କୋଟି ସୁଖ ଐଶ୍ଵର୍ଯ୍ୟ ବରଦେଉ ତୁହି।।
ତୋର ବାରବ୍ରତ ମାଗୋ କରେ ଯେହୁ ନିତି
ତୋର ବେନୀ ପାଦପଦ୍ମେ ଢାଳଇ ଭକତି।।
ତୋ କରୁଣା ପାଏ ମାଗୋ ଜନମେ ଜନମେ
ତୋର ଦୟାବଳେ ସୁଖ ସଂସାରରେ ଭ୍ରମେ।।
କୀଟୁ ବ୍ରହ୍ମ ଯାଏଁ ମାଗୋ ବକ୍ଷେ ଧରୁ ଯେଣୁ
ସଂସାର ପାଳିନୀ ନାମ ବହିଅଛୁ ତେଣୁ।।
ଖ୍ୟାତି ଅଛି ଜଗତରେ ମହିମା ତୋହର
ଯୁଗେ ଯୁଗେ ମହାଲକ୍ଷ୍ମୀ ଅଟୁ ଦୁଃଖିଙ୍କର।।
ଦୁଃଖିଙ୍କର ଦୁଃଖ ମାଗୋ ନ ଦେଖୁ କିଞ୍ଚିତେ
ଅପାର କରୁଣା ବାରି ଢାଳୁ ମା ତୁରିତେ।।
ତୁହି ପିତା ମାତା ବନ୍ଧୁ ସଖା ସହୋଦର
ରକ୍ଷାକର୍ତ୍ତା ବିଶ୍ଵାସନୀ ସଙ୍କଟୁ ଉଦ୍ଧାର।।
କମଳା ବିମଳା ଦେବୀ ସତ୍ୟ ସନାତନୀ
ଦୁଇ ହାତ ଯୋଡି ମାଗୋ କରୁଛି ଦୟିନୀ।।

            ମମତା ସାହୁ 

            ଗାଈଗାଁ, କଳାହାଣ୍ଡି

Related posts

ଆଇଟିସି ଏମ୍.ଏସ୍.କେ – ମିଶନ ଜୀବିକା ଆଇଟିଡିଏ ପକ୍ଷରୁ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର

Sunil Chandra Nayak

ମା’ ଚଣ୍ଡିମାତାଙ୍କ ସ୍ବାଗତ ଗେଟ୍ ର ଶୁଭ ପୂଜନ କଲେ ବିଧାୟକ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆକାଂକ୍ଷାର ନୀଳସ୍ୱପ୍ନ 

Leave a Comment

error: Content is protected !!