ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା   ଲକ୍ଷ୍ମୀ କୃପାବାରୀ ପଡୁଥିବ ଝରି

ଲକ୍ଷ୍ମୀ କୃପାବାରୀ ପଡୁଥିବ ଝରି

                           କବିତା ସାହୁ   

ପ୍ରତି ଗୁରୁବାର କରିବୁ ସଜନୀ 
ଲକ୍ଷ୍ମୀଙ୍କର ଲକ୍ଷ୍ମୀବ୍ରତ। 
ନିତି ନିଷ୍ଠ ହୋଇ ପୁଜିବୁ ମାତାଙ୍କୁ 
ଭକତି ହୃଦୟ ଚିତ୍ତ। 
ଲକ୍ଷ୍ମୀ ଠାକୁରାଣୀ ସାଗର ଦୁଲଣୀ 
ସୁଦୟା କରିଲେ ବାରେ। 
ଦୁଃଖ କଷ୍ଟ ଯେତେ ଦୂର ହୋଇଯାଏ 
ସୁଖ ଶାନ୍ତି ଘରେ ଭରେ।
ମାର୍ଗଶିର ମାସ ଗୁରୁବାର ସବୁ
ମହାଲକ୍ଷ୍ମୀଙ୍କର ପ୍ରିୟ।
ପୁରୁବ ଦିନରୁ ଘର ଲିପା ପୋଛା କାମ
ସାରିବୁ ସକଳ ଯାହା। 
ଲକ୍ଷ୍ମୀ ପାଦ ପଦ୍ମ ଚିତା ଝୋଟି ଦେବୁ 
ପିଠଉ କରି ଯତନ।
ମାତାଙ୍କର ପ୍ରିୟ ଦ୍ରବ୍ଯ ଯେତେ ସବୁ
ସଜାଡି ରଖିବୁ ବହନ।
ଗାଆଁରୁ ସହର ଲକ୍ଷ୍ମୀବ୍ରତ ପାଇଁ
ଝୋଟିଚିତା ଦାଣ୍ଡ ଦୁଆର।
ନାନା ପିଠାପଣା ଧୁପ ଦୀପ ଝୁଣା
ସୁଗନ୍ଧିତ ସାରା ଘର। 
ଶଙ୍ଖ,ହୁଳହୁଳି ଶବଦେ ଉଛୁଳି
ମନରେ ଭକତି  ଭରା। 
ମାତା ଲକ୍ଷ୍ମୀ ବିଜେ ପ୍ରତି ଘରେ ଘରେ
ପୂଜା ପାଇ ଉପଚାର।
ଶୁକୁଳ ଦଶମୀ ଗୁରୁବାର ସୁଦଶା ବ୍ରତ 
ଲକ୍ଷ୍ମୀବ୍ରତ ଅଟେ ସାର। 
ମାତା ଲକ୍ଷ୍ମୀଙ୍କର ଆଶିଷ ହୋଇଲେ 
ଧନ ଜନେ ପୁରେ ଘର।
ବ୍ରତ କରି ମିଛ କହିବୁ ନାହିଁ ଲୋ ସଜନୀ
ଅଝଟ ପିଲାକୁ ଦେବୁ ବୁଝାଇ ।
ଶୁଦ୍ଧ ପବିତ୍ର କରିବୁ ଶରୀର ମନ କୁ ସଦା
ବାରଣ ଯାହା ହେତୁ ରଖିଥା ।
ଛେନାଗୁଡ କଦଳୀ ଫଳମୁଳ ଦେଇ
ମାଆଙ୍କୁ ମନେ ସୁମରିଣ।
ଧୂପ ଦୀପ ଫୁଲେ ବନ୍ଦାଇ କରିଣ ଆଳତି 
ପଢିବ ଲକ୍ଷ୍ମୀ ପୁରାଣ।
ଗୁରୁଜନେ ଭକ୍ତି ସାନଠାରେ ସେନେହ 
କହିବୁ ମଧୁର ବଚନ। 
ଶାଶୁ ଶ୍ବଶୁର ସ୍ବାମୀଙ୍କୁ ଦେବତା ମାନି
ନୀତି ନିୟମେ ଚଳିବୁ।
ଭକତି ହୃଦରେ ମାଆ ପାଦେ କରିଣ ବନ୍ଦନ
ଦୋଷାଦୋଷ କ୍ଷମା କରିବୁ ପ୍ରାର୍ଥନା  ।

ଜୟପୁର

Related posts

ଗୋଲାମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ପାଳନ

Sunil Chandra Nayak

ଶିକ୍ଷା ପ୍ରେରକ ସଂଘର ବୈଠକ

Sunil Chandra Nayak

ମିଲକି ଅଞ୍ଚଳରେ ଜଳଛତ୍ର ପ୍ରହସନ ପାଲଟିଛି

Leave a Comment

error: Content is protected !!