ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ କବିତା ମାଆ ଦାରିଦ୍ର୍ୟ ଭଞ୍ଜନୀ

ମାଆ ଦାରିଦ୍ର୍ୟ ଭଞ୍ଜନୀ

ପ୍ରତିମା ଶତପଥି

ଦୁଃଖ ବିନାଶିନୀ ଦାରିଦ୍ର୍ୟ ଭଞ୍ଜନୀ 
       ମାଗୋ ଦେବୀ କମଳିନୀ
ବିଷ୍ଣୁଙ୍କ ଘରଣୀ, ଲକ୍ଷ୍ମୀ ଠାକୁରାଣୀ
        ଘେନ ମୋହର ଦୟିନୀ.
ସମୁଦ୍ର ମନ୍ଥନୁ ଜନ୍ମ ହେଲ ମାତ
      ଜଗତର ପଡି ଦାତ୍ରୀ
ତୁମ ଦୟା ହେଲେ ରଙ୍କ ପାଏ ସୁଖ
      ଅରଜେ ଯଶ ଓ ଖ୍ୟାତି.
ଭକ୍ତିରେ ସନ୍ତୁଷ୍ଟ ହୁଅ ତୁମେ ମାତ
     ଜାତି ଅଜାତି ନ ଥାଏ
ତୁମ ଦୟା ରୁ ଯେ ଶ୍ରୀୟା ଚଣ୍ଡାଳୁଣୀ
      ଜଗତେ ବିଖ୍ୟାତ ହୁଏ.
ତୁମ ଦ୍ରୋହୀ ହୋଇ ଜଗତର ନାଥ
     ଭିକ୍ଷା ବୃତ୍ତି ଆଚରିଲେ
ତୋଷ ହେଲ ମାତ ମନ୍ଦିରେ ଆସିଲ
     ତୁମ ସର୍ତ୍ତ ମାନିନେଲେ.
ଛୁଆଁ ,ଅଛୁଆଁର ଭେଦ, ନ ରହିବ
       ବ୍ରାହ୍ମଣ ଅବା ଚଣ୍ଡାଳ
ଖାଇକରି ହାତ ଧୋଇବେନି କେହି
      ପୋଛିବେ ମୁଣ୍ଡେ ସକଳ
ବରୁଣ ରାଜାର ଗେଲ୍ଲା ନନ୍ଦିନୀ ମା
        ପଦ୍ମାଳୟା ଅନ୍ନପୂର୍ଣ୍ଣା
ମାର୍ଗଶିର ମାସ ପ୍ରତି ଗୁରୁବାରେ
       ହୁଏ ତୁମ ରି ଅର୍ଚ୍ଚନା.
ଝୋଟି ଚିତା ଦେଇ ପଦ୍ମ ପାଦ ଲେଖି
     ସେର ମାଣ ପୂଜିଥାନ୍ତି
ନୂଆଧାନ ଦେଇ ଫୁଲ ରେ ସଜାଇ
      ଖଟୁଲି ବସାଇଥାନ୍ତି.
ଛେନାପଣା,ଦେଇ ଘୃତ ଦୀପ ଜାଳି
      ଭକ୍ତିରେ ସର୍ବେ ପୂଜନ୍ତି
ଚିତୋଉ ପିଠା, କ୍ଷୀରି, ଖେଚୁଡ଼ି କରି
       ନୈବେଦ୍ୟ ଯେ ଦେଇଥାନ୍ତି.
ପଦ୍ମଫୁଲେ ଶ୍ରଦ୍ଧା ମାଆ ଗୋ ପଦ୍ମଜା
       ଅପାର ତୁମ ମହିମା
ଚରଣ ତଳରେ ଶରଣ ପଶୁଛି
     ଦୋଷ ଥିଲେ କର କ୍ଷମା.

   ଜିଲ୍ଲା,, ଯାଜପୁର…

Related posts

ନୂଆପଡା ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା 

Sunil Chandra Nayak

ଓଡିଆ ପତ୍ରିକା ରାଷ୍ଟ୍ରଦୀପ ର ପାଠକ ସମ୍ମିଳନୀ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଆଇ ଲଭ ୟୁ 

Sunil Chandra Nayak

Leave a Comment

error: Content is protected !!